ସିନ୍ଦେ ଗୋଷ୍ଠୀକୁ ମିଳିଲା ଆଉ ଏକ ବଡ଼ ସଫଳତା, ଉଦ୍ଧବ ଠାକରେଙ୍କ ହାତରୁ ଶିବସେନା ଯିବା ନିଶ୍ଚିତ!
Advertisement
Article Detail0/zeeodisha/odisha1265322

ସିନ୍ଦେ ଗୋଷ୍ଠୀକୁ ମିଳିଲା ଆଉ ଏକ ବଡ଼ ସଫଳତା, ଉଦ୍ଧବ ଠାକରେଙ୍କ ହାତରୁ ଶିବସେନା ଯିବା ନିଶ୍ଚିତ!

Maharashtra politics: ବାଚସ୍ପତି ନିଜ ନିଷ୍ପତ୍ତିରେ ଗତ ବର୍ଷ ଜୁନରେ ଏଲଜେପି ମାମଲାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ଯେଉଁଥିରେ ଦଳର ୬ ଜଣ ସାଂସଦ ପଶୁପତି ପାରସଙ୍କୁ ସେମାନଙ୍କ ନେତା ଭାବରେ ବାଛିଥିଲେ ।

ସିନ୍ଦେ ଗୋଷ୍ଠୀକୁ ମିଳିଲା ଆଉ ଏକ ବଡ଼ ସଫଳତା, ଉଦ୍ଧବ ଠାକରେଙ୍କ ହାତରୁ ଶିବସେନା ଯିବା ନିଶ୍ଚିତ!

ମୁମ୍ୱାଇ: Maharashtra politics: ମହାରାଷ୍ଟ୍ରରେ ସରକାରଙ୍କୁ ନେଇ ଦେଖାଦେଇଥିବା ସଙ୍କଟ ଶେଷ ହୋଇଯାଇଛି । କିନ୍ତୁ ରାଜ୍ୟରେ ବର୍ତ୍ତମାନ ଆଉ ଏକ ରାଜନୈତିକ ଲଢ଼େଇ ଜାରି ରହିଛି । ଶିବସେନା (Shiv Sena) ଦି'ଫାଳ ହେବାର ସମ୍ଭାବନା ଦେଖାଦେଇଛି । ଦଳ ଭିତରେ ଲାଗିଥିବା ନିଆଁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ପ୍ରଥମେ ବିଧାୟକ ବର୍ତ୍ତମାନ ଦଳର ସାଂସଦ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖିଆ ଉଦ୍ଧବ ଠାକରେ (Uddhav Thackeray) ଙ୍କ ଠାରୁ ଦୂରତା ରକ୍ଷା କରୁଛନ୍ତି । ଏହି କ୍ରମରେ ଲୋକସଭା ବାଚସ୍ପତି ଓମ ବିରଲା ଗୃହର ନେତା ବଦଳାଇବା ପାଇଁ ଶିବସେନାର ସିନ୍ଦେ ଗୋଷ୍ଠୀର ଦାବିକୁ ଗ୍ରହଣ କରିଛନ୍ତି । 

ବର୍ତ୍ତମାନ ଗୃହରେ ଶିବସେନାର ନେତା ରାହୁଲ ଶେୱାଲେ (Rahul Shewale) ହେବେ ଓ ଭବନା ଗୱଲିଙ୍କୁ ମୁଖ୍ୟ ସଚେତକ  (Chief Whip) ଭାବରେ ରଖାଯାଇଛି । ବାଚସ୍ପତି ୧୨ ଜାନୁଆରୀ ୧୯୮୮ରେ ଆଟର୍ଣ୍ଣି ଜେନେରାଲଙ୍କ ଦ୍ୱାରା ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ପରାମର୍ଶକୁ ଉଦାହରଣ ଭାବେ ଦିଆଯାଇଛି, ଯେଉଁଥିରେ କୁହାଯାଇଥିଲା ଯେ କୌଣସି ଦଳର ନେତା ସିଏ ହେବେ, ଯାହାଙ୍କ ପାଖରେ ସଂଖ୍ୟାବଳ ଅଧିକ ରହିବ ।

ବାଚସ୍ପତି ନିଜ ନିଷ୍ପତ୍ତିରେ ଗତ ବର୍ଷ ଜୁନରେ ଏଲଜେପି ମାମଲାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ଯେଉଁଥିରେ ଦଳର ୬ ଜଣ ସାଂସଦ ପଶୁପତି ପାରସଙ୍କୁ ସେମାନଙ୍କ ନେତା ଭାବରେ ବାଛିଥିଲେ । ଏହାପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଦାବି କରିଛନ୍ତି ଯେ ଲୋକସଭା ବାଚସ୍ପତି ଓମ ବିରଲା ରାହୁଲ ଶେୱାଲେଙ୍କୁ ଲୋକସଭାରେ ଶିବସେନା ନେତା ଭାବରେ ସ୍ୱୀକୃତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ, ବାଲାସାହେବ ଠାକରେଙ୍କ ଆଦର୍ଶକୁ ବଜାୟ ରଖିବା ପାଇଁ ଶିବସେନା ସାଂସଦମାନେ ମଧ୍ୟ ଆମର ଷ୍ଟାଣ୍ଡକୁ ସମର୍ଥନ କରିଛନ୍ତି । 

ଏହା ବି ପଢ଼ନ୍ତୁ:-ଆଖୁ ରସ ପିଇବାରୁ ମିଳିଥାଏ ଏହି ୫ଟି ଆଶ୍ଚର୍ଯ୍ୟଜନକ ଲାଭ, ଜାଣି ଚକିତ ହେବେ ଆପଣ

ଏହା ବି ପଢ଼ନ୍ତୁ:-RBI ଏହି ବ୍ୟାଙ୍କ ଉପରେ ଲଗାଇଲା ପ୍ରତିବନ୍ଧକ, ୧୫୦୦୦ରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ ଗ୍ରାହକ

ଏହା ବି ପଢ଼ନ୍ତୁ:-ଅଗ୍ନିପଥ ଯୋଜନା ନିଯୁକ୍ତିରେ ଜାତି ପ୍ରମାଣପତ୍ର ମାଗିବା ଉପରେ ଉଠିଲା ପ୍ରଶ୍ନ, ଏବେ ସେନା ତରଫରୁ ଆସିଲା ଏହି ସ୍ପଷ୍ଟୀକରଣ

ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ସମେତ ଶିବସେନାର ଲୋକସଭା ସାଂସଦ ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ନିମ୍ନ ଗୃହରେ ନିଜ ଦଳର ନେତା ବଦଳାଇବାକୁ ଅନୁରୋଧ କରିଥିଲେ । ଦଳର ନେତା ବିନୟ ରାଉତ ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖିବାର ଦିନକ ପରେ ବିଦ୍ରୋହୀ ଶିବସେନା ସାଂସଦମାନେ ଓମ ବିର୍ଲାଙ୍କୁ ଭେଟି ବିରୋଧୀ ଶିବିରରୁ କୌଣସି ସ୍ମାରକପତ୍ର ଗ୍ରହଣ ନକରିବାକୁ ଅନୁରୋଧ କରିଥିଲେ ।

ବାଚସ୍ପତିଙ୍କୁ ଭେଟିଥିବା ସିନ୍ଦେ ଦଳର ୧୨ ଜଣ ସାଂସଦଙ୍କ ମଧ୍ୟରୁ ହେମନ୍ତ ଗୋଡସେ କହିଛନ୍ତି ଯେ, "ଶିବସେନାର ୧୨ ଜଣ ଲୋକସଭା ସଦସ୍ୟ ବାଚସ୍ପତି ଓମ ବିର୍ଲାଙ୍କ ସହ ସାକ୍ଷାତ କରିଛନ୍ତି ଓ ବିନାୟକ ରାଉତଙ୍କ ସ୍ଥାନରେ ରାହୁଲ ଶେୱାଲେଙ୍କୁ ଗୃହରେ ଦଳର ନେତା ଭାବରେ ନିଯୁକ୍ତ କରିବାକୁ ଆଗ୍ରହ କରିଛନ୍ତି ।" ଆପଣଙ୍କୁ କହି ରଖୁଛୁ ଯେ, ସୋମବାର ବିନୟ ରାଉତ ଲୋକସଭା ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ସ୍ପଷ୍ଟ କରିଥିଲେ ଯେ ସେ ଶିବସେନା ସଂସଦୀୟ ଦଳର ଉପଯୁକ୍ତ ନିଯୁକ୍ତ ନେତା ଓ ରାଜନ ଭିଚାରେ ହେଉଛନ୍ତି ମୁଖ୍ୟ ସଚେତକ ।