'ଏହା ଭଗବାନଙ୍କ ଇଚ୍ଛା' ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମା' ଏହା କହି ଝିଅ ପାଇଁ ଛାଡ଼ିଲେ YSR କଂଗ୍ରେସ
Advertisement

'ଏହା ଭଗବାନଙ୍କ ଇଚ୍ଛା' ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମା' ଏହା କହି ଝିଅ ପାଇଁ ଛାଡ଼ିଲେ YSR କଂଗ୍ରେସ

Jagan Mohan Reddy, YS Vijayamma, YSR Congress: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ  (YS Jagan Mohan Reddy) ଙ୍କ ମା' ୱାଇଏସ ବିଜୟମ୍ମା YS Vijayamma) YSR କଂଗ୍ରେସ (YSR Congress) ର ସମ୍ମାନିତ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ସେ ନିଜ ଝିଅ ଶର୍ମିଲା (Sharmila) ଙ୍କ ପାର୍ଟିରେ ଯୋଗଦେ

'ଏହା ଭଗବାନଙ୍କ ଇଚ୍ଛା' ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମା' ଏହା କହି ଝିଅ ପାଇଁ ଛାଡ଼ିଲେ YSR କଂଗ୍ରେସ

ନୂଆଦିଲ୍ଲୀ: Jagan Mohan Reddy, YS Vijayamma, YSR Congress: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ  (YS Jagan Mohan Reddy) ଙ୍କ ମା' ୱାଇଏସ ବିଜୟମ୍ମା YS Vijayamma) YSR କଂଗ୍ରେସ (YSR Congress) ର ସମ୍ମାନିତ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ସେ ନିଜ ଝିଅ ଶର୍ମିଲା (Sharmila) ଙ୍କ ପାର୍ଟିରେ ଯୋଗଦେବେ । ଶର୍ମିଲା ପଡ଼ୋଶୀ ରାଜ୍ୟରେ YSR ତେଲେଙ୍ଗାନା ପାର୍ଟି (YSR Telangana Party) ର କମାଣ ସମ୍ଭାଳିଛନ୍ତି । ନିଜ ଇସ୍ତଫା ଘୋଷଣା କରି ବିଜୟମ୍ମା କହିଛନ୍ତି ଯେ ସେ ସର୍ବଦା ଜଗନ୍ ମୋହନ ରେଡ୍ଡୀଙ୍କ ନିକଟତର ରହିବେ । 

ଶୁକ୍ରବାର ଅମରାବତୀରେ ଆରମ୍ଭ ହୋଇଥିବା ଦଳର ସମ୍ମିଳନୀରେ YSR କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ଘୋଷଣା କରି ସେ କହିଛନ୍ତି ଯେ, ଜଣେ ମା' ଭାବରେ ମୁଁ ସର୍ବଦା ଜଗନଙ୍କ ନିକଟତର ରହିବି । ବିଜୟମ୍ମା କହିଛନ୍ତି ଯେ, "ଶର୍ମିଲା ତାଙ୍କ ପିତାଙ୍କ ଆଦର୍ଶକୁ ଆଗକୁ ବଢ଼ାଇବା ପାଇଁ ତେଲେଙ୍ଗାନାରେ ଏକାକୀ ଲଢ଼େଇ କରୁଛନ୍ତି । ମୋତେ ତାଙ୍କୁ ସମର୍ଥନ କରିବାକୁ ପଡିବ । ମୁଁ ଏହି ଦ୍ୱନ୍ଦ୍ୱରେ ଥିଲି କି କ'ଣ ମୁଁ ଦୁଇ ରାଜନୈତିକ ଦଳର (ଦୁଇ ରାଜ୍ୟରେ) ସଦସ୍ୟ ହୋଇପାରିବି କି । YSR କଂଗ୍ରେସର ସମ୍ମାନିତ ଅଧ୍ୟକ୍ଷ ଭାବରେ ରହିବା ମୋ ପାଇଁ କଷ୍ଟକର ।"

ଏହା ବି ପଢ଼ନ୍ତୁ:-ଫସିଲେ ଦିଦି!

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ଖାତାକୁ ଆସିବ ୧.୫୦ ଲକ୍ଷ ଟଙ୍କା! ମିଳିବ ୧୮ ମାସର DA ବକେୟା ରାଶି

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେ ଏପରି କ'ଣ କହିଦେଲେ ଯେ ଏକାଠି ହୋଇଗଲେ ଅଟୋ ଡ୍ରାଇଭର, ଲଗାଇଲେ ପୋଷ୍ଟର

YS ବିଜୟମ୍ମା କହିଛନ୍ତି ଯେ, ମୁଁ କେବେ ଭାବି ନଥିଲି ଯେ ଏପରି ପରିସ୍ଥିତି ଉପୁଜିବ । ଏହା କାହିଁକି ଘଟିଲା ମୁଁ ଜାଣେ ନାହିଁ, କିନ୍ତୁ ମୁଁ ଭାବୁଛି ଏହା ଇଶ୍ବରଙ୍କ ଇଚ୍ଛା । ମୁଁ ନିଜ ଭୂମିକାକୁ ନେଇ କୌଣସି ପ୍ରକାରର ଅବାଞ୍ଛିତ ବିବାଦକୁ ଏଡ଼ାଇବା ପାଇଁ YSR କଂଗ୍ରେସର ସମ୍ମାନିତ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି ।"

ଉଲ୍ଲେଖନୀୟ କଥା ହେଉଛି, ବିଗତ ଦିନରେ ଖବର ଆସିଥିଲା ​​ଯେ ସମ୍ପତ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ଜଗନ୍ ମୋହନ ରେଡ୍ଡୀ ଓ ଶର୍ମିଲା (YS Sharmila) ମଧ୍ୟରେ ସବୁ କିଛି ଠିକ୍ ଚାଲୁ ନାହିଁ । ଖବର ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ବହୁତ ବୃଦ୍ଧି ପାଇଛି ଓ ବିଜୟମ୍ମା ତାଙ୍କ ପୁଅଠାରୁ ଅଲଗା ରହୁଛନ୍ତି ।