I.N.D.I.A Meeting: ଖଡ୍ଗେଙ୍କୁ ପିଏମ କରିବା ପାଇଁ ପ୍ରସ୍ତାବ ରଖିଲେ ମମତା, କଂଗ୍ରେସ ସଭାପତି ଦେଲେ ଏହି ବୟାନ
Advertisement
Article Detail0/zeeodisha/odisha2018967

I.N.D.I.A Meeting: ଖଡ୍ଗେଙ୍କୁ ପିଏମ କରିବା ପାଇଁ ପ୍ରସ୍ତାବ ରଖିଲେ ମମତା, କଂଗ୍ରେସ ସଭାପତି ଦେଲେ ଏହି ବୟାନ

I.N.D.I.A Meeting: ଦିଲ୍ଲୀରେ ଅନୁଷ୍ଠିତ INDIA ମିଳିତ ମଞ୍ଚର ଚତୁର୍ଥ ବୌଠକରେ ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ମିଳିତ ମଞ୍ଚର ପିଏଣ ଚେହେରା ରୂପେ ପରିଣତ କରିବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ଖଡ୍ଗେ ଏହା ଉପରେ କହିଛନ୍ତି ଯେ ପ୍ରଥମେ ନିର୍ବାଚନରେ ​​ଜିତିବୁ ଓ ପରେ ଦେଖିବୁ ।

 

I.N.D.I.A Meeting

I.N.D.I.A Meeting: ଲୋକସଭା ନିର୍ବାଚନରେ ​​ବିଜେପି ଟକ୍କର ଦେବାକୁ ମିଳିତ ହୋଇଥିବା ଇଣ୍ଡିଆ ମିଳିତ ମଞ୍ଚରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ (Mallikarjun Kharge) ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି । ଦିଲ୍ଲୀରେ ଆୟୋଜିତ ମିଳିତ ମଞ୍ଚର ଚତୁର୍ଥ ବୌଠକରେ ମମତା ବାନାର୍ଜୀ (Mamata Banerjee) ଓ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଏହି ପ୍ରସ୍ତାବ ଦେଇଛନ୍ତି । ତେବେ ଖଡ୍ଗେ ଏହା ଉପରେ କହିଛନ୍ତି ଯେ ତେବେ ଖଡ୍ଗେ ଏହା ଉପରେ କହିଛନ୍ତି ଯେ ପ୍ରଥମେ ନିର୍ବାଚନରେ ​​ଜିତିବୁ ଓ ପରେ ଦେଖିବୁ । ମଙ୍ଗଳବାର ଦିନ ଦିଲ୍ଲୀର ଅଶୋକା ହୋଟେଲରେ ଅନୁଷ୍ଠିତ ଏହି ବୌଠକରେ ୨୮ଟି ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ ଇଭିଏମ୍, ସିଟ୍ ବାଣ୍ଟିବା ଭଳି ଅନେକ ପ୍ରସଙ୍ଗ ଉଠାଯାଇଥିଲା ।

ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଆଶା ଅନୁଯାୟୀ ପ୍ରଦର୍ଶନ ନକରିବା ପରେ କଂଗ୍ରେସ ଭାରତ ମିଳିତ ମଞ୍ଚର ଚତୁର୍ଥ ବୌଠକରେ ବିରୋଧୀ ଦଳକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା । ବୌଠକରେ ସିଟ୍ ସେୟାର, ଇଭିଏମ୍ ସହିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ତେବେ ମିଳିତ ମଞ୍ଚର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି ପ୍ରଧାନମନ୍ତ୍ରୀଙ୍କ ଚେହେରା । ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ ଓ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ମିଳିତ ମଞ୍ଚ ପକ୍ଷରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ଖଡ୍ଗେ କହିଛନ୍ତି ଯେ ପ୍ରଥମେ ଆମକୁ ଜିତିବାକୁ ପଡିବ, ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଚେହାରେ ଉପରେ ନିଷ୍ପତ୍ତି ନିଆଯିବ ।

'ଏତେ ସଂଖ୍ୟକ ସାଂସଦଙ୍କ ନିଲମ୍ବନ ଇତିହାସର ପ୍ରଥମ ଘଟଣା'
ବୌଠକ ସମାପ୍ତ ହେବା ପରେ ମଲ୍ଲିକାର୍ଜୁନ ଖଡ୍ଗେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସଂସଦରେ ଯେଉଁମାନେ ପ୍ରବେଶ କରିଥିଲେ, ସେମାନେ କିପରି ପ୍ରବେଶ କଲେ, ଆମେ ଏହା ମଧ୍ୟ କହିସାରିଛୁ ଯେ ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଗୃହକୁ ଆସିବା ଉଚିତ ଏବଂ ଭୁଲ କେଉଁଠାରେ ଘଟିଛି ସେ ସମ୍ପର୍କରେ ଗୃହକୁ ଜଣାଇବା ଉଚିତ, କିନ୍ତୁ ତାହା ଘଟିଲା ନାହିଁ । ଗୃହ ଏଠାରେ ଚାଲିଛି, କେହି କେହି ହାଇଦ୍ରାବାଦରେ ଏକ କୋଠା ଉଦ୍ଘାଟନ କରୁଛନ୍ତି ଓ ପିଏମ ମୋଦୀ ଅନ୍ୟ କେଉଁଠାରେ ଅଛନ୍ତି, ମୋର ପ୍ରଶ୍ନ ହେଉଛି ସେ କାହିଁକି ସଂସଦକୁ ଆସିନାହାଁନ୍ତି । ଗଣତନ୍ତ୍ରକୁ ଧ୍ୱଂସ କରିବା ସେମାନଙ୍କର ଉଦ୍ଦେଶ୍ୟ । ଏତେ ସଂଖ୍ୟକ ସାଂସଦଙ୍କ ନିଲମ୍ବନ ଭାରତୀୟ ରାଜନୀତି ଇତିହାସରେ ପ୍ରଥମ ଘଟଣା ।

'ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢିବୁ'
ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମକୁ ସଂଗ୍ରାମ କରିବାକୁ ପଡିବ ବୋଲି ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି । ମୋଦୀ ସରକାରଙ୍କ ଦ୍ୱାରା ନିଲମ୍ବିତ ହୋଇଥିବା ୧୪୧ ସାଂସଦଙ୍କ ସମ୍ପର୍କରେ ଆମେ ସରକାର ବିରୋଧରେ ଲଢ଼ିବୁ । ୨୨ ଡିସେମ୍ବରରେ ସାରା ଦେଶରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯିବ । ଯଦି ପ୍ରଧାନମନ୍ତ୍ରୀ ମୋଦୀ ଓ ଶାହା ଭାବୁଛନ୍ତି ଯେ କେହି ଲଢ଼ି ପାରିବେ ନାହିଁ, ତେବେ ସେ ଭୁଲ୍ କରୁଛନ୍ତି । ଏହି ବୌଠକରେ ଯୋଗ ଦେଇଥିବା ସମସ୍ତ ୨୮ ଦଳର ନେତାଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ ସରକାରଙ୍କ ଏକଛତ୍ରବାଦୀ ଶାସନ ବିରୋଧରେ ସମସ୍ତେ ଏକଜୁଟ ହୋଇଛନ୍ତି ।

'୩୧ ଡିସେମ୍ବର ସୁଦ୍ଧା କରାଯିବ ସିଟ୍ ବଣ୍ଟନ'
ଦିଲ୍ଲୀରେ ଇଣ୍ଡିଆ ଆଲାଇନ୍ସର ମୁଖ୍ୟ ବୌଠକରେ ସିଟ୍ ବଣ୍ଟନ ଉପରେ ଆଲୋଚନା କରାଯାଇଥିଲା । ୩୧ ଡିସେମ୍ବର ସୁଦ୍ଧା ସିଟ୍ ବଣ୍ଟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସୂତ୍ରରୁ ପ୍ରକାଶ ଯେ ବିହାରର ରାଜଧାନୀ ପାଟନାରେ ଏହି ମିଳିତ ମଞ୍ଚର ପ୍ରଥମ ମିଳିତ ରାଲି ଅନୁଷ୍ଠିତ ହୋଇପାରେ । ଜାନୁଆରୀ  ୩୧ ତାରିଖରୁ ମିଳିତମଞ୍ଚର ରାଲି ଆୟୋଜନ କରାଯିବ ବୋଲି ବିଶ୍ୱାସ କରାଯାଏ ।

'ଏହି ମିଳିତ ମଞ୍ଚ ସମଗ୍ର ଦେଶରେ ୮ ରୁ ୧୦ଟି ବୈଠକ କରିବ'
ମିଳିତ ମଞ୍ଚର ସମସ୍ତ ନେତା ନିଜର ମତ ପ୍ରକାଶ କରି କହିଛନ୍ତି, ନିର୍ବାଚନ ପୂର୍ବରୁ ଆମକୁ କିପରି ପରିବର୍ତ୍ତନ କରିବାକୁ ହେବ ତାହା ସ୍ଥିର ହୋଇଛି, ସାରା ଦେଶରେ ୮ ରୁ ୧୦ ଟି ବୈଠକ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଲୋକମାନେ ଜାଣିବା ଉଚିତ ଯେ ମିଳିତ ମଞ୍ଚର ଲୋକମାନେ ଗୋଟିଏ ପ୍ଲାଟଫର୍ମରେ ଅଛନ୍ତି । ସେ କହିଛନ୍ତି ଯେ ଯଦି ମିଳିତ ମଞ୍ଚରେ କୌଣସି ପ୍ରକାର ସମସ୍ୟା ଉପୁଜେ ତେବେ କେବଳ ଦଳର ନେତାମାନେ ଏହାର ସମାଧାନ କରିବେ ।