ରାଜନୀତିରେ ଆସିବାକୁ ଚାହୁଁନଥିଲେ ଦ୍ରୌପଦୀ ମୁର୍ମୁ, ଏହି ବ୍ୟକ୍ତିଙ୍କ ଜିଦ୍ ଯୋଗୁଁ କରିଥିଲେ ଏଣ୍ଟ୍ରି, ