ଶିବରାଜଙ୍କ ମନ୍ତ୍ରୀଙ୍କୁ ନିଜ ହାତରେ ଚପଲ ପିନ୍ଧାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜାଣନ୍ତୁ ଏହା ପଛର କାରଣ
Advertisement

ଶିବରାଜଙ୍କ ମନ୍ତ୍ରୀଙ୍କୁ ନିଜ ହାତରେ ଚପଲ ପିନ୍ଧାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜାଣନ୍ତୁ ଏହା ପଛର କାରଣ

Jyotiraditya Scindia: ବର୍ତ୍ତମାନ ମଧ୍ୟ ପ୍ରଦେଶର ଶକ୍ତି ମନ୍ତ୍ରୀ ୬୬ ଦିନ ପରେ ଚପଲ ପିନ୍ଧିଛନ୍ତି । ମଧ୍ୟ ପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମନ ସିଂ ତୋମର ଗ୍ୱାଲିଅରରେ ରାସ୍ତାର ଅବସ୍ଥା ଖରାପ ଥିବାରୁ ଚପଲ-ଜୋତା ପିନ୍ଧିବା ବନ୍ଦ କରି ଦେଇଥିଲେ । ବର୍ତ୍ତମାନ ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅନୁରୋଧ କ୍ରମେ ଚପଲ ପିନ୍ଧିଛନ୍ତି ।

ଶିବରାଜଙ୍କ ମନ୍ତ୍ରୀଙ୍କୁ ନିଜ ହାତରେ ଚପଲ ପିନ୍ଧାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜାଣନ୍ତୁ ଏହା ପଛର କାରଣ

Jyotiraditya Scindia: ନିଜ ଜିଲ୍ଲାର ଖରାପ ରାସ୍ତା ପାଇଁ ମଧ୍ୟ ପ୍ରଦେଶର ଶକ୍ତି ମନ୍ତ୍ରୀ (Madhya Pradesh Energy Minister) ଚପଲ-ଜୋତା ଛାଡ଼ି ଦେଇଥିଲେ । ସେ ଖାଲି ପାଦରେ ଚାଲୁଥିଲେ । ବର୍ତ୍ତମାନ ମଧ୍ୟ ପ୍ରଦେଶର ଶକ୍ତି ମନ୍ତ୍ରୀ ୬୬ ଦିନ ପରେ ଚପଲ ପିନ୍ଧିଛନ୍ତି । ମଧ୍ୟ ପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମନ ସିଂ (Pradyuman Singh Tomar) ତୋମର ଗ୍ୱାଲିଅରରେ ରାସ୍ତାର ଅବସ୍ଥା ଖରାପ ଥିବାରୁ ଚପଲ-ଜୋତା ପିନ୍ଧିବା ବନ୍ଦ କରି ଦେଇଥିଲେ । ବର୍ତ୍ତମାନ ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ଅନୁରୋଧ କ୍ରମେ ଚପଲ ପିନ୍ଧିଛନ୍ତି ।

ଯେଉଁ ଖରାପ ରାସ୍ତା ପାଇଁ ମଧ୍ୟ ପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମନ ସିଂ ତୋମର (Pradyuman Singh Tomar) ଚପଲ ତ୍ୟାଗ କରିଦେଇଥିଲେ, ତାହା ବର୍ତ୍ତମାନ ଭଲ ହେବାକୁ ଯାଉଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଏହି ସୂଚନା ଦେଇଛନ୍ତି । ସିନ୍ଧିଆ କହିଛନ୍ତି ଯେ, ସେହି ରାସ୍ତାଗୁଡ଼ିକ ବର୍ତ୍ତମାନ ଚମତ୍କାର ହେବାକୁ ଯାଉଛି ।

ପ୍ରକୃତରେ ଅକ୍ଟୋବର ୨୦,୨୦୨୨ରେ ମଧ୍ୟ ପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମାନ ସିଂ ତୋମର ନିଜ ସହର ଗ୍ୱାଲିଅରରେ ଏକ ବଡ଼ ନିଷ୍ପତ୍ତି ନେଇ ଘୋଷଣା କରିଥିଲେ କି, ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଠିକ୍ କରିବା ପାଇଁ ସରକାର ସଠିକ୍ ସମୟରେ ଟଙ୍କା ଦେଇଛନ୍ତି ଓ ଅଧିକାରୀମାନଙ୍କୁ ତୁରନ୍ତ ଏହାର ସମାଧାନ କରିବାକୁ କହିଥିଲେ । ଯେଉଁଥି ପାଇଁ ଲୋକମାନେ ନିର୍ବାଚିତ କରିଛନ୍ତି ସେମାନଙ୍କ ସାମ୍ନାରେ ମୁଁ ସର୍ବସାଧାରଣରେ ସ୍ୱୀକାର କରେ ଯେ ରାସ୍ତା କାମ ହୋଇନାହିଁ ଓ ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।

ଶକ୍ତି ମନ୍ତ୍ରୀ ଆହୁରି କହିଥିଲେ ଯେ, "ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ମୁଁ ମଧ୍ୟ ଅନୁଭବ କରିବା ଉଚିତ୍ । ତେଣୁ ଗ୍ୱାଲିଅରର ଏହି ତିନୋଟି ରାସ୍ତା (ଲକ୍ଷ୍ମଣ ତଲୈୟା, ଗାଣ୍ଡେ ୱାଲି ରୋଡ୍ ଏବଂ ହସ୍ପିଟାଲ୍ ରୋଡ୍) ସଠିକ୍ ନହେବା ପର୍ଯ୍ୟନ୍ତ, ମୁଁ ଜୋତା ଓ ଚପଲ ପିନ୍ଧିବି ନାହିଁ ।" ତାଙ୍କ ନିଷ୍ପତ୍ତି ପରେ ମ୍ୟୁନିସିପାଲିଟି କର୍ପୋରେସନ୍ ଜାଗ୍ରତ ହେଲା ଓ ସହରର ଅନେକ ଅଞ୍ଚଳରେ ରାସ୍ତା ମରାମତି ଏବଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ଗତ ୬୬ ଦିନ ମଧ୍ୟରେ ଏହି ରାସ୍ତାଗୁଡ଼ିକର ମରାମତି କାର୍ଯ୍ୟ ଶେଷ ହୋଇସାରିଛି ।

ଅଧିକ ପଢ଼ନ୍ତୁ:-ଯୌନ ସମସ୍ୟାରେ ପୀଡ଼ିତ ପୁରୁଷଙ୍କ ପାଇଁ ବରଦାନ ଏହି ମସଲା, ଦାମୀ ଔଷଧର ପଡ଼ିବନି ଆବଶ୍ୟକତା!

ଅଧିକ ପଢ଼ନ୍ତୁ:-କେଏଲ୍ ରାହୁଲଙ୍କ 'ଫ୍ଲପ୍ ଶୋ' ପରେ ବିଜେପି ନେତା ପଚାରିଲେ ପ୍ରଶ୍ନ, କହିଲେ-ସେ କାହାର ଜ୍ୱାଇଁ?

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ଝଟକା; ନୂଆ ବର୍ଷରେ ବଦଳିବ DA କେଲକୁଲେଶନର ପର୍ମୂଲା, ବର୍ତ୍ତମାନ ମହଙ୍ଗା ଭତ୍ତା ଉପରେ ଦେବାକୁ ପଡ଼ିବ ଟ୍ୟାକ୍ସ

ଜ୍ୟୋତିରାଦିତ୍ୟ ସିନ୍ଧିଆ ରବିବାର ଗ୍ୱାଲିଅରକୁ ଆସିଥିଲେ । ଏହି ସମୟରେ ସେ ଶକ୍ତି ମନ୍ତ୍ରୀ ତୋମରଙ୍କ ସମ୍ମୁଖରେ ଚପଲ ରଖି ତାଙ୍କୁ ପିନ୍ଧିବାକୁ ଅନୁରୋଧ କରିଥିଲେ । ସିନ୍ଧିଆ ଚପଲ ରଖିବା ପରେ ଶକ୍ତି ମନ୍ତ୍ରୀ ଚପଲ ପିନ୍ଧିଥିଲେ । ତୋମରଙ୍କ  ଚପଲ ପିନ୍ଧିଥିବା ଉପରେ ସିନ୍ଧିଆ କହିଛନ୍ତି ଯେ, ଯେଉଁ ରାସ୍ତା ପାଇଁ ପ୍ରଦ୍ୟୁମାନ ସିଂ ତୋମର ଚପଲ ଛାଡିଥିଲେ ସେହି ରାସ୍ତା କାମ ଶେଷ ହେବାକୁ ଯାଉଛି । ଏହି ରାସ୍ତା ନିର୍ମାଣକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅନୁମୋଦନ କରିଛନ୍ତି ଓ ବର୍ତ୍ତମାନ ଉତ୍କୃଷ୍ଟ ରାସ୍ତା ନିର୍ମାଣ କରାଯାଉଛି । ଖୁବ୍ ଶୀଘ୍ର ଏହି ରାସ୍ତା ମଧ୍ୟ ଉଦଘାଟନ ହେବ ।