Sanjay Shirsat: 'ଔରଙ୍ଗଜେବଙ୍କ କବର ହାଇଦ୍ରାବାଦକୁ ସ୍ଥାନାନ୍ତର କର', କାହିଁକି ଏପରି ଦାବି କଲେ ଶିବସେନା ବିଧାୟକ?
Advertisement

Sanjay Shirsat: 'ଔରଙ୍ଗଜେବଙ୍କ କବର ହାଇଦ୍ରାବାଦକୁ ସ୍ଥାନାନ୍ତର କର', କାହିଁକି ଏପରି ଦାବି କଲେ ଶିବସେନା ବିଧାୟକ?

Maharashtra Politics: ଗୋଟିଏ ପଟେ ଔରଙ୍ଗାବାଦର ନାମ ପରିବର୍ତ୍ତନ କରି ଏହାକୁ ଛତ୍ରପତି ସମ୍ଭାଜୀ ନଗରରେ ନାମିତ କରାଯାଇଛି। ହେଲେ ଅନ୍ୟପଟେ ଔରଙ୍ଗାବାଦରେ ରହିଥିବା ଔରଙ୍ଗଜେବଙ୍କ କବର ହାଇଦ୍ରବାଦ ସ୍ଥାନାନ୍ତର କରିବାକୁ ଦାବି କରାଯାଉଛି। 

Sanjay Shirsat: 'ଔରଙ୍ଗଜେବଙ୍କ କବର ହାଇଦ୍ରାବାଦକୁ ସ୍ଥାନାନ୍ତର କର', କାହିଁକି ଏପରି ଦାବି କଲେ ଶିବସେନା ବିଧାୟକ?

Shivsena MLA Sanjay Shirsat: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଠାରେ ରହିଥିବା ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ କବର ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯିବାକୁ ଦାବି କରିଛନ୍ତି ଶାସକ ଶିବସେନା ବିଧାୟକ ସଞ୍ଜୟ ସିରସାଟ। ନିକଟ ଅତୀତରେ ରାଜ୍ୟର ଔରଙ୍ଗବାଦ ଜିଲ୍ଲାର ନାମ ପରିବର୍ତ୍ତନ କରି ଏହାକୁ ଛତ୍ରପତି ସମ୍ଭାଜୀନଗର ନାମରେ ନାମିତ କରିଛନ୍ତି ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି-ଶିବସେନା ମେଣ୍ଟ ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଔରଙ୍ଗବାଦ ଲୋକସଭା ଆସନର ଏଆଇଏମଆଇଏମ ସାଂସଦ ଇମତୀଆଜ ଜଲିଲ। 

ଛତ୍ରପତି ସମ୍ଭାଜୀନଗରର ନାମ ବଦଳାଇବା ଏବଂ ପୁରୁଣା ଔରଙ୍ଗାବାଦ ନାମକୁ ଫେରାଇ ଆଣିବା ପାଇଁ ଏଆଇଏମଆଇଏମ ପକ୍ଷରୁ ଦାବି କରାଯାଉଛି। ଏନେଇ ଦଳ ପକ୍ଷରୁ କରାଯାଇଥିବା ଆନ୍ଦୋଳନରେ ଔରଙ୍ଗବାଦ ଲୋକସଭା ଆସନର ଏଆଇଏମଆଇଏମ ସାଂସଦ ଇମତୀଆଜ ଜଲିଲ। ଏହି ପ୍ରସଙ୍ଗରେ ଏଆଇଏମଆଇଏମ ଦ୍ୱାରା ଆରମ୍ଭ ହୋଇଥିବା ଅନିର୍ଦ୍ଦିଷ୍ଟ ଆନ୍ଦୋଳନର ଜବାବରେ ପଶ୍ଚିମ ଔରଙ୍ଗବାଦ ଆସନର ଶିବସେନା ବିଧାୟକ ସଞ୍ଜୟ ସିରସାଟ ଏହି ଦାବି କରିଛନ୍ତି। 

Also Read: Mahabharata Politics: ଔରଙ୍ଗଜେବକୁ ନେଇ ମୁହାଁମୁହିଁ ବିଜେପି-ଏନସିପି, ସରଗରମ ରାଜନୀତି

ଏନେଇ ଶିବସେନା ବିଧାୟକ ସଞ୍ଜୟ ସିରସାଟ କହିଛନ୍ତି, ଯଦି ସେମାନଙ୍କର ମୋଗଲ ଶାସକ ଔରଙ୍ଗଜେବ ପ୍ରତି ଏତେ ଭଲ ପାଇବା ରହିଛି, ତାହେଲେ ସେମାନେ ମୋଗର ସମ୍ରାଟ ଔରଙ୍ଗଜେବଙ୍କ କବରକୁ ହାଇଦ୍ରାବାଦ ସ୍ଥାନାନ୍ତରିତ କରିଦିଅନ୍ତୁ। ସେମାନଙ୍କୁ ସେଠାରେ ଏକ ସ୍ମାରକୀ ନିର୍ମାଣ କରିବାକୁ ଦିଅନ୍ତୁ କିମ୍ବା ଯାହା ସେମାନେ କରିବାକୁ ଚାହୁଁଛନ୍ତି ତାହା କରିବାକୁ ଦିଅନ୍ତୁ। କେହି ହଇରାଣ କରିବେ ନାହିଁ। ହେଲେ ଏହି ଆନ୍ଦୋଳନ ବନ୍ଦ କରନ୍ତୁ।

