Delhi liquor policy case: ବଢ଼ିଲା Manish Sisodiaଙ୍କ ଅଡୁଆ, EDକୁ ମିଳିଲା ୧୪୦ ମୋବାଇଲ୍ ଭାଙ୍ଗିବାର ପ୍ରମାଣ
Advertisement

Delhi liquor policy case: ବଢ଼ିଲା Manish Sisodiaଙ୍କ ଅଡୁଆ, EDକୁ ମିଳିଲା ୧୪୦ ମୋବାଇଲ୍ ଭାଙ୍ଗିବାର ପ୍ରମାଣ

ED on Delhi liquor policy case: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଅଡୁଆ ବଢିଛି। ଦିଲ୍ଲୀ ମଦ ନୀତି ମାମଲାର ପ୍ରମାଣ ନଷ୍ଟ କରିବାପାଇଁ ଏମାନେ ମୋବାଇଲ ଭାଙ୍ଗିଥିବା ନେଇ କୋର୍ଟରେ ଇଡି ଦାବି କରିଛନ୍ତି। 

Delhi liquor policy case: ବଢ଼ିଲା Manish Sisodiaଙ୍କ ଅଡୁଆ, EDକୁ ମିଳିଲା ୧୪୦ ମୋବାଇଲ୍ ଭାଙ୍ଗିବାର ପ୍ରମାଣ

ED on Delhi liquor policy case, ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତିରେ ଦୁର୍ନୀତି ମାମଲାରେ ଏକ ନୂଆ ମୋଡ ନେଇଛି। ଇଡି ହାତରେ ଏକ ବଡ ପ୍ରମାଣ ଲାଗିଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସୋସୋଦିଆ ଓ ଅନ୍ୟମାନେ ୧୪୦ଟି ମୋବାଇଲ ଭାଙ୍ଗି ଥିବା ନେଇ ଇଡିକୁ ପ୍ରମାଣ ମିଳିଛି। ମଦ ନୀତିରେ ଦୁର୍ନୀତିର ପ୍ରମାଣ ନଷ୍ଟ କରିବା ପାଇଁ ଏହି ଭିଆଇପିମାନେ ମୋବାଇଲ ଭାଙ୍ଗି ଥିବା ନେଇ ସ୍ୱତନ୍ତ୍ରୀ Prevention of Money Laundering Act (PMLA) courtରେ ଶୁକ୍ରବାର ଇଡି ଦାବି କରିଛି।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଅଡୁଆ ବଢିଛି। ଶୁକ୍ରବାର ସ୍ୱତନ୍ତ୍ର PMLA କୋର୍ଟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏକ ବଡ ଦାବି କରିଛି। ମନିଷ ସିସୋଦିଆ ଓ ଅନ୍ୟ ୩୦ରୁ ଊର୍ଦ୍ଧ୍ୱ ଭିଆଇପି ପ୍ରାୟ ୧୪୦ଟି ମୋବାଇଲ ନଷ୍ଟ କରିଛନ୍ତି। ଦିଲ୍ଲୀ ମଦ ନୀତି ମାମଲାର ପ୍ରମାଣ ନଷ୍ଟ କରିବାପାଇଁ ଏମାନେ ମୋବାଇଲ ଭାଙ୍ଗିଥିବା ନେଇ କୋର୍ଟରେ ଇଡି ଦାବି କରିଛନ୍ତି। ଗୁରୁବାର ବିନୟ ବାବୁ ଓ ଶରତ ଚନ୍ଦ୍ର ରେଡ୍ଡୀ ନାମକୁ ଦୁଇ ମଦ ବ୍ୟବସାୟୀଙ୍କୁ ଇଡି ଗିରଫ କରିବା ପାରେ ମନିଷ ସିସୋଦିଆଙ୍କ ବିରୋଧରେ ଏହି ବଳିଷ୍ଠ ପ୍ରମାଣ ମିଳିଛି।

Also Read: Congress: ସଂସଦ ଅଧିବେଶନରେ ଅଂଶଗ୍ରହଣ କରିବେ ନାହିଁ ରାହୁଲ, ଜାରି ରଖିବେ ଭାରତ ଯୋଡୋ ଯାତ୍ରା

