Election Commission: ତେଲେଙ୍ଗାନା DGP ଅଞ୍ଜାନୀ କୁମାରଙ୍କୁ ନିଲମ୍ବିତ କଲା EC! ମତଗଣନା ସମୟରେ କଂଗ୍ରେସ ମୁଖ୍ୟଙ୍କୁ ଭେଟିଥିଲେ
Advertisement

Election Commission: ତେଲେଙ୍ଗାନା DGP ଅଞ୍ଜାନୀ କୁମାରଙ୍କୁ ନିଲମ୍ବିତ କଲା EC! ମତଗଣନା ସମୟରେ କଂଗ୍ରେସ ମୁଖ୍ୟଙ୍କୁ ଭେଟିଥିଲେ

Telangana Assembly Election 2023: ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ମଧ୍ୟରେ ନିର୍ବାଚନ ଆୟୋଗ ତେଲେଙ୍ଗାନାର ଡିଜିପିଙ୍କ ସମେତ ବହୁ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ଏହି ଅଧିକାରୀମାନେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

 

Telangana Assembly Election 2023

Election Commission of India has suspended Telangana DGP: ନିର୍ବାଚନ ଆଦର୍ଶ ଆଚରଣ ବିଧି ଓ ପ୍ରଯୁଜ୍ୟ ଆଚରଣ ବିଧି ଉଲ୍ଲଂଘନ କରିବାପାଇଁ ନିର୍ବାଚନ ଆୟୋଗ ତେଲେଙ୍ଗାନା ପୋଲିସ୍ ମହାନିର୍ଦ୍ଦେଶକ ଅଞ୍ଜାନୀ କୁମାରଙ୍କୁ ନିଲମ୍ବିତ କରିଛନ୍ତି । ANI ସୂତ୍ରରୁ ପ୍ରକାଶ ଯେ ନିର୍ବାଚନ ଆଚର ସଂହିତା ତଥା ପ୍ରଯୁଜ୍ୟ ଆଚରଣ ବିଧି ଉଲ୍ଲଂଘନ କରିବ ପାଇଁ ଭାରତର ନିର୍ବାଚନ ଆୟୋଗ ଅଞ୍ଜାନୀ କୁମାରଙ୍କୁ ନିଲମ୍ବିତ କରିଛି ।

ତେଲେଙ୍ଗାନା DGP ଅଞ୍ଜାନୀ କୁମାରଙ୍କୁ ନିଲମ୍ବିତ କଲା EC
ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ତେଲେଙ୍ଗାନା ପୋଲିସ୍ ମହାନିର୍ଦ୍ଦେଶକ ଅଞ୍ଜାନୀ କୁମାର ଓ ଅନ୍ୟ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛି । ନିର୍ବାଚନ ଆୟୋଗ ଦ୍ୱାରା ନିଲମ୍ବିତ ହୋଇଥିବା ଅନ୍ୟ ଅଧିକାରୀଙ୍କ ମଧ୍ୟରେ ସଞ୍ଜୟ ଜେନା, ରାଜ୍ୟ ପୋଲିସ ନୋଡାଲ ଅଧିକାରୀ, ତେଲେଙ୍ଗାନା ଓ ମହେଶ ଭଗତ ନୋଡାଲ ଅଫିସର ଓ ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ ଅଛନ୍ତି । ଏହି ସମସ୍ତ ଅଧିକାରୀ ନିଜ ବାସଭବନରେ କଂଗ୍ରେସ ମୁଖ୍ୟ ଅନୁମୁଲା ରେବନ୍ତ ରେଡ୍ଡୀଙ୍କୁ ଭେଟିବାକୁ ଯାଇଥିଲେ । ଅଧିକାରୀମାନେ କଂଗ୍ରେସ ପ୍ରାର୍ଥୀ ରେବନ୍ତ ରେଡ୍ଡୀଙ୍କ ଘରକୁ ଯାଇ ଗଣନା ମଝିରେ ଏକ ପୁଷ୍ପଗୁଚ୍ଛ ଦେଇଥିଲେ ।

ତେଲେଙ୍ଗାନାର ମୋଟ ୧୧୯ ଟି ଆସନ ମଧ୍ୟରୁ ୬୫ ଟିରେ କଂଗ୍ରେସ ଦଳ ଅଗ୍ରଣୀ ଥିବାବେଳେ, ଶାସକ ବିଆରଏସ ୩୮ ଟି ଆସନରେ ଆଗୁଆ ରହିଛି ।