Kangana Ranuat: ୨୦୨୪ ନିର୍ବାଚନ ଲଢ଼ିବେ କି କଙ୍ଗନା? ଅଭିନେତ୍ରୀ ଦେଲେ ଏହି ଜବାବ
Advertisement
Article Detail0/zeeodisha/odisha1415847

Kangana Ranuat: ୨୦୨୪ ନିର୍ବାଚନ ଲଢ଼ିବେ କି କଙ୍ଗନା? ଅଭିନେତ୍ରୀ ଦେଲେ ଏହି ଜବାବ

Kangana Ranuat on 2024 Election: ବିଜେପିର ସମର୍ଥକ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି, 'ଯଦି ହିମାଚଳବାସୀ ମୋତେ ମଣ୍ଡିରୁ ଲଢ଼ିବାକୁ ଚାହାଁନ୍ତି, ତେବେ ମୁଁ ନିଶ୍ଚିତ ଭାବେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି ।'

ସୌ: ସୋସିଆଲ ମିଡିଆ

Kangana Ranuat on 2024 Election: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ (Kangana Ranaut) କହିଛନ୍ତି ଯେ ସେ 2024 ଲୋକସଭା ନିର୍ବାଚନରେ ​​(2024 Lok Sabha elections) ହିମାଚଳ ପ୍ରଦେଶର (Himachal Pradesh) ମଣ୍ଡିରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ ଯଦି ଜନସାଧାରଣ ଚାହାଁନ୍ତି ଓ ବିଜେପି ତାଙ୍କୁ ଟିକେଟ୍ ଦିଅନ୍ତି, ତେବେ ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି । ଏକ ଜାତୀୟ ନ୍ୟୁଜ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ କଙ୍ଗନା ନିଜର ଏହି ଇଚ୍ଛା ପ୍ରକାଶ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (PM Narendra Modi) ପ୍ରଶଂସା କରିବା ସହ ତାଙ୍କୁ 'ମହାନ ବ୍ୟକ୍ତି' ବୋଲି କହିଥିଲେ । ଅଭିନେତ୍ରୀ କହିଛନ୍ତି ଯେ ଦୁଃଖର ବିଷୟ ଯେ ଉଭୟ ପିଏମ ମୋଦି ଓ ରାହୁଲ ଗାନ୍ଧୀ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି ।

ସେ କହିଛନ୍ତି ଦୁଃଖର ବିଷୟ ଯେ ମୋଦି ଜୀ ମୁକାବିଲା ରାହୁଲ ଗାନ୍ଧୀଙ୍କ ସହ ଓ ରାହୁଲ ଗାନ୍ଧୀଙ୍କ ପାଇଁ ଦୁଃଖର ବିଷୟ ଏହା ଯେ ତାଙ୍କର ମୁକାବିଲା ରାହୁଲ ଗାନ୍ଧୀଙ୍କ ସହ । କିନ୍ତୁ, ମୋଦି ଜୀ ଜାଣନ୍ତି ଯେ ତାଙ୍କର କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାଁନ୍ତି । ସେମାନେ ନିଜକୁ ନିଜେ ଆଗକୁ ବଢ଼ାଇ ଚାଲିଥାନ୍ତି । ରାହୁଲ ନିଜ ସ୍ତରରେ ପ୍ରଚେଷ୍ଟା କରୁଛନ୍ତି ।

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସମ୍ପର୍କରେ ଆଲୋଚନା କରି କଙ୍ଗନା କହିଛନ୍ତି ଯେ ହିମାଚଳ ପ୍ରଦେଶ ଅଧିବାସୀ ଆମ୍ ଆଦମୀ ପାର୍ଟି (AAP) ର ମିଥ୍ୟା ପ୍ରତିଶ୍ରୁତିରେ ଫସିବେ ନାହିଁ । ହିମାଚଳର ଲୋକମାନଙ୍କର ନିଜସ୍ୱ ସୌର ଶକ୍ତି ଅଛି ଓ ଲୋକମାନେ ନିଜର ପନିପରିବା ନିଜେ ଚାଷ କରିଥାନ୍ତି । ହିମାଚଳରେ ମାଗଣା ଘୋଷଣା ଦ୍ୱାରା AAP କୁ କୌଣସି ଲାଭ ମିଳିବାକୁ ଯାଉ ନାହିଁ । ହିମାଚଳର ଲୋକମାନେ ମାଗଣାରେ କିଛି ଚାହାଁନ୍ତି ନାହିଁ ।

କଙ୍ଗନା ଏହି କାର୍ଯ୍ୟକ୍ରମରେ କହିଛନ୍ତି ଯେ ମୁଁ ଚାହୁଁଛି ରାଜନୀତିରେ ଅଧିକ ଲୋକ ଆଗକୁ ଆସନ୍ତୁ । ଅନ୍ୟପକ୍ଷରେ, ପୁଣି ଥରେ ବଲିଉଡକୁ ଟାର୍ଗେଟ କରି ସେ କହିଛନ୍ତି ଯେ ବଲିଉଡରେ ନେପୋଟୀଜିମ ଶେଷ ହେବ ନାହିଁ । କିନ୍ତୁ ବର୍ତ୍ତମାନ ଦର୍ଶକମାନେ ସଚେତନ ହୋଇଛନ୍ତି, ଏହା ଏକ ଭଲ କଥା । ଲୋକମାନେ ବର୍ତ୍ତମାନ ବଦଳିଛନ୍ତି, ସେମାନେ କହୁଛନ୍ତି ଯେ ଏସବୁ ଆଉ କାମ କରିବ ନାହିଁ । ସେମାନେ କହୁଛନ୍ତି କାମ କରି ଦେଖାଅ । ଷ୍ଟାର କଲ୍ଚର ଶେଷ ହେବାକୁ ଯାଉଛି ।

ଏହା ବ୍ୟତୀତ ଟ୍ୱିଟରକୁ ଫେରିବା ପ୍ରଶ୍ନରେ କଙ୍ଗନା କହିଛନ୍ତି ଯେ ମୁଁ ଏକ ବର୍ଷ ଟ୍ୱିଟରରେ ଥିଲି କିନ୍ତୁ ଟ୍ୱିଟର ମୋତେ ଏକ ବର୍ଷ ପର୍ଯ୍ୟନ୍ତ ସହି ପାରିଲା ନାହିଁ । ଯଦି ମୁଁ ଟ୍ୱିଟରକୁ ଫେରିବି, ତେବେ ଆପଣଙ୍କ ଜୀବନ ଅଧିକ ମସଲାଯୁକ୍ତ ହେବ । ବର୍ତ୍ତମାନ କଙ୍ଗନା ନିଜ ଆଗାମୀ ଫିଲ୍ମ 'ଏମର୍ଜେନ୍ସି'କୁ ନେଇ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅନୁପମ ଖେର, ସତୀଶ କୌଶିକ, ଶ୍ରେୟାସ ତାଲପଡେ ଓ ମିଲିନ୍ଦ ସୋମାନ ମଧ୍ୟ ଅଭିନୟ କରିଛନ୍ତି ।

ଏହା ବି ପଢ଼ନ୍ତୁ: Gujrat Election 2022: ନିର୍ବାଚନ ପୂର୍ବରୁ ଗୁଜରାଟରେ ୟୁନିଫର୍ମ ସିଭିଲ କୋଡ୍!