Surjya Narayan Patro: ଆରପାରିରେ ସୂର୍ଯ୍ୟ ପାତ୍ର! ଚିକିତ୍ସାଧିନ ଅବସ୍ଥାରେ ହୋଇଗଲା ଦେହାନ୍ତ
Advertisement
Article Detail0/zeeodisha/odisha1852777

Surjya Narayan Patro: ଆରପାରିରେ ସୂର୍ଯ୍ୟ ପାତ୍ର! ଚିକିତ୍ସାଧିନ ଅବସ୍ଥାରେ ହୋଇଗଲା ଦେହାନ୍ତ

BJD MLA Surjya Narayan Patro: ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ। ଘରୋଇ ଡାକ୍ତରଖାନରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା।  

Surjya Narayan Patro: ଆରପାରିରେ ସୂର୍ଯ୍ୟ ପାତ୍ର! ଚିକିତ୍ସାଧିନ ଅବସ୍ଥାରେ ହୋଇଗଲା ଦେହାନ୍ତ

Digapahandi MLA Surjya Narayan Patro: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ। ଘରୋଇ ହସ୍ପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ହୋଇଛି ଦେହାନ୍ତ। ଦିଗପହଣ୍ଡି ବିଧାୟକ ତଥା ଓଡ଼ିଶା ବିଧାନସଭା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ହୋଇଯାଇଛି ଦେହାନ୍ତ। ସେପ୍ଟମ୍ବର ୨ ତାରିଖ ଶନିବାର ସନ୍ଧ୍ୟା ୭:୩୧ ସମୟରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିବାର ଖବର ମିଳିଛି। ଖବର ଅନୁଯାୟୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ଶନିବାର ଅପରାହ୍ନରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। 

୧୯୪୮ ମସିହା ଡିସେମ୍ବର ୧୨ ତାରିଖରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ ଓଡ଼ିଶା ରାଜନୀତିର ଜଣାଶୁଣା ଚେହେରା ସୂର୍ଯ୍ୟ ନାରାୟଣ ପାତ୍ର। ୧୯୭୭ ମସିହାରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ସୂର୍ଯ୍ୟ ପାତ୍ର। ସର୍ବପ୍ରଥମେ ୧୯୭୭ ମସିହାରେ ବ୍ରହ୍ମପୁର ପୌର ପାଳିକାର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ପରେ ୧୯୯୦ ମସିହାରେ ସର୍ବପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦, ୧୯୯୫, ୨୦୦୦, ୨୦୦୪ ବିଧାନସଭା ନିର୍ବାଚନରେ ମୋହନା ଆସନରୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୯, ୨୦୧୪, ୨୦୧୯ ବିଧାନସଭା ନିର୍ବାଚନରେ ଦିଗପହଣ୍ଡି ଆସନରୁ ନିର୍ବାଚିତ ହୋଇଥିଲେ। ଜନତା ଦଳରୁ ନିଜର କ୍ୟାରିୟର ଗଠନ କରିଥିବା ସୂର୍ଯ୍ୟ ପାତ୍ର ଜଣେ ଶାସକ ବିଜୁ ଜନତା ଦଳର ଜଣେ ତୁଙ୍ଗ ନେତା ଭାବରେ ଜଣାଶୁଣା ଥିଲେ। 

୨୦୧୯ ଜୁନ ୧ ତାରିଖରୁ ୨୦୨୨ ଜୁନ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ବାଚସ୍ପତି କାର୍ଯ୍ୟ କରିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର। ବିଧାୟକ ଏବଂ ବାଚସ୍ପତି ହେବା ସହିତ ଉଭୟ ଜନତା ଦଳ ଏବଂ ବିଜୁ ଜନତା ଦଳ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଥିଲେ ସୂର୍ଯ୍ୟ ପାତ୍ର।

ଜନତା ଦଳ ସରକାରରେ ଜଙ୍ଗଲ, ମତ୍ସ୍ୟ, ପଶୁ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ସୂର୍ଯ୍ୟ ପାତ୍ର। ସେହିପରି ବିଜେଡ଼ି ସରକାରରେ ଶକ୍ତି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟା, ପରିବେଶ, ପର୍ଯ୍ୟଟନ, ସୂଚନା, ଲୋକସମ୍ପର୍କ, ସଂସ୍କୃତି, ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା, ସମନ୍ୱୟ, ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ହୋଇଥିଲେ ସୂର୍ଯ୍ୟ ନାରାୟଣ ପାତ୍ର।