ଉଦ୍ଧବ ଠାକରେଙ୍କ ଚରଣରେ ଏକନାଥ ସିନ୍ଦେ ଗୋଷ୍ଠୀ!
Advertisement
Article Detail0/zeeodisha/odisha1293263

ଉଦ୍ଧବ ଠାକରେଙ୍କ ଚରଣରେ ଏକନାଥ ସିନ୍ଦେ ଗୋଷ୍ଠୀ!

Maharashtra Politics: ଏହାପୂର୍ବରୁ ସିନ୍ଦେ ଗୋଷ୍ଠୀର ସାଂସଦ ରାହୁଲ ଶେୱାଲେ କହିଥିଲେ ଯେ, ଉଦ୍ଧବ ଓ ପ୍ରଧାନମନ୍ତ୍ରୀଙ୍କ ବୈଠକର କିଛି ଦିନ ପରେ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନରେ ୧୨ ଜଣ ବିଜେପି ବିଧାୟକଙ୍କୁ ଗୋଟିଏ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ଏହା ପରେ ଶିବସେନା ସହ ସରକାର ଗଠନ ପାଇଁ ବିଜେପି ନିଜର ଇଚ୍ଛା ଛାଡି ଦେଇଥିଲା ।

ଉଦ୍ଧବ ଠାକରେଙ୍କ ଚରଣରେ ଏକନାଥ ସିନ୍ଦେ ଗୋଷ୍ଠୀ!

ମୁମ୍ୱାଇ: Maharashtra Politics: ମହାରାଷ୍ଟ୍ରର ଶାସକ ସିନ୍ଦେ ଗୋଷ୍ଠୀ (Eknath Shinde Camp) ଶିବସେନା (Shiv Sena) ମୁଖ୍ୟ ଉଦ୍ଧବ ଠାକରେ (Uddhav Thackeray) ଙ୍କ ଆଶୀର୍ବାଦ ଲୋଡିଛନ୍ତି । ସିନ୍ଦେ ଗୋଷ୍ଠୀର ମୁଖପାତ୍ର ଦୀପକ କେସରକର ଉଦ୍ଧବ ଠାକେରଙ୍କୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଙ୍କୁ ଆଶୀର୍ବାଦ ଦେବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଆପଣଙ୍କର ବିଚାରଧାର ସମାନ, ତେଣୁ ଆପଣ ମହାରାଷ୍ଟ୍ର ତଥା ଦେଶର ସ୍ୱାର୍ଥରେ ପରସ୍ପରକୁ ସମର୍ଥନ କରିବା ଉଚିତ୍ । ଏଥିରେ କିଛି ଭୁଲ୍ ନାହିଁ ।

କେସରକର କହିଛନ୍ତି ଯେ, "ମୁଁ ଏକନାଥ ସିନ୍ଦେଙ୍କୁ ଭେଟୁଥିଲି କାରଣ ସେ ଆମ ଦଳର ଦୁଇ ନମ୍ବର ନେତା ଥିଲେ । ଯେତେବେଳେ ବି ମୁଁ ତାଙ୍କୁ ସାକ୍ଷାତ କରୁଥିଲି, ସେ ଉଦ୍ଧବ ଜୀଙ୍କୁ ଭେଟିବାକୁ ଯାଉଥିଲେ ଏବଂ କହୁଥଲେ ଯେ ତାଙ୍କୁ ବିଜେପି ସହିତ ନିଜର ପୁରୁଣା ସମ୍ପର୍କକୁ ପୁନଃ ଜାଗ୍ରତ କରିବାକୁ ପଡିବ । ଏହା ହେଲା ନାହିଁ ଓ ଏକନାଥ ସିନ୍ଦେ ବିଦ୍ରୋହ କରି ଚାଲିଗଲେ ।"

