Jharsuguda Bypoll 2023: ଝାରସୁଗୁଡ଼ା ଉପନିର୍ବାଚନରେ ଦିପାଲି ଦାସ ହେଲେ ବିଜେଡ଼ି
Advertisement
Article Detail0/zeeodisha/odisha1634291

Jharsuguda Bypoll 2023: ଝାରସୁଗୁଡ଼ା ଉପନିର୍ବାଚନରେ ଦିପାଲି ଦାସ ହେଲେ ବିଜେଡ଼ି

Jharsuguda Assembly Constituency: ଝାରସୁଗୁଡା ଉପନିର୍ବାଚନ ଲାଗି ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ରାଜ୍ୟର ଦୁଇ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ ସେମାନଙ୍କ ଦଳୀୟ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି।

Jharsuguda Bypoll 2023: ଝାରସୁଗୁଡ଼ା ଉପନିର୍ବାଚନରେ ଦିପାଲି ଦାସ ହେଲେ ବିଜେଡ଼ି

Jharsuguda BJD Candiadte Dipali Das: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଝାରସୁଗୁଡା ବିଧାନସଭାରେ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ଦିପାଲୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି। ଝାରସୁଗୁଡା ଉପନିର୍ବାଚନରେ ପୂର୍ବତନ ନବ କିଶୋର ଦାସଙ୍କ ଦିପାଲୀ ଦାସ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକ ନବ ଦାସଙ୍କ ଅକାଳ ବିୟୋଗ ପରେ ଝାରସୁଗୁଡା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

ଝାରସୁଗୁଡା ଉପନିର୍ବାଚନ ଲାଗି ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ରାଜ୍ୟର ଦୁଇ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ ସେମାନଙ୍କ ଦଳୀୟ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ବିଜେପି ପକ୍ଷରୁ ଦଳ ରାଜ୍ୟ ଶାଖା ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କୁ ଦଳୀୟ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ଉପଯୁକ୍ତ ପ୍ରାର୍ଥୀ ବାଛିବା ପାଇଁ ଦଳ ବରିଷ୍ଠ ନେତା ତଥା ବିଧାୟକ ସନ୍ତୋଶ ସିଂହ ସାଲୁଜାଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି।

ଗତ ଜାନୁଆରୀ ୨୯  ତାରିଖରେ ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଏହି ଉପନିର୍ବାଚନ ଅନୁଷ୍ଠିତ। ବିଗତ ୨ ବର୍ଷ ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ ଚଳିତ ଥରକୁ ମିଶାଇ ୨ ଥର ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଗତ ବର୍ଷ ଜିଲ୍ଲାର ବ୍ରଜରାଜନଗର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବ୍ରଜରାଜନଗର ଆସନର ବିଜେଡ଼ି ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଏହି ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଝାରସୁଗୁଡା ଉପନିର୍ବାଚନ ଲାଗି ମେ ତାରିଖରେ ଅନୁଷ୍ଠିତ ହେବ ମତଦାନ। ସେହିପରି ମେ ୧୩ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। 

ଝାରସୁଗୁଡା ଉପନିର୍ବାଚନ ଲାଗି ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଦିପାଲୀ ଦାସ। ଦଳୀୟ ପ୍ରାର୍ଥୀ ଭାବେ ତାଙ୍କୁ ଘୋଷଣା କରିଥିବାରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ତାଙ୍କର ବିଶ୍ୱାସକୁ ମଜବୁତ କରିଛନ୍ତି। ଏନେଇ ଦୀପାଲି ଦାସ କହିଛନ୍ତି ଯେ ସେ, ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରାର୍ଥୀ ଭାବରେ ଘୋଷଣା କରୁଥିବା ବ୍ୟକ୍ତିଙ୍କୁ ସେ ଏବଂ ତାଙ୍କ ପରିବାର ସମର୍ଥନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ସେ ଯାହାଙ୍କୁ ନିର୍ଦ୍ଦେଶ ଦିଅନ୍ତି କିମ୍ବା ଇଚ୍ଛା କରନ୍ତି, ଆମ ପରିବାର ସେହି ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବ। 

ଦୀପାଲି ଦାସ କହିଛନ୍ତି ଯେ, ଆଜି ତାଙ୍କ ପାଇଁ ଏବଂ ତାଙ୍କର ପରିବାର  ଲାଗି ଏକ ଭାବପ୍ରବଣ ଦିନ। ଯେହେତୁ ଗତ ଜାନୁୟାରୀ ୨୯ ତାରିଖରେ ତାଙ୍କ ପିତା ତଥା ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ହୋଇଥିଲା। ଆଜି ନିର୍ବାଚନ ଆୟୋଗ ତାଙ୍କ ବାପାଙ୍କ ମୃତ୍ୟୁ କାରଣରୁ ସୃଷ୍ଟି ହୋଇଥିବା ଖାଲ ପଦବୀ ପୂରଣ ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି। ବାପାଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ତାଙ୍କ ସହିତ ରହିଛି। ଦୀପାଲି ଦାବି କରିଛନ୍ତି ଯେ ସେ ଏବଂ ତାଙ୍କ ପରିବାର ଝାରସୁଗୁଡା ଲୋକଙ୍କ ଭଲ ପାଇବୂା ଏବଂ ଆଶୀର୍ବାଦ ପାଇଛନ୍ତି। ଏକ ମଜବୁତ ଲଢେଇ କରିବାକୁ ଆଶାବାଦୀ ରହିଥିବା କହିଛନ୍ତି।