India Today Mood of Nation Survey: ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ନବୀନ ପଟ୍ଟନାୟକ
Advertisement
Article Detail0/zeeodisha/odisha1842499

India Today Mood of Nation Survey: ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ନବୀନ ପଟ୍ଟନାୟକ

Most Popular Chief Ministers in Nation: ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ରହିଛନ୍ତି ନବୀନ ପଟ୍ଟନାୟକ। ଯିଏ ବିଗତ ୨୩ ବର୍ଷ ଧରି ଓଡ଼଼ିଶା ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି।

 

India Today Mood of Nation Survey: ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ନବୀନ ପଟ୍ଟନାୟକ

Odisha CM Naveen Patnaik: ନିକଟରେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଉପରେ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍ ପକ୍ଷରୁ କରାଯାଇଥିଲା। ସର୍ଭେ ରିପୋର୍ଟ ଅନୁଯାୟୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ସ୍ତରରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ପ୍ରଦାନ କରାଯାଇଛି।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief Minister Naveen Patnaik), ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ (Chhattisgarh Chief Minister Bhupesh Baghel), ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi Chief Minister Arvind Kejriwal), ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ (Gujarat Chief Minister Bhupendra Patel) ପରାସ୍ତ କରି ବିଜୟୀ ହୋଇଛନ୍ତି। ରାଜ୍ୟରେ ପ୍ରାୟ ୬୧.୩  ପ୍ରତିଶତ ଲୋକ ତାଙ୍କର ସକରାତ୍ମକ ମୂଲ୍ୟାୟନ କରିଛନ୍ତି। ଅର୍ଥାତ ୬୧.୩% ଓଡ଼ିଆ ଲୋକ (People of Odisha) ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରୁଛନ୍ତି।

ସର୍ଭେ ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍ (India Today Mood of the Nation Survey) ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ଭାଗ ନେଇଥିବା ୬୧.୩% ଓଡ଼ିଶା ଉତ୍ତରଦାତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସକରାତ୍ମକ ମୂଲ୍ୟାୟନ କରିଛନ୍ତି। ସେହିପରି ରାଜ୍ୟର ୫୯.୧% ଉତ୍ତରଦାତା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ୫୭% ଉତ୍ତରଦାତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ, ୫୫.୩% ଉତ୍ତରଦାତା ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ୪୯.୨% ଲୋକ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ (Assam Chief Minister Himanta Biswa Sarma) ଭୋଟ୍ ଦେଇଛନ୍ତି। 

ଗତ ୨୦୨୨ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଉପରେ ସର୍ଭେ ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍ (India Today Mood of the Nation Survey) ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଯେଉଁଥିରେ ମଧ୍ୟ ବାଜି ମାରି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ବର୍ଷ ତାଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ (Most Popular Chief Ministers in Nation) ଭାବରେ ମାନ୍ୟତା ପ୍ରଦାନ କରାଯାଇଥିଲା। 

ପ୍ରାୟ ୭୮ ପ୍ରତିଶତ ଲୋକପ୍ରିୟତା ସହିତ ନବୀନ ପଟ୍ଟନାୟକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଶୀର୍ଷରେ ରହିଥିଲେ। ତାଙ୍କ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ୬୩% ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (Tamil Nadu Chief Minister MK Stalin) ୬୧% ଲୋକପ୍ରିୟତା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ।  

ଗତ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଗାଦିରେ (Odisha Chief Minister) ବସିଛନ୍ତି ନବୀନ ପଟ୍ଟନାୟକ। ନିରବିଚ୍ଛିନ୍ନ ଭାବରେ ବିଗତ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦଭାର ସମ୍ଭାଳି ଆସୁଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ (BJD supremo Naveen Patnaik)। ନିକଟରେ ନବୀନ ପଟ୍ଟନାୟକ ଏକ ରେକର୍ଡ଼ କରିଥିଲେ। ଦେଶରେ ସର୍ବାଧିକ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଗାଦିରେ (Longest Serving Chief Minister of Odisha) ବସିବାର ରେକର୍ଡ଼ ନବୀନ ପଟ୍ଟନାୟକ ହାସଲ କରିଛନ୍ତି।