ଶିବସେନା ବିଧାୟକଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ସ୍ଥାନୀୟ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଶାରିକ୍ ନକ୍ସବନ୍ଦୀ କହିଛନ୍ତି ଶିବସେନା ନେତାଙ୍କ ଦାବି କେବଳ ରାଜନୀତି ପାଇଁ ଉଦ୍ଦିଷ୍ଟ। ନିଜ ସ୍ଥିତିକୁ ମଜବୁତ କରିବା ପାଇଁ ଶିବସେନା ବିଧାୟକ ସମ୍ପ୍ରଦାୟ ମଧ୍ୟରେ ମତଭେଦ ସୃଷ୍ଟି କରିବା ଭଳି ବୟାନ ଦେଇଛନ୍ତି। ଯଦି ସେମାନେ ସମ୍ରାଟ ଔରଙ୍ଗଜେବଙ୍କୁ ଏତେ ଘୃଣା କରନ୍ତି, ତାହେଲେ ସେମାନେ ୧୬୬୮ ମସିହାରେ ତାଙ୍କ ଦ୍ୱାରା ନିର୍ମିତ ତାଙ୍କ ପତ୍ନୀ ରାବିଆ-ଉଲ-ଦୌରନୀଙ୍କ ସମାଧି' ଏବଂ ବିବି କା ମକବାରା' ଦେଖିବା ପାଇଁ କାହିଁକି ଜି-୨୦ ପ୍ରତିନିଧିଙ୍କୁ ସେଠାକୁ ନେଇଥିଲେ? ଯାହାକୁ ତାଙ୍କ ପୁଅ ମହମ୍ମଦ ଆଜାମ ଶାହା ନିର୍ମାଣ କରିଥିଲେ। ପୂର୍ବତନ ଶାସକଙ୍କ ପ୍ରତି ଏତେ ଶତ୍ରୁତା ସହିତ ବିଜେପି ସରକାର କାହିଁକି ତାଜମହଲ ଏବଂ ଅନ୍ୟାନ୍ୟ ସ୍ମାରକୀରୁ ରାଜସ୍ୱ କମାଇବାକୁ କାହିଁକି ଚାହୁଁଛି? ବିଜେପି ଏବଂ ଏହାର ସହଯୋଗୀଙ୍କ ପାଖରେ କୌଣସି ସମସ୍ୟା ନ ଥିବାରୁ ସେମାନେ ଏଭଳି ପ୍ରକାରର ରାଜନୀତି କରୁଛନ୍ତି ଏବଂ ସମାଜର ବିଭିନ୍ନ ବର୍ଗ ମଧ୍ୟରେ ଫଟା ସୃଷ୍ଟି କରୁଛନ୍ତି।

Also Read: Maharashtra Politics: ମହାପୁରୁଷଙ୍କୁ ପୁଣି ଅପମାନ! ସମ୍ଭାଜୀ ମହାରାଜ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେପି-ଏନସିପି

ଗତ ମାସରେ ଔରଙ୍ଗାବାଦକୁ "ଛତ୍ରପତି ସମ୍ଭାଜୀନଗର" ଏବଂ ଉସମାନାବାଦକୁ "ଧରାଶିବ" ନାମରେ ନାମିତ କରିବାକୁ ମହରାଷ୍ଟ୍ର ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। ଶିବସେନା ଠାକରେ ଗୋଷ୍ଠୀ, କଂଗ୍ରେସ, ଏନସିପି ଭଳି ଅନ୍ୟ ଦଳ ଏପର୍ଯ୍ୟନ୍ତ ଶିବସେନା ବିଧାୟକଙ୍କ ବୟାନ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଅନ୍ୟପଟେ ଗତ ସପ୍ତାହରେ ମହାରାଷ୍ଟ୍ର ଏଆଇଏମଆଇଏମ ଅଧ୍ୟକ୍ଷ ଇମତୀଆଜ ଜଲିଲ ମୁମ୍ବାଇ, ପୁଣେ, ନାଗପୁର, କୋହ୍ଲାପୁର ଏବଂ ମାଲେଗାଓଁ ପ୍ରମୁଖ ସ୍ଥାନର ନାମ ମଧ୍ୟ ଦେଶର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ କରିବାକୁ ଦାବି କରିଥିଲେ।