Bihar: ମଦ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଘେରିଲେ ସାଂସଦ ଚିରାଗ ପାଶ୍ୱାନ
Advertisement
Article Detail0/zeeodisha/odisha1490203

Bihar: ମଦ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଘେରିଲେ ସାଂସଦ ଚିରାଗ ପାଶ୍ୱାନ

Bihar Hooch Tragedy: ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ଚିରାଗ ପାଶ୍ୱାନ କହିଛନ୍ତି ବିହାରରେ ବିଷାକ୍ତ ମଦ ପିଇବା କାରଣରୁ ୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମଦ ମୃତ୍ୟୁ ଘଟଣାରେ ସତ୍ୟକୁ ଦବାଇବାକୁ ଚେଷ୍ଟା କରାଯାଉଛି। ମୃତକଙ୍କ ଅନ୍ତିମ  ସଂସ୍କାର ବିନା ଶବ ବ୍ୟବଚ୍ଛେଦରେ କରାଯାଉଛି।

Bihar: ମଦ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଘେରିଲେ ସାଂସଦ ଚିରାଗ ପାଶ୍ୱାନ

Chirag Paswan targets Nitish Kumar: ରାଜ୍ୟରେ ହୋଇଥିବା ମଦ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ବିହାର ଜାମୁଇ ଲୋକସଭା ଆସନର ସାଂସଦ ଚିରାଗ ପାଶ୍ୱାନ। ଏନେଇ ଜାମୁଇ ସାଂସଦ ତଥା ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ କହିଛନ୍ତି ମଦ ବନ୍ଦ ହୋଇଥିବା ଏକ ରାଜ୍ୟରେ ହୋଇଥିବା ମଦ ମୃତ୍ୟୁ ମାମଲାରେ ସରକାର ସତ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ବିଷାକ୍ତ ମଦ ପିଇବା କାରଣରୁ ରାଜ୍ୟରେ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ବିହାର ଜାମୁଇ ସାଂସଦ।

ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ଚିରାଗ ପାଶ୍ୱାନ କହିଛନ୍ତି ବିହାରରେ ବିଷାକ୍ତ ମଦ ପିଇବା କାରଣରୁ ୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମଦ ମୃତ୍ୟୁ ଘଟଣାରେ ସତ୍ୟକୁ ଦବାଇବାକୁ ଚେଷ୍ଟା କରାଯାଉଛି। ମୃତକଙ୍କ ଅନ୍ତିମ  ସଂସ୍କାର ବିନା ଶବ ବ୍ୟବଚ୍ଛେଦରେ କରାଯାଉଛି ବୋଲି କହିଛନ୍ତି ବିହାର ଜାମୁଇ ଲୋକସଭା ଆସନର ସାଂସଦ।

ସାଂସଦ ଚିରାଗ ପାଶ୍ୱାନ ଅଭିଯୋଗ କରିଛନ୍ତି ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ପ୍ରଶାସନ ମୃତକଙ୍କ ପରିବାର ଉପରେ ଚାପ ପକାଉଛି। ବିହାର ସରକାର ମୃତକଙ୍କ ପରିବାରକୁ ଧମକ ଦେଉଛନ୍ତି ଯେ ମଦ୍ୟପାନକୁ ମୃତ୍ୟୁର କାରଣ ବୋଲି ଭାବନ୍ତୁ ନାହିଁ।  ନହେଲେ ସେମାନଙ୍କୁ ଜେଲକୁ ପଠାଯିବ। ମୁଖ୍ୟମନ୍ତ୍ରୀଙ୍କ ନିରବତା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସମର୍ଥନ କରୁଛି। 

Also Read: Bihar News: ମଦ ମୃତ୍ୟୁକୁ ନେଇ ସରଗରମ ବିହାର ରାଜନୀତି, ଚର୍ଚ୍ଚାରେ ସରକାରଙ୍କ ବୟାନ

ବିହାରର ସାରନ ଜିଲ୍ଲାରେ ହୋଇଥିବା ମଦ ମତ୍ୟୁକୁ ଏକ ହତ୍ୟା ବୋଲି କହିଛନ୍ତି ଚିରାଗ ପାଶ୍ୱାନ। ଜାମୁଇ ସାଂସଦ ଅଭିଯୋଗ କରିଛନ୍ତି ମଦ ମୃତ୍ୟୁ ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ବିଷାକ୍ତ ମଦ କାରଣରୁ ହୋଇଥିବା ମୃତ୍ୟୁକୁ ପ୍ରାକୃତିକ ମୃତ୍ୟୁ ନୁହେଁ ବରଂ ଏକ ହତ୍ୟା। ରାଜ୍ୟରେ ହୋଇଥିବା ମଦ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଦାୟୀ କରିଛନ୍ତି ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ।

ମଦ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ କାହିଁକି ମାମଲା ରୁଜୁ କରାଯିବ ନାହିଁ। ରାଜ୍ୟର ସାରନ ଜିଲ୍ଲାରେ ବିଷାକ୍ତ ମଦ ପିଇବା କାରଣରୁ ହୋଇଥିବା ମୃତ୍ୟୁ ପାଇଁ ମୁଁ ତାଙ୍କୁ ଦାୟୀ କରୁଛି। ମୁଖ୍ୟମନ୍ତ୍ରୀ ନିଜେ ଆଇନ ଉଲଂଘନ କରିଛନ୍ତି।

ମଦ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଚିରାଗ  ପାଶ୍ୱାନ। ରାଜ୍ୟରେ ହୋଇଥିବା ମଦ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖି ବିହାର ମୁଖ୍ୟମନ୍ତ୍ରୀ କହିଥିଲେ "ଯିଏ ମଦ ପିଇବ ସେ ମରିବ। " ଏପରି ବୟାନ ଦେଇ ନୀତିଶ କୁମାର ତାଙ୍କ ଅହଂକାର ଦେଖାଇଛନ୍ତି। ମୁଁ ଭାବୁଛି ଯେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏପରି ସମ୍ବେଦନଶୀଳ ତଥା ଲଜ୍ଜାଜନକ ମନ୍ତବ୍ୟ ଦେବେ ନାହିଁ।