Indian Politcs: ରାଜନୈତିକ ଦଳ ଉପରେ ବାଜିଲା ନିର୍ବାଚନ କମିଶନଙ୍କ ଛାଟ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1384914

Indian Politcs: ରାଜନୈତିକ ଦଳ ଉପରେ ବାଜିଲା ନିର୍ବାଚନ କମିଶନଙ୍କ ଛାଟ, ଜାଣନ୍ତୁ କାରଣ

Election Manifesto of Politics: ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆ ଯାଉଥିବା ମାଗଣା ଯୋଜନା ବିଭିନ୍ନ ସମୟରେ ଚର୍ଚ୍ଚାର ବିଷୟ ପାଲଟିତାଏ। 

Indian Politcs: ରାଜନୈତିକ ଦଳ ଉପରେ ବାଜିଲା ନିର୍ବାଚନ କମିଶନଙ୍କ ଛାଟ, ଜାଣନ୍ତୁ କାରଣ

Free Election Manifesto: ମାଗଣା ଯୋଜନାକୁ ନେଇ ନିର୍ବାଚନ କମିଶନ ରାଜନୈତିକ ଦଳଗୁଡିକୁ ଏକ ପ୍ରସ୍ତାବ ପଠାଇଛନ୍ତି। ଯେଉଁଥିରେ ମାଗଣା ଯୋଜନା କଥା କହି ମିଛ ପ୍ରତିଶୃତି ନ ଦେବାକୁ କୁହାଯାଇଛି। ଯାହାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। କଂଗ୍ରେସ ଏହାକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଥିବା ବେଳେ ଭାରତ ବର୍ଷରେ ଗଣତନ୍ତ୍ରକୁ ସୁରକ୍ଷା ଦେବାରେ ନିର୍ବାଚନ କମିଶନଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି କହିଛି ବିଜେପି। ସେପଟେ ବିଜେଡି ଏହାକୁ ସ୍ୱାଗତ କରିଛି।

ମାଗଣା ଯୋଜନାକୁ ନିର୍ବାଚନ କମିଶନ ରାଜନୈତିକ ଦଳକୁ ପ୍ରସ୍ତାବ ପଠାଇବା ପରେ ତୀବ୍ର ହେବାରେ ଲାଗିଛି ରାଜନୀତି। ପ୍ରସ୍ତାବରେ ମାଗଣା ଯୋଜନା କଥା କହି ମିଛ ପ୍ରତିଶୃତି ନ ଦେବାକୁ କୁହାଯିବା ସହ ମାଗଣା ଯୋଜନାରେ କେଉଁଠୁ ପଇସା ଆସିବ, କେତେ ଟଙ୍କା ଖର୍ଚ୍ଚ ହେବ ତାହାର ବିସ୍ତୃତ ତଥ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି ନିର୍ବାଚନ କମିଶନ। ଏହି ପ୍ରସ୍ତାବ ଉପରେ ରାଜନୈତିକ ଦଳ ଗୁଡିକ ଅକ୍ଟୋବର ୧୯  ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କୁହାଯାଇଛି। 

ଯାହାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ନିର୍ବାଚନ କମିଶନ ଏତେ ଦିନ କଣ କରୁଥିଲେ ବୋଲି ପ୍ରଶ୍ନ କରିଛି ଦଳ। କମିଶନ କ'ଣ ଜାଣି ପାରୁନାହାନ୍ତି ବିଜେଡ଼ି-ବିଜେପି ସରକାରୀ ଯୋଜନା ନାମରେ କେତେ ଟଙ୍କା ଖର୍ଚ କରୁଛନ୍ତି। ଗୋଟିଏ ବିଧାୟକ କେତେ ଟଙ୍କା ଖର୍ଚ୍ଚ କରିପାରିବ ଏବଂ ସେ କେତେ ଟଙ୍କା ଖର୍ଚ କରୁଛନ୍ତି। କେବଳ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ବିଜେଡ଼ି-ବିଜେପି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ମାଗଣା ଯୋଜନା ବାବଦରେ ବିସ୍ତୃତ ତଥ୍ୟ ଦେବେ ରାଜନୈତିକ ଦଳ। ମାଗଣା ଯୋଜନା ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯିବ। ଯୋଜନା ପାଇଁ କେଉଁଠୁ ଟଙ୍କା ଆସିବ। କେଉଁ ବର୍ଗର ଲୋକ ଏହା ଦ୍ୱାରା ଲାଭବାନ ହେବେ। ମତଦାତାଙ୍କ ପାଖରେ ଦେଶ ତଥା ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ଚିତ୍ର ରଖାଯିବ। ଦେଶ ଏବଂ ରାଜ୍ୟର ଜିଡିପି ସହ କରଜ ପରିମାଣ ବାବଦରେ ମତଦାତାଙ୍କୁ ତଥ୍ୟ ଦେବା ବାଧ୍ୟତାମୂଳକ। ରାଜକୋଷ ଉପରେ କେତେ ବୋଝ ପକାଇବ ମାଗଣା ଯୋଜନା ଏ ସମ୍ପର୍କରେ ମଧ୍ୟ ସୂଚନା ଦିଆଯିବ। 

ବିଜେପି କହିବା କଥା ଯେ ଭାରତ ବର୍ଷରେ ଗଣତନ୍ତ୍ରକୁ ସୁରକ୍ଷା ଦେବାରେ ନିର୍ବାଚନ କମିଶନଙ୍କ ଗୁରୁ ଦାୟିତ୍ୱ ରହିଛି। ସେ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ପଦକ୍ଷେପ ଗ୍ରହଣଯୋଗ୍ୟ। ସରକାରଙ୍କ ଯେଉଁ ସବୁ ଯୋଜନା ରହିଛି। ସେ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ କରାଯାଉଛି। ସେ ଟଙ୍କା କେଉଁଠି ଆସୁଛି କାହାକୁ ମିଳିବ ଯୋଗ୍ୟ ହିତାଧିକାରୀ କିଏ। ତାହା ଉପରେ ସମୂର୍ଣ୍ଣ ବିବରଣୀ ଦେବାକୁ ନିର୍ବାଚନ କମିଶନ କହିଛନ୍ତି ତାହା ଉତ୍ତମ ପଦକ୍ଷେପ। ବିଜେଡି କହିବା କଥା ଯେ ଭାରତୀୟ ଗଣତନ୍ତ୍ର ସବୁବେଳେ ନିଆରା। 

ସମ୍ବିଧାନ ଅନୁସାରେ ସବୁ କିଛି ହୁଏ। ଗରିବ ଅବସ୍ଥାକୁ ସୁଧାରିବା ପାଇଁ ସବୁ ଦଳ ଉଦ୍ୟମ କରୁଛନ୍ତି। ବିଜେଡ଼ି ସବୁବେଳେ ରାଜ୍ୟର ଜନ ସାଧାରଣଙ୍କୁ ପ୍ରୋତ୍ସାହନ ଦେଇ ଆସୁଛି। କାଳିଆ, ମମତା ଏମିତି ଅନେକ ଯୋଜନା ସାଧାରଣଙ୍କ ହିତ ପାଇଁ କରାଯାଇଛି। ଯାହାକୁ ପରେ କେନ୍ଦ୍ର ସରକାର ମଧ୍ୟ କପି କରିଛନ୍ତି। ଏବେ ନିର୍ବାଚନୀ ସ୍ୱଚ୍ଛତା ପାଇଁ ନିର୍ବାଚନ କମିଶନ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ବହୁତ ପୁର୍ବରୁ ହେବା କଥା। ଆମେ ତାକୁ ସ୍ଵାଗତ କରୁଛୁ ବୋଲି କହିଛି ବିଜେଡି।

ନିର୍ବାଚନ ବେଳେ ମିଥ୍ୟା ପ୍ରତିଶୃତି ନକରାତ୍ମକ ପ୍ରଭାବ ରହିଛି ବୋଲି ନିର୍ବାଚନ କମିଶନ କହିଛନ୍ତି। ରାଜନୈତିକ ଦଳ ଏହି ପ୍ରସଙ୍ଗରେ ଜବାବ ନଦେଲେ ନିର୍ବାଚନ କମିଶନ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ।