Lok Sabha Election 2024: ମହା ବିକାଶ ଆଘାଡ଼ିରେ ଆସନ ବଣ୍ଟାକୁ ନେଇ ହେଲା ଆଲୋଚନା; କାହାକୁ ମିଳିବ କେତେ ଆସନ?
Advertisement
Article Detail0/zeeodisha/odisha2051924

Lok Sabha Election 2024: ମହା ବିକାଶ ଆଘାଡ଼ିରେ ଆସନ ବଣ୍ଟାକୁ ନେଇ ହେଲା ଆଲୋଚନା; କାହାକୁ ମିଳିବ କେତେ ଆସନ?

Bihar Grand Alliance Seat Sharing for 2024 Election: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ମହାରାଷ୍ଟ୍ର ମହା ବିକାଶ ଆଘାଡ଼ି ମେଣ୍ଟରେ ଆସନ ବୁଝାମଣାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ନିର୍ବାଚନରେ କେଉଁ ଦଳ କେତେ ଆସନରେ ନିର୍ବାଚନ ଲଢିବ ତାହା ମଧ୍ୟ ଜମାପଡ଼ିଛି।

 Lok Sabha Election 2024: ମହା ବିକାଶ ଆଘାଡ଼ିରେ ଆସନ ବଣ୍ଟାକୁ ନେଇ ହେଲା ଆଲୋଚନା; କାହାକୁ ମିଳିବ କେତେ ଆସନ?

Seat Sharing in Maha Vikas Aghadi for 2024 Election: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ ବିରୋଧି ଇଣ୍ଡିଆ ମେଣ୍ଟ ମହାରାଷ୍ଟ୍ରର କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଶିବସେନା (ଠାକରେ ଗୋଷ୍ଠୀ) ଏନସିପି ଏବଂ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ଆଲୋଚନା। ମଙ୍ଗଳବାର ଅନୁଷ୍ଠିତ ହେଉଥିବା ବୈଠକରେ ଆସନ ବୁଝମାଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ମହାରାଷ୍ଟ୍ରରେ ଆସନ ବୁଝମଣା କରିବା ସମ୍ବନ୍ଧରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ କଂଗ୍ରେସ, ଶିବସେନା ଏବଂ ଏନସିପି ନେତା ଅଂଶଗ୍ରହଣ କରୁଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଇଣ୍ଡିଆ ମେଣ୍ଟ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ଉପରେ ଆଲୋଚନା ଆରମ୍ଭ କରିଛି। ସର୍ବପ୍ରଥମେ ରବିବାର ବିହାରରେ ଆସନ ବୁଝମଣାକୁ ନେଇ କଂଗ୍ରେସ-ଆରଜେଡି ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। 

ମହାରାଷ୍ଟ୍ରରେ ଆସନ ବଣ୍ଟନକୁ ନେଇ ଅନୁଷ୍ଠିତ ହୋଇଯାଇଛି ବୈଠକ 
୨୦୨୪ ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ମେଣ୍ଟ ଗଠନ କରିବା ସମ୍ପର୍କରେ ଶିବସେନା (ଠାକରେ ଗୋଷ୍ଠୀ) ଏନସିପି ଏବଂ କଂଗ୍ରେସ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁ ବୈଠକ କଂଗ୍ରେସ ନେତା ମୁକଲ ୱାସନିକଙ୍କ ଦିଲ୍ଲୀସ୍ଥିତ ବାସଭବନରେ ହେଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ପକ୍ଷରୁ ବଲାସାହେବ ଥୋରାଟ, ଅଶୋକ ଚହ୍ୱାଣ ଏବଂ ନାନା ପଟୋଲେ ଉପସ୍ଥିତ ରହିବେ। ଶିବସେନା (ଠାକରେ ଗୋଷ୍ଠୀ) ପକ୍ଷରୁ ସଞ୍ଜୟ ରାଉତ ଉପସ୍ଥିତ ରହିବେ। ସେହିପରି ଶରଦ ପାୱାର ଏନସିପି ପକ୍ଷରୁ ଉପସ୍ଥିତ ରହିବେ। ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡ ମଧ୍ୟ ଏହି ବୈଠକରେ ଯୋଗଦେବେ। ଶରଦ ପାୱାରଙ୍କ ନେତୃତ୍ୱାଧିନ ଏନସିପି ମହାରାଷ୍ଟ୍ର ଶାଖା ଅଧ୍ୟକ୍ଷ ଜୟନ୍ତ ପାଟିଲ ଏହି ବୈଠକରେ ଯୋଗଦେବେ ନାହିଁ। ସୂତ୍ରରୁ ଖବର ଆସିଛି ଯେ ଖୁବ୍ ଶୀଘ୍ର ଦିଲ୍ଲୀ ଠାରେ ମହାବିକାଶ ଅଘାଡ଼ି ନେତାଙ୍କ ଏକ ବଡ ବୈଠକ ହେବ। ଯେଉଁଥିରେ ଆସନ ବୁଝାମଣା ସମ୍ପର୍କରେ ଆଲୋଚନା ହେବ। ଆସନ୍ତା ଜାନୁୟାରୀ ୧୪-୧୫ ତାରିଖରେ ଦିଲ୍ଲୀ ଠାରେ ଅନୁଷ୍ଠିତ ହେଉଥିବା  ମହାବିକାଶ ଅଘାଡ଼ି ବୈଠକରେ ଏନସିପି ନେତା ଶରଦ ପାୱାର, ଶିବସେନା (ଠାକରେ ଗୋଷ୍ଠୀ) ମୁଖ୍ୟ ଉଦ୍ଧବ ଠାକରେ ଏବଂ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଯୋଗଦେବେ। ଯେଉଁଥିରେ ଆସନ ବଣ୍ଟନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Also Read: Lok Sabha Election 2024: ମହାମେଣ୍ଟର ଆସନ ବଣ୍ଟା ଶେଷ; ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

କାହାକୁ ମିଳିବ କେତେ ଆସନ?
ବୈଠକ ପୂର୍ବରୁ ମିଳିଥିବା ଖବର ଅନୁସାରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ପକ୍ଷରୁ ଶିବସେନା (ଠାକରେ ଘୋଷ୍ଠୀ) ବଡ଼ ଭାଇ ଭୂମିକା ଗ୍ରହଣ କରିବେ। ରାଜ୍ୟର ମୋଟ ୪୮ ଲୋକସଭା ଆସନ ମଧ୍ୟରୁ ଶିବସେନା ସର୍ବାଧିକ ୧୫ ଆସନରେ ଲଢିପାରେ। ଯେଉଁଠି ଏନସିପି ୧୪ ଏବଂ କଂଗ୍ରେସ ୧୪ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି ବହୁଜନ ବିକାଶ ଅଘାଡ଼ି ୨ ସିଟ୍ ପାଇପାରେ।  ହେଲେ କଂଗ୍ରେସ ୨୨, ଶିବସେନା ୨୩ ଏବଂ ଏନସିପି ୨୦ ଆସନ ପାଇବା ନେଇ ଦାବି ରଖିବେ।

ବିହାରରେ ହୋଇସାରିଛି ଆସନ ଭାଗବଣ୍ଟା
ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିହାରରେ ଇଣ୍ଡିଆ ମେଣ୍ଟଧ୍ୟରେ ଆସନ ଭାଗ ବଣ୍ଟାକୁ ନେଇ ଏକ ବୁଝାମଣା ହୋଇସାରିଛି। କଂଗ୍ରେସ ଏବେ ବିହାରରେ ଜେଡିୟୁ-ଆରଜେଡି ସହଯୋଗରେ ନିର୍ବାଚନରେ ପ୍ରତିଦ୍ୱନଦ୍ୱିତା କରିବ। ବିହାରରେ ଆସନ ଭାଗ ବଣ୍ଟାକୁ ନେଇ ରବିବାର କଂଗ୍ରେସ-ଆରଜେଡି ନେତାଙ୍କ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ପକ୍ଷରୁ ଅଶୋକ ଗେହଲୋଟ୍, ମୁକୁଲ ୱାସନିକ, ଭୂପେଶ ବଘେଲ, ସଲମାନ ଖୁର୍ସିଦ ଏବଂ ବିହାର କଂଗ୍ରେସ ସଭାପତି ଅଖିଳେଶ ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ। ଏନେଇ ମିଳିଥିବା ଖବର ଅନୁସାରେ ବିହାରର ସମସ୍ତ ୪୦ ଲୋକସଭା ଆସନ ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ବାମଦଳକୁ ମିଳିବାକୁ ରହିବାକୁ ଆସନ ଉପରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ୧୭-୧୭-୪-୧-୨ ଆଧାରରେ ଆସନ ବଣ୍ଟା ଯାଇପାର। ଅର୍ଥାତ୍ ଉଭୟ ଜେଡିୟୁ-ଆରଜେ ସମାନ ସଂଖ୍ୟକ ୧୭ ଆସନ ପାଇବେ। ସେହିପରି କଂଗ୍ରେ, ଗୋଟିଏ ରାଜ୍ୟସଭା ଆସନ ସହ ୪ ଲୋକସଭା ଆସନ ପାଇବ। ବାମ ଦଳକୁ ୨ ସିଟ୍ ମିଳିପାରେ।