କେନ୍ଦ୍ରୀୟ ସଂସ୍ଥା ଦାବି କରିଛି ଯେ, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାର ୩୪ ଜଣ ସନ୍ଦିଗ୍ଧ ତଥା ଅଭିଯୁକ୍ତ ୧୪୦ରୁ ଊର୍ଦ୍ଧ୍ୱ ମୋବାଇଲ ନଷ୍ଟ କରିଛନ୍ତି। ଏହି ନଷ୍ଟ କରାଯାଇଥିବା ମୋବାଇଲର ମୋଟ ମୂଲ୍ୟ କୋଟିଏ କୋଡିଏ ଲକ୍ଷ ଟଙ୍କା ହେବ। ମାମଲାର ମୁଖ୍ୟ ଅଭିଯୁକ୍ତ, ଦିଲ୍ଲୀର ଅବକାରୀ ମନ୍ତ୍ରୀ ସମେତ ଅନ୍ୟମାନେ ଡିଜିଟାଲ ପ୍ରମାଣ ନଷ୍ଟ କରିବା ପାଇଁ ମୋବାଇଲ ଭାଙ୍ଗିଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ ଭାଙ୍ଗିବାର ସମୟ ପ୍ରାୟ ସମାନ ରହିଛି। ମଦ ନୀତି ଦୁର୍ନୀତି ମାମଲା ଆସିଲା ପରେ ଏମାନେ ମୋବାଇଲ ଭାଙ୍ଗିଥିବା ଇଡି କହିଛି। 

ଏହା ବ୍ୟତୀତ ଇଡି କହିଛି ଯେ, ଦିଲ୍ଲୀରେ ନୂଆ ମଦ ନୀତି ଆସିବାର ଦୁଇ ମାସ ପୂର୍ବରୁ ଏହା ଲିକ୍ ହୋଇଥିଲା। ଗତବର୍ଷ ମେ ୩୧ରେ ଲିକ୍ ହୋଇଥିବାବେଳେ ଜୁଲାଇ ୫ରେ ଏହାକୁ ସର୍ବସାଧାରଣ କରାଯାଇଥିଲା। ଆଉ ଏହି ଲିକର ସମସ୍ତ ପ୍ରମାଣ ଇଡି ହାତରେ ଲାଗିଛି। କିଛି ମଦ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇବା ପାଇଁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନିଆଯାଇଛି ବୋଲି ଇଡି ଦାବି କରିଛି। ଏଥିରେ ଅବକାରୀ ବିଭାଗର କିଛି ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ଏମାନେ ମଦ ଦୋକାନ ଖୋଲିବାକୁ ଖୋଲିବା ଅନୁମତିପାଇଁ ଲଞ୍ଚ ନେଇଥିବା କେନ୍ଦ୍ରୀୟ ସଂସ୍ଥା କହିଛି।  

Also Read: Gujarat Election 2022: କଂଗ୍ରେସର ବଡ଼ ଘୋଷଣା, ବଦଳିବ Narendra Modi Stadiumର ନାମ

ସେପଟେ ନିଜ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଇଡି, ସିବିଆଇ ହେଉଛନ୍ତି ଫିଲ୍ମ ନିର୍ଦ୍ଦେଶକ। କେଜ୍ରିୱାଲ କହିଛନ୍ତି, "ଯଦି ମନିଷ ସିସୋଦିଆ କିଛି ଭୁଲ କରିଛନ୍ତି, ତେବେ ତାଙ୍କୁ ଜେଲରେ ଭର୍ତ୍ତି କରିଦିଅନ୍ତୁ। ଇଡି ଓ ସିବିଆଇ ବର୍ତ୍ତମାନ ଫିଲ୍ମ ନିର୍ମାତା କମ୍ପାନୀ ପାଲଟିଯାଇଛନ୍ତି। ଇଡି ନିର୍ଦ୍ଦେଶକ ଆଉ ଇଡିର ନିର୍ଦ୍ଦେଶକ ହୋଇ ରହିନାହାନ୍ତି, ସେ ଫିଲ୍ମ ନିର୍ଦ୍ଦେଶକ ପାଲିଟିଯାଇଛନ୍ତି।" ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍କ୍ରୀପ୍ଟ ଲେଖୁଛି ଆଉ ଇଡି ଫିଲ୍ମ ନିର୍ମାଣ କରୁଛି।