Election Commission: ସର୍ଭେ ନାଁରେ ଚାଲିଛି ଭୋଟରଙ୍କୁ ପ୍ରଲୋଭନ: ନିର୍ବାଚନ କମିଶନ ଦେଲେ କଡ଼ା ହୁକୁମ
Advertisement
Article Detail0/zeeodisha/odisha2231754

Election Commission: ସର୍ଭେ ନାଁରେ ଚାଲିଛି ଭୋଟରଙ୍କୁ ପ୍ରଲୋଭନ: ନିର୍ବାଚନ କମିଶନ ଦେଲେ କଡ଼ା ହୁକୁମ

Election Commission: ଆଜି ଏକ ପ୍ରେସ ବିଜ୍ଞପ୍ତିରେ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜନୀତିକ ଦଳ ଏବଂ ନେତାମାନଙ୍କର ଏପରି କାର୍ଯ୍ୟକ୍ରମ ଲୋକପ୍ରତିନିଧି ଆଇନ ୧୯୫୧ର ଖୋଲା ଉଲ୍ଳଙ୍ଘନ। ଏଣୁ ଖବରକାଗଜ, ପୋଷ୍ଟର ବା କୌଣସି ଲିଫ୍‍ଲେଟ୍‍ରେ ଫର୍ମ, ଫରମ୍ ଲିଙ୍କ ଥାଇ କୌଣସି ସର୍ବେକ୍ଷଣ କରାଯିବା ବା ବଣ୍ଟାଯିବାକୁ ବାରଣ କରାଯାଇଛି।

Election Commission

ଭୁବନେଶ୍ୱର: ଦେଶରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଓ ରାଜନୀତିକ ଦଳ ଭୋଟରଙ୍କୁ ପ୍ରଲୋଭନ ଦେଖାଇବା ଲାଗି ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରୁଛନ୍ତି। ଏପରିକି ସର୍ଭେ ନାଁରେ ବିଭିନ୍ନ ଗ୍ୟାରେଣ୍ଟି ଓ ନିର୍ବାଚନ ପରେ ତାଙ୍କୁ କିଭଳି ଫାଇଦା ମିଳିବ ସେଥିଲାଗି ଫର୍ମରେ ପଞ୍ଜିକରଣ କରୁଛନ୍ତି। ଏହାକୁ କଡ଼ା ସମାଲୋଚନା କରିଛନ୍ତି ଭାରତର ନିର୍ବାଚନ କମିଶନ। ଏହାସହ ଏସବୁ କାର୍ଯ୍ୟରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। 

ଆଜି ଏକ ପ୍ରେସ ବିଜ୍ଞପ୍ତିରେ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜନୀତିକ ଦଳ ଏବଂ ନେତାମାନଙ୍କର ଏପରି କାର୍ଯ୍ୟକ୍ରମ ଲୋକପ୍ରତିନିଧି ଆଇନ ୧୯୫୧ର ଖୋଲା ଉଲ୍ଳଙ୍ଘନ। ଏଣୁ ଖବରକାଗଜ, ପୋଷ୍ଟର ବା କୌଣସି ଲିଫ୍‍ଲେଟ୍‍ରେ ଫର୍ମ, ଫରମ୍ ଲିଙ୍କ ଥାଇ କୌଣସି ସର୍ବେକ୍ଷଣ କରାଯିବା ବା ବଣ୍ଟାଯିବାକୁ ବାରଣ କରାଯାଇଛି। ଯଦି ଏପରି ଉଲ୍ଲଙ୍ଘନ ହୁଏ ତେବେ ନିର୍ବରଚନ କମିଶନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ଏହା ବି ପଢ଼ନ୍ତୁ: Odisha Election 2024: ଇସ୍ତଫା ଦେଲେ ଅନୁଭବ

ଏହା ବି ପଢ଼ନ୍ତୁ: Odisha Election 2024: ବିଧାୟକ ପ୍ରାର୍ଥୀ ମୋହନ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