Akshay Kanti Bam:କଂଗ୍ରେସକୁ ଝଟ୍‌କା,ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ଅକ୍ଷୟ କାନ୍ତି ବାମ୍
Advertisement
Article Detail0/zeeodisha/odisha2227263

Akshay Kanti Bam:କଂଗ୍ରେସକୁ ଝଟ୍‌କା,ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ଅକ୍ଷୟ କାନ୍ତି ବାମ୍

Akshay Kanti Bam: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା । ମଧ୍ୟପ୍ରଦେଶର ଇନ୍ଦୋରର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅକ୍ଷୟ କାନ୍ତି ବାମ୍ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି।

ସୌଜନ୍ୟ-ସୋସିଆଲ୍ ମିଡିଆ

Akshay Kanti Bam: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା । ମଧ୍ୟପ୍ରଦେଶର ଇନ୍ଦୋରର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅକ୍ଷୟ କାନ୍ତି ବାମ୍ (Congress Lok Sabha candidate from Indore Akshay Kanti Bam ) ଆଜି ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ପ୍ରତ୍ୟାହାର ପରେ ଅକ୍ଷୟ କାନ୍ତି ବାମ୍ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,  ''ଯେଉଁ ଦିନ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେବେଠାରୁ ତାଙ୍କୁ ଦଳ ପକ୍ଷରୁ କୌଣସି ପ୍ରକାର ସମର୍ଥନ ମିଳି ନାହିଁ। ଦଳ ପକ୍ଷରୁ ବିଭିନ୍ନ ପ୍ରକାର ଚାପ ବି ପକାଯାଉଥିଲା। ''

ALSO READ: Odisha Election: ଜାରି ହେଲା ବିଜ୍ଞପ୍ତି, ତୃତୀୟ ପର୍ଯ୍ୟାୟ ପାଇଁ ଆଜି ଠାରୁ ନାମାଙ୍କନ

ଇନ୍ଦୋରର ଲୋକସଭା ଆସନରୁ ଅକ୍ଷୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ବିଜେପି ପାଇଁ ବାଟ ସଫା ହୋଇ ଯାଇଛି । କାହିଁକିନା ଏହି ଆସନରୁ  ସ୍ବାଧିନ ପ୍ରାର୍ଥୀ ମଧ୍ୟ ଠିଆ ହୋଇ ନାହାଁନ୍ତି । ତେଣୁ ଏହି ଆସନରେ ବିଜେପି ଜିତିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସେ  କ୍ୟାବିନେଟ ମନ୍ତ୍ରୀ କୈଳାସ ବିଜୟଭର୍ଗିଆ ଓ ବିଧାୟକ ମେଣ୍ଡୋଲାଙ୍କ ସହ ବିଜେପି କାର୍ଯ୍ୟାଳୟକୁ ଯାଇଥିବା ସୂଚନା ମିଳିଛି। ତେବେ, ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ନିକଟରେ ଗୁଜୁରାଟର ସୁରଟରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା।