Border Dispute Case: ସୀମା ବିବାଦକୁ ନେଇ ଶାସକ ମେଣ୍ଟରେ ଫାଟ, ମୁହାଁମୁହିଁ ବିଜେପି-ଶିବସେନା
Advertisement

Border Dispute Case: ସୀମା ବିବାଦକୁ ନେଇ ଶାସକ ମେଣ୍ଟରେ ଫାଟ, ମୁହାଁମୁହିଁ ବିଜେପି-ଶିବସେନା

Maharashtra Politics: କର୍ଣ୍ଣାଟକ ସହ ଚାଲିଥିବା ସୀମା ବିବାଦକୁ ନେଇ ମହାରାଷ୍ଟ୍ର ଶାସକ ମେଣ୍ଟରେ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ଉଭୟ ବିଜେପି-ଶିବସେନା ଭିନ୍ନ ମତ ପୋଷଣ କରିଛନ୍ତି। 

Border Dispute Case: ସୀମା ବିବାଦକୁ ନେଇ ଶାସକ ମେଣ୍ଟରେ ଫାଟ, ମୁହାଁମୁହିଁ ବିଜେପି-ଶିବସେନା

Maharashtra Karnataka Border Dispute: କର୍ଣ୍ଣାଟକ ସହ ଚାଲିଥିବା ସୀମା ବିବାଦକୁ ନେଇ ସରଗରମ ରହିଛି ମହାରାଷ୍ଟ୍ର ରାଜନୀତି। ଡିସେମ୍ବର ୨୬ ତାରିଖ ସୋମବାର ସୀମା ବିବାଦ ସହ ଜଡତି ଏକ ପ୍ରସ୍ତାବ ମହରାଷ୍ଟ୍ର ବିଧାନମଣ୍ଡଳରେ ଆଗତ ହୋଇଥିଲା। ହେଲେ ଏହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହି ପ୍ରସ୍ତାବ ଉପରେ ଶାସକ ବାଲାସାହେବଙ୍କ ଶିବସେନା ଏବଂ ବିଜେପି ଭିନ୍ନ ମତ ରଖଛନ୍ତି। ଯଦିଓ ଗତ ଶୁକ୍ରବାର ବାଲାସାହେବଙ୍କ ଶିବସେନା ଏହି ସଂକଳ୍ପ ଆଣିବାକୁ ଘୋଷଣା କରିଥିଲା, ହେଲେ ବିଜେପି ରାଜ୍ୟ ନେତୃତ୍ୱ ଏହା ଉପରେ କଥିତ ଆଗ୍ରହୀ ନଥିବା କୁହାଯାଉଛି। 

ମହାରାଷ୍ଟ୍ର ସରକାରଙ୍କ ଅବକାରୀ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ବାଲାସାହେବଙ୍କ ଶିବସେନା ଦଳର ନେତା ଶମ୍ଭୁରାଜ ଦେଶାଇ ସୋମବାର ଏକ 'ଦୃଢ ତଥା ଆକ୍ରମଣାତ୍ମକ' ସଂକଳ୍ପ ଆଣିବାକୁ ଘୋଷଣା କରିଥିଲେ ଡିସେମ୍ବର ୨୨ ତାରିଖ ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ସୀମା ବିବାଦ ପ୍ରସଙ୍ଗରେ ଏକ ସଂକଳ୍ପ ପାରିତ ହେବା ପରେ ଏହି ଘୋଷଣା କରାଯାଇଥିଲା। ହେଲେ ସୋମବାର ମହାରାଷ୍ଟ୍ର ବିଧାନ ମଣ୍ଡଳର ଉଭୟ ଗୃହର କାର୍ଯ୍ୟସୂଚୀରେ ଏହି ପ୍ରସ୍ତାବ ବାବଦରେ କୌଣସି ଉଲ୍ଲେଖ ନାହିଁ। 

Also Read: Border Dispute Case: ସୀମା ବିବାଦକୁ ନେଇ ଶାସକ ମେଣ୍ଟରେ ଫାଟ, ମୁହାଁମୁହିଁ ବିଜେପି-ଶିବସେନା

ଏନେଇ ଶିବସେନା ସିନ୍ଦେ ଗୋଷ୍ଠୀର ନେତାଙ୍କ କହିବା ଅନୁସାରେ, ବିଜେପି ତୁରନ୍ତ ଏହି ପ୍ରସ୍ତାବ ଆଗତ କରିବାରେ ଆଗ୍ରହ ପ୍ରକାଶ କରୁନାହିଁ। ଯେଉଁଥିପାଇଁ ସଂକଳ୍ପ ଆଣିବାରେ ବିଳମ୍ବ ହୋଇଛି। ଏହି ପ୍ରସ୍ତାବ ଉପରେ ଉଭୟ ଦଳର ଭିନ୍ନ ମତ ରହିଛି। ଏଭଳି ପରିସ୍ଥିତିରେ ସୀମା ବିବାଦକୁ ନେଇ ଉଭୟ ବିଜେପି-ଶିବସେନା ମୁହାମୁହିଁ ହୋଇଥିବାରୁ ଶାସକ ମେଣ୍ଟ ଲାଗି ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। 

Also Read: Border Dispute: ସୀମା ବିବାଦ ବେଳେ ପରସ୍ପରକୁ ଭେଟିଲେ ମହାରାଷ୍ଟ୍ର-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ସୀମା ବିବାଦର ହୋଇପାରେ ସମାଧାନ

ଏହି ପ୍ରସଙ୍ଗରେ ନିଜ ନାମ ଗୋପନ ରଖି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଜଣେ ବିଜେପି ନେତା କହିଛନ୍ତି ସୋମବାର ଏହି ପ୍ରସ୍ତବ ଆଗତ ହେବାର ସମ୍ଭାବନା ନାହିଁ। କାରଣ ଏହା ସେହି ଦିନର କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ ହୋଇନାହିଁ। ମହରାଷ୍ଟ୍ର ସହ ଚାଲିଥିବା ସୀମା ବିବାଦକୁ ନେଇ ଆସନ୍ତା ବର୍ଷ ହେବାକୁ ଯାଉଥିବା ​​କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ଉପକୃତ ହେବ ବୋଲି ଆଶା ରଖିଛି। ମହାରାଷ୍ଟ୍ର ବିଜେପି ନେତୃତ୍ୱ ସୀମା ବିବାଦର ଜବାବୀ ସମାଧାନ କରିବାରେ ପଛଘୁଞ୍ଚା ଦେଉଛନ୍ତି। କାରଣ ଦଳୀୟ ନେତୃତ୍ୱ ଏହା ଅନୁଭବ କରୁଛି ଯେ ଏହା ଦ୍ୱାରା ପଡୋଶୀ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନୀରେ ଦଳ ପାଇଁ ରହିଥିବାକୁ କ୍ଷତି ପହଞ୍ଚିପାରେ। ଏ ପର୍ଯ୍ୟନ୍ତ କୌଣସି ଅନ୍ତିମ ଆଲୋଚନା ହୋଇନାହିଁ। ମହାରାଷ୍ଟ୍ର ବିଧାନମଣ୍ଡଳର ଶୀତ ଅଧିବେଶନର ଶେଷ ସପ୍ତାହରେ ଏହି ପ୍ରସ୍ତାବ ଆଗତ ହୋଇପାରେ।

Also Read: Border Dispute: ଘନେଇଲାଣି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ, ମହାରାଷ୍ଟ୍ରକୁ ସତର୍କ କରାଇଲା କର୍ଣ୍ଣାଟକ

ଶିବସେନା ସିନ୍ଦେ ଗୋଷ୍ଠୀର ନେତାଙ୍କ କହିବା କଥା ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଉପରେ ଅତ୍ୟନ୍ତ ଆଗ୍ରହୀ ଅଛନ୍ତି। କାରଣ ତାଙ୍କୁ ବିରୋଧୀ ଦଳ ପକ୍ଷରୁ ସମାଲୋଚନାର ସାମ୍ନା କରିବାକୁ ପଡୁଛି। ସୀମା ବିବାଦ ମାମଲାରେ ନିଜର କର୍ଣ୍ଣାଟକ ପ୍ରତିପକ୍ଷଙ୍କ ତୁଳନାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନରମ ମନୋଭାବ ପୋଷଣ କରୁଥିବା ବିରୋଧୀ କହୁଛନ୍ତି। ଏହାର ଜବାବର ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି ଉଭୟ ଶାସକ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯିବ। ପ୍ରସ୍ତାବ ଯଥା ଶୀଘ୍ର ଅଣାଯାଇପାରେ। ଦଳ ଏହି ପ୍ରସ୍ତାବକୁ ନେଇ ସତର୍କ ରହିବାକୁ ଚାହୁଁଛି। କାରଣ ଦଳ ଚାହୁଁନାହିଁ ଯେ ଏହି ପ୍ରସ୍ତାବ ଦ୍ୱାରା କୌଣସି ରାଜ୍ୟର ସରକାରଙ୍କ ଲାଗି ସମସ୍ୟା ସୃଷ୍ଟି ହେଉ।