କେସରକର କହିଛନ୍ତି ଯେ, "ମୁଁ ଉଦ୍ଧବ ଠାକରେଙ୍କୁ ପଚାରିବାକୁ ଚାହେଁ ଯେ ଯଦି ଆପଣ ତାଙ୍କ (BJP) ସହ ଯିବାର ଥିଲା, ତେବେ ବର୍ତ୍ତମାନ ଆପଣଙ୍କର ଆପତ୍ତି କ’ଣ? ଯଦି ଏକନାଥ ସିନ୍ଦେ ଗୋଷ୍ଠୀ ବିଜେପି ସହ ମେଣ୍ଟ କରିଛି ତେବେ ଏଥିରେ ଆପତ୍ତି କ’ଣ ରହିଛି? ଏହାପୂର୍ବରୁ ଶୁକ୍ରବାର କେସରକର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଷୟରେ ଏକ ବଡ ଦାବି କରିଥିଲେ । ସେ କହିଛନ୍ତି ଯେ, ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଥିଲେ । ଠାକରେଙ୍କ ପାଇଁ ମୋଦିଙ୍କ ସହ ତାଙ୍କର ସମ୍ପର୍କ ଶୀର୍ଷ ପଦବୀରେ ରହିବା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ।

ସେ ଦାବି କରିଛନ୍ତି ଯେ, ଗତ ବର୍ଷ ଜୁନ୍ ମାସରେ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ତାଙ୍କ ପାଇଁ ମୋଦିଙ୍କ ସହ ସମ୍ପର୍କ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେ ଆଗାମୀ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । କିନ୍ତୁ ଏହା ଅନୁଭବ କରାଯାଇଥିଲା ଯେ କି ତାଙ୍କୁ ଦଳ କାର୍ଯ୍ୟକର୍ତ୍ତାଙ୍କୁ ବୁଝାଇବା ପାଇଁ ଅଧିକ ସମୟ ଆବଶ୍ୟକ । ସେ ଏହା ମଧ୍ୟ କହିଛନ୍ତି ଯେ ଏକ ସମୟରେ ପିଏମ ମୋଦି ଠାକରେଙ୍କୁ ତାଙ୍କ ସାନଭାଇ କହୁଥିଲେ ।

ଏହା ବି ପଢ଼ନ୍ତୁ:-CWG 2022 ରେ ଭାରତ ଉପରେ ପଦକ ବର୍ଷା, ଜାଣନ୍ତୁ କ'ଣ ପ୍ରକୃତରେ ସୁନା ଓ ରୁପାରେ ନିର୍ମିତ ହୋଇଥାଏ ଏହି ମେଡଲ?

ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନ ଗିରଫ? ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘର ବାହାରେ ପୋଲିସ ମୁତୟନ, ଜାଣନ୍ତୁ ପୂରା ମାମଲା

ଏହା ବି ପଢ଼ନ୍ତୁ:-ବିହାରରେ ହେବ ଖେଳ, ବିଜେପିର ସାଥ୍ ଛାଡ଼ି ଆରଜେଡି ସହ ସରକାର ଗଢ଼ିବେ ନୀତିଶ କୁମାର!

 

ଏହାପୂର୍ବରୁ ସିନ୍ଦେ ଗୋଷ୍ଠୀର ସାଂସଦ ରାହୁଲ ଶେୱାଲେ କହିଥିଲେ ଯେ, ଉଦ୍ଧବ ଓ ପ୍ରଧାନମନ୍ତ୍ରୀଙ୍କ ବୈଠକର କିଛି ଦିନ ପରେ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନରେ ୧୨ ଜଣ ବିଜେପି ବିଧାୟକଙ୍କୁ ଗୋଟିଏ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ଏହା ପରେ ଶିବସେନା ସହ ସରକାର ଗଠନ ପାଇଁ ବିଜେପି ନିଜର ଇଚ୍ଛା ଛାଡି ଦେଇଥିଲା ।

ଶିବସେନାର ଠାକରେ କ୍ୟାମ୍ପ କେସରକରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛି ଯେ ସେ ଆତ୍ମ-ବିରୋଧୀ ବୟାନ ଦେଉଛନ୍ତି ଓ ଦ୍ୱନ୍ଦ୍ୱରେ ଅଛନ୍ତି । ଠାକରେ ଗୋଷ୍ଠୀର ଶିବସେନା ମୁଖପାତ୍ର ମନୀଷା କାୟାଣ୍ଡେ କହିଛନ୍ତି ଯେ, ସେ ପ୍ରତିଦିନ କିଛି ନୂଆ ଖୁଲାସା କରୁଛନ୍ତି । ସେ ଆତ୍ମ-ବିରୋଧୀ ବକ୍ତବ୍ୟ ଦେଉଛନ୍ତି ଓ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ।