Himachal Election 2022: ମତଦାନର ଦିନକ ପୂର୍ବରୁ ବିଜେପିର ବଡ଼ କର୍ଯ୍ୟାନୁଷ୍ଠାନ, ଚାରିରୁ ଜଣେ ପ୍ରାର୍ଥୀ ଅଭିଯୁକ୍ତ
Advertisement

Himachal Election 2022: ମତଦାନର ଦିନକ ପୂର୍ବରୁ ବିଜେପିର ବଡ଼ କର୍ଯ୍ୟାନୁଷ୍ଠାନ, ଚାରିରୁ ଜଣେ ପ୍ରାର୍ଥୀ ଅଭିଯୁକ୍ତ

Himachal Election 2022: ଅନୁ ଠାକୁରଙ୍କ ପୂର୍ବରୁ ବିଜେପି ଏକାଧିକ ଦଳୀୟ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ବିଜେପି କାର୍ଯ୍ୟକାରୀ କମିଟିର ସଚିବ, ରୁପ ସିଂହ ଠାକୁର, ସ୍ୱାଧିନ ପ୍ରାର୍ଥି ସୁଭାଷ ଶର୍ମା, କୁଲୁର ବିଜେପି ଉପାଧକ୍ଷ ରାମ ସିଂହ, ବିଧାୟକ ହୋସିଆର ସିଂହ, ପୂର୍ବତନ ବିଧାୟକ ତେଜବନ୍ତ ନେଗୀଙ୍କ ପରି ଦଶରୁ ଊର୍ଦ୍ଧ୍ୱ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

Himachal Election 2022: ମତଦାନର ଦିନକ ପୂର୍ବରୁ ବିଜେପିର ବଡ଼ କର୍ଯ୍ୟାନୁଷ୍ଠାନ, ଚାରିରୁ ଜଣେ ପ୍ରାର୍ଥୀ ଅଭିଯୁକ୍ତ

Himachal Election 2022, ଶିମଲା: ଶନିବାର ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଯାଇଛି। କିନ୍ତୁ ଭୋଟ ପଡିବାର ଦିନକ ପୂର୍ବରୁ ହିମାଚଳ ବିଜେପି ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇଛି। ଦଳ ବିରୋଧି କାର୍ଯ୍ୟ ପାଇଁ ଅନୁ ଠାକୁରଙ୍କୁ ବିଜେପିରୁ ନିଲମ୍ବିନ କରାଯାଇଛି। ଅନ୍ୟପଟେ ହିମାଚଳ ନିର୍ବାଚନକୁ ନେଇ ଏଡିଆରର ଚାଞ୍ଚଲ୍ୟକର ରିପୋର୍ଟ ସାମନାକୁ ଆସିଛି। ନିର୍ବାଚନରେ ନାମାଙ୍କନ ଭରିଥିବା ଚାରିରୁ ଜଣେ ପ୍ରାର୍ଥୀଙ୍କ ବିରୋଧରେ ଦେୱାନୀ ବା କ୍ରିମିନାଲ ମାମଲା ରହିଛି।                  

ହିମାଚଳ ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ବିଜେପି ଏକ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ଦଳ ବିରୋଧି କାର୍ଯ୍ୟ ପାଇଁ ପ୍ରଦେଶ କାର୍ଯ୍ୟକାରିଣୀ ସଦସ୍ୟ ଅନୁ ଠାକୁରଙ୍କୁ ଦଳରୁ ନିଲମ୍ବିନ କରାଯାଇଛି। ତାଙ୍କୁ ଛଅ ବର୍ଷ ପାଇଁ ଦଳର ସମସ୍ତ କାର୍ଯ୍ଯକ୍ରମରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ଦଳ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କହୁଯାଇଛି ଯେ, ବିଜେପି ପ୍ରଦେଶ ଅଧ୍ୟକ୍ଷ ଓ ସାଂସଦ ସୁରେଶ କସ୍ୟପ, ଦଳ ବରିଧି ଗତିବିଧିର ପ୍ରମାଣ ପାଇବା ପରେ ଅନୁ ଠାକୁରଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ତତ୍କାଳ ପ୍ରଭାବରେ ଛଅ ବର୍ଷ ପାଇଁ ନିଲମ୍ବନ କରାଯାଇଛି।

Also Read: President in Odisha: ରାଷ୍ଟ୍ରପତି ବୁଲିଲେ ନିଜ ପିଲାଦିନର ସ୍କୁଲ, ଫଟୋରେ ଦେଖନ୍ତୁ ଖବର

ଅନୁ ଠାକୁରଙ୍କ ପୂର୍ବରୁ ବିଜେପି ଏକାଧିକ ଦଳୀୟ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ବିଜେପି କାର୍ଯ୍ୟକାରୀ କମିଟିର ସଚିବ, ରୁପ ସିଂହ ଠାକୁର, ସ୍ୱାଧିନ ପ୍ରାର୍ଥି ସୁଭାଷ ଶର୍ମା, କୁଲୁର ବିଜେପି ଉପାଧକ୍ଷ ରାମ ସିଂହ, ବିଧାୟକ ହୋସିଆର ସିଂହ, ପୂର୍ବତନ ବିଧାୟକ ତେଜବନ୍ତ ନେଗୀଙ୍କ ପରି ଦଶରୁ ଊର୍ଦ୍ଧ୍ୱ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏଥର ହିମାଚଳରେ ବିଜେପିରେ ଅନେକ ବିଦ୍ରୋହୀ ନେତା ବାହାରିଛନ୍ତି। ଦଳୀୟ ଟିକଟ ନ ମିଳିବାରୁ ସେମାନେ ସ୍ୱାଧିନ ଭାବେ ନିର୍ବାଚନ ଲଢୁଛନ୍ତି। ଯାହା ବିଜେପିର ଚିନ୍ତା ବଢାଇ ଦେଇଛି।

 

ଅନ୍ୟପଟେ, ଏଥର ହିମାଚଳରେ ନିଜ ଭାଗ୍ୟ ପରୀକ୍ଷା କରୁଥିବା ନେତାଙ୍କ ଏଡିଆର ରିପୋର୍ଟ ଆସିଛି। ମୋଟ ୪୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୯୪ ଜଣଙ୍କ ନାମରେ କ୍ରିମିନାଲ କେସ ରହିଛି। ଏହା ମୋଟ ପ୍ରାର୍ଥୀ ସଂଖ୍ୟାର ୨୩ ପ୍ରତିଶତ ହେବ। ୯୪ ଦାଗୀ ନେତାଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କ ବିରୋଧରେ ହତ୍ୟା, ହତ୍ୟା ପ୍ରୟାସ, ଦଙ୍ଗା, ଅଗ୍ନିକାଣ୍ଡ ଘଟାଇବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ସିପିଆଇର ୧୧ରୁ ୭, କଂଗ୍ରେସର ୬୮ରୁ ୩୬, ବିଜେପିର ୬୮ରୁ ୧୨ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଅଛି। ୨୦୧୭ରେ ହିମାଚଳରେ ୧୮ ପ୍ରତିଶତ ଅପରାଧିଙ୍କୁ ଟିକଟ ମିଳିଥିଲା। 

Also Read: 'ମହିଳା ଶସକ୍ତିକରଣ ନାମରେ ବିଜେଡି ନିଜ ଦଳର ସଶକ୍ତିକରଣ କରିବା ଦୁର୍ଭାଗ୍ୟଜନକ'

ସୂଚନାଯୋଗ୍ୟ, ଶନିବାର ହିମାଚଳର ୬୮ଟି ବିଧାନସଭା ସିଟ ପାଇଁ ନିର୍ବାଚନ ହେବ। ପ୍ରାୟ ୫୫ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥର ମଧ୍ୟ ରାଜ୍ୟରେ ଦୁଇ ଦଳ ମଧ୍ୟରେ ଲଢେଇ ହେବ। ବିଜେପି କ୍ଷମତାରେ ଥିବା ବେଳେ କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦୀ ସାଜିଛି। ଏଥର  ଆମ ଆଦମୀ ପାର୍ଟି ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରୁଛି। ତେବେ ଏଠାରେ ବିଶେଷ କରି ସୋଓ ଚାଷୀଙ୍କ ସମସ୍ୟ, ନିଯୁକ୍ତି, ପେନସନ ପ୍ରମୁଖ ମୁଦ୍ଦା ରହିଛି।