Women Reservation Bill: ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ମଧ୍ୟ ୨୦୨୪ ନିର୍ବାଚନରେ ହେବ ନାହିଁ ​​କାର୍ଯ୍ୟକାରୀ, ଏହା ରହିଛି କାରଣ
Advertisement
Article Detail0/zeeodisha/odisha1878983

Women Reservation Bill: ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ମଧ୍ୟ ୨୦୨୪ ନିର୍ବାଚନରେ ହେବ ନାହିଁ ​​କାର୍ଯ୍ୟକାରୀ, ଏହା ରହିଛି କାରଣ

Women Reservation in India: ଇଣ୍ଡିଆ ଗଠବନ୍ଧନରେ ଅନ୍ତର୍ଭୁକ୍ତ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଆରମ୍ଭରୁ ଏହି ମହିଳା ସଂରକ୍ଷଣ ବିଲ୍ ବିରୋଧରେ ଅଛନ୍ତି। ଅନ୍ୟପଟେ କଂଗ୍ରେସ ଆରମ୍ଭରୁ ଏହି ବିଲ୍ ସପକ୍ଷରେ ରହିଛି। 

Women Reservation Bill: ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ମଧ୍ୟ ୨୦୨୪ ନିର୍ବାଚନରେ ହେବ ନାହିଁ ​​କାର୍ଯ୍ୟକାରୀ, ଏହା ରହିଛି କାରଣ

Women Reservation Bill India: ଦେଶର ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସମ୍ବନ୍ଧରେ ୨୭ ବର୍ଷ ଧରି ବିଚରାଧିନ ରହିଥିବା ମହିଳା ସଂରକ୍ଷଣ ବିଲ୍ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ପାରିତ ହେବ ବୋଲି ଆଶା କରାଯାଉଛି। ସେପ୍ଟମ୍ବର ୧୮ ତାରିଖ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା କେନ୍ଦ୍ରୀୟ କ୍ୟାବିନେଟ ବୈଠକ। 

ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ତାହେଲେ ସରକାର ଏହି ବିଲ୍ ଅନୁମୋଦନ କରିଛନ୍ତି। ଏହା ସହିତ ଏକ ସ୍ୱତନ୍ତ୍ର ଅଧିବେଶନରେ (Parliament Special Session 2023) ବିଲ୍ ଉପସ୍ଥାପନ ବିଷୟରେ ଆଲୋଚନା ମଧ୍ୟ ହୋଇଛି। ଯଦି ମହିଳା ସଂରକ୍ଷଣ ବିଲ୍ (Women Reservation Bill) ପାରିତ ହୋଇଯାଏ, ତାହେଲେ ଏହାର କାର୍ଯ୍ୟକାରିତା ପାଇଁ ଆମକୁ ଆଗାମୀ ୨୦୨୯ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଯାହାର ଅର୍ଥ ହେଉଛି ଆସନ୍ତା ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ (Lok Sabha Elction 2024) ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ ହୋଇପାରିବ ନାହିଁ।

ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ କେନ୍ଦ୍ର ସରକାରଙ୍କ (Govt of India) ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ମନ୍ତବ୍ୟ ଦିଆଯାଇନାହିଁ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Union Parliamentary Affairs Minister Pralhad Joshi) ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Prime Minister Narendra Modi) ମହିଳା ସଂରକ୍ଷଣ ବିଲ୍ ପାସ୍ କରାଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ମାତ୍ର ପରେ କେନ୍ଦ୍ରମନ୍ତ୍ରୀ ଏହାକୁ ଡିଲିଟ କରି ଦେଇଛନ୍ତି।

କାହିଁକି ୨୦୨୪ ଲୋକସଭା ନିର୍ବାଚନରେ ଲାଗୁ ହୋଇପାରିବ ନାହିଁ ମହିଳା ସଂରକ୍ଷଣ ବିଲ୍?
ସୂଚନା ଅନୁସାରେ ଯଦିଓ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଆଗତ କରାଯାଇପାରେ। ହେଲେ ଏହି ବିଲ୍ ରେ ଅନେକ ଜଟିଳତା ରହିଛି। ଯେଉଁଥିପାଇଁ ଆସନ୍ତା ଲୋକସଭା ନିର୍ବାଚନରେ ​​ଏହାକୁ କାର୍ଯ୍ୟକାରୀ କରିବା କଷ୍ଟସାଧ୍ୟ ହେବ। ସୂତ୍ରରୁ ପ୍ରକାଶ ଯେ ଆସନ୍ତା ୨୦୨୬ ବର୍ଷରୁ ସୀମା ନିର୍ଦ୍ଧାରଣ କାମ ଆରମ୍ଭ ହେବ। ଯାହା ପରେ ଆଗାମୀ ୨୦୨୯ ଲୋକସଭା ନିର୍ବାଚନରେ (Lok Sabha Elction 2029) ଏହି ବିଲ୍ କାର୍ଯ୍ୟକାରୀ ହୋଇାପାରିବ। ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ଏହି ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହୋଇପାରେ। 

ବିରୋଧିଙ୍କ ପାଇଁ କୌଣସି ଝଟକା ଠାରୁ କମ ନୁହେଁ ମହିଳା ସଂରକ୍ଷଣ ବିଲ୍
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ କେବଳ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରାଯିବ ନାହିଁ। ବରଂ ଏହା ବିରୋଧିଙ୍କ ପାଇଁ କୌଣସି ଝଟକା ଠାରୁ କମ ନୁହେଁ । କାରଣ ଏହି ବିଲ୍ ପାରିତ ହୋଇଯିବେ ପରେ ସରକାର ବିରୋଧିଙ୍କୁ ବ୍ୟାକଫୁଟ ମଧ୍ୟରେ ରଖିବା ପାଇଁ କାର୍ଯ୍ୟ କରିବେ। ଯାହାକୁ ନେଇ ବିରୋଧି ଇଣ୍ଡିଆ ମେଣ୍ଟରେ (Indian National Developmental Inclusive Alliance) ସାମିଲ ରହିଥିବା ଦଳଙ୍କ ମଧ୍ୟରେ ବିବାଦ ମଧ୍ୟ ସାମ୍ନାକୁ ଆସିପାରେ। 

ଗତ ୨୦୦୮ ବର୍ଷରେ ତତ୍କାଳୀନ କଂଗ୍ରେସ (Congress) ନେତୃତ୍ୱାଧିନ ୟୁପିଏ ସରକାର (UPA Govt) ସମୟରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ (Women Reservation Bill in Rajya Sabha) ପାରିତ କରିଥିଲା। ବିଗତ ୯ ବର୍ଷ ଧରି ଏହି ବିଲ୍ ଲୋକସଭାରେ (Women Reservation Bill in Lok Sabha) ପାରିତ କରିବାକୁ କଂଗ୍ରେସ ଦାବି କରିଆସୁଛି। ଇଣ୍ଡିଆ ମେଣ୍ଟରେ ସାମିଲ ରହିଥିବା ବିଭିନ୍ନ ଦଳ ଏହି ବିଲ୍ ସମର୍ଥନରେ ଅଛନ୍ତି। ମାତ୍ର ବିରୋଧି ମେଣ୍ଟରେ ସାମିଲ ରହିଥିବା ସମାଜବାଦୀ ପାର୍ଟି (Samajwadi Party) ଏବଂ ରାଷ୍ଟ୍ରୀୟ ଜନତା ଦଳ (Rashtriya Janata Dal) ଆରମ୍ଭରୁ ଏହାକୁ ବିରୋଧ କରୁଛନ୍ତି। ବିଗତ ୨୭ ବର୍ଷ ମଧ୍ୟରେ, ଯେତେବେଳେ ଏହି ବିଲ୍ ସଂସଦର କୌଣସି ଗୃହରେ ଉପସ୍ଥାପିତ ହେଉଥିଲା, ସେତେବେଳେ ଉଭୟ ଦଳ ଏହାକୁ ଜୋରଦାର ବିରୋଧ କରୁଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ବିରୋଧି ଇଣ୍ଡିଆ ମେଣ୍ଟର ପ୍ରମୁଖ ଅଂଶୀଦାର ଦଳ।