JP Nadda: ବିଜେପି ଜେପି ନଡ୍ଡାଙ୍କ ନେତୃତ୍ୱରେ ୨୦୨୪ର ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ଠିକ୍ କି? ଚକିତ କରୁଛି ସର୍ଭେର ଫଳାଫଳ
Advertisement

JP Nadda: ବିଜେପି ଜେପି ନଡ୍ଡାଙ୍କ ନେତୃତ୍ୱରେ ୨୦୨୪ର ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ଠିକ୍ କି? ଚକିତ କରୁଛି ସର୍ଭେର ଫଳାଫଳ

Lok Sabha Elections 2024: କୌଣସି ନିର୍ବାଚନ ବିନା ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ୨୦୨୪ ମସିହାରେ ଲୋକସଭା ନିର୍ବାଚନରେ ​​ଦଳର ବିଜୟ ହାସଲ କରିବାରେ ନଡ୍ଡାଙ୍କର ସବୁଠାରୁ ବଡ଼ ଦାୟିତ୍ୱ ରହିବ । ଏବେ ପ୍ରଶ୍ନ ହେଉଛି ନଡ୍ଡାଙ୍କ ନେତୃତ୍ୱରେ ଲୋକସଭା ନିର୍ବାଚନରେ ​​ବିଜେପି ଜିତିବ କି?

JP Nadda: ବିଜେପି ଜେପି ନଡ୍ଡାଙ୍କ ନେତୃତ୍ୱରେ ୨୦୨୪ର ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ଠିକ୍ କି? ଚକିତ କରୁଛି ସର୍ଭେର ଫଳାଫଳ

ନୂଆଦିଲ୍ଲୀ: Lok Sabha Elections 2024: ଆଗାମୀ ଲୋକସଭା ନିର୍ବାଚନ ପାଇଁ ​​ପ୍ରାୟ ୧୮ ମାସ ସମୟ ବାକି ରହିଛି । କିନ୍ତୁ ବିରୋଧୀ ଦଳ ସହ ଶାସକ ଭାରତୀୟ ଜନତା ପାର୍ଟି (BJP) ମଧ୍ୟ ୨୦୨୪ର ଋଣକ୍ଷେତ୍ରକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଗୋଟିଏ ପଟେ କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା କରିଛି । ଅନ୍ୟପଟେ ବିଜେପି ସେହି ଆସନଗୁଡିକ ପାଇଁ ବିଜେପି ଖାସ୍ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି, ଯେଉଁଠାରେ ଦଳ ୨୦୧୯ରେ ଦ୍ୱିତୀୟ ସ୍ଥାନରେ ରହିଥିଲା ​​କିମ୍ବା କମ୍ ବ୍ୟବଧାନରେ ଏହି ଆସନ ହରାଇଥିଲା । ବିରୋଧୀ ଦଳମାନେ ମୋର୍ଚ୍ଚା କରିବା ପାଇଁ ଏକାଠି ହୋଇଛନ୍ତି । ନିକଟ ଅତୀତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ (BJP National President) ଜେପି ନଡ୍ଡା (JP Nadda) ମଧ୍ୟ ଦଳର ସମସ୍ତ ରାଜ୍ୟର ପ୍ରଭାରୀଙ୍କ ସହ ଏକ ବୈଠକ କରିଛନ୍ତି । ଏଭଳି ପରିସ୍ଥିତିରେ ସମସ୍ତ ଦଳ ଜନତାଙ୍କ ସହ ଯୋଗାଯୋଗ ଆରମ୍ଭ କରିସାରିଛନ୍ତି । ଏହି ସମୟରେ ଦେଶର ମୁଡକୁ ନେଇ ଏକ ସାପ୍ତାହିକ ଓପିନିୟନ ପୋଲ୍ ସର୍ଭେ କରାଯାଇଥିଲା । ଏହି ଓପିନିୟନ ପୋଲ୍ ସର୍ଭେ ୨୦୨୪ର ଚିତ୍ର ସ୍ପଷ୍ଟ କରିବାକୁ ପ୍ରୟାସ କରିଛି ।

ଏବିପି ପାଇଁ ସି-ଭୋଟରର ସାପ୍ତାହିକ ସର୍ଭେରେ ୪,୪୨୭ ଜଣଙ୍କ ସହ ଆଲୋଚନା କରାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷ (Congress President Election) ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥି ସହ ବିଜେପି ଦ୍ୱିତୀୟ ଥର ପାଇଁ ଦଳର ଅଧ୍ୟକ୍ଷ ଭାବରେ ଜେପି ନଡ୍ଡାଙ୍କୁ ନିଯୁକ୍ତ କରିଛି । କୌଣସି ନିର୍ବାଚନ ବିନା ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ୨୦୨୪ ମସିହାରେ ଲୋକସଭା ନିର୍ବାଚନରେ ​​ଦଳର ବିଜୟ ହାସଲ କରିବାରେ ନଡ୍ଡାଙ୍କର ସବୁଠାରୁ ବଡ଼ ଦାୟିତ୍ୱ ରହିବ । ଏବେ ପ୍ରଶ୍ନ ହେଉଛି ନଡ୍ଡାଙ୍କ ନେତୃତ୍ୱରେ ଲୋକସଭା ନିର୍ବାଚନରେ ​​ବିଜେପି ଜିତିବ କି? ଓପିନିୟନ ପୋଲ୍ ସର୍ଭେରେ ପ୍ରଶ୍ନ କରାଯାଇଥିଲା ଯେ, ଜେପି ନଡ୍ଡାଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ଠିକ୍ କି? ୫୬ ପ୍ରତିଶତ ଲୋକ ଏହି ପ୍ରଶ୍ନର ହଁ ଉତ୍ତର ଦେଇଛନ୍ତି । ଏଥି ସହିତ ୪୪ ପ୍ରତିଶତ ଲୋକ ଏପରି ଥିଲେ ଯେଉଁମାନେ ଏହି ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି ।

ଗୁଜୁରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଚଳିତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ହେବ । ଏହି ନିର୍ବାଚନ ପରେ ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମୋଟ ଉପରେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତ୍ରିପୁରା, ମେଘାଳୟ, ମିଜୋରାମ ଏବଂ ତେଲେଙ୍ଗାନା ସମେତ ୧୧ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ବିଜେପି ସଂଗଠନ ନିର୍ବାଚନ କରିବା ଅପେକ୍ଷା ବର୍ତ୍ତମାନର ସଂଗଠନ ଆଧାରରେ ଏହି ନିର୍ବାଚନରେ ​​ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଏଭଳି ପରିସ୍ଥିତିରେ ଦଳ ନଡ୍ଡାଙ୍କ ଉପରେ ବିଶ୍ୱାସ ରଖିଛି ।

ଅଧିକ ପଢ଼ନ୍ତୁ:-ଆମେରିକା ପ୍ରଥମ ଥର ପାଇଁ ଭାରତ ବିରୁଦ୍ଧରେ ନେଲା ଏହି ବଡ଼ ପଦକ୍ଷେପ!

ଅଧିକ ପଢ଼ନ୍ତୁ:-ପୁରୁଷଙ୍କୁ ଶିଳାଜିତ ଠାରୁ ଅଧିକ ଶକ୍ତି ପ୍ରଦାନ କରିଥାଏ ଏହି ଗଛର ପତ୍ର, ପ୍ରତିଦିନ କରନ୍ତୁ ସେବନ!

ଅଧିକ ପଢ଼ନ୍ତୁ:-ଆପଣଙ୍କ ଆଧାର କାର୍ଡ ହଜି ଯାଇଛି କି? ଚିନ୍ତା କରନ୍ତୁ ନାହିଁ, ଏହିପରି ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ବିନା ଡାଉନଲୋଡ୍ କରନ୍ତୁ Aadhaar

ଜେପି ନଡ୍ଡା ଜୁଲାଇ ୨୦୧୯ରେ ଦଳର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ । ଯେତେବେଳେ ଅମିତ ଶାହ ସରକାରରେ ସାମିଲ ହୋଇଥିଲେ, ଜେପି ନଡ୍ଡାଙ୍କୁ ଜାନୁଆରୀ ୨୦୨୦ରେ ପୂର୍ଣ୍ଣକାଳୀନ ଜାତୀୟ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନଡ୍ଡାଙ୍କ ନେତୃତ୍ୱରେ ଦଳ ୟୁପି ସମେତ ଅନେକ ବଡ଼ ରାଜ୍ୟରେ ବିଜୟୀ ହୋଇଥିଲା । ଏଥି ସହିତ ବିଜେପିର ସମ୍ବିଧାନ ଅନୁଯାୟୀ, କୌଣସି ନେତା କ୍ରମାଗତ ଦୁଇ ଥର ନିର୍ବାଚନ ନ ଲଢ଼ି ଜାତୀୟ ଅଧ୍ୟକ୍ଷ ହୋଇ ରହିପାରିବେ । ଏଭଳି ପରିସ୍ଥିତିରେ ନଡ୍ଡାଙ୍କ ସପକ୍ଷରେ ମଧ୍ୟ ଏହି କଥା ଯାଇଛି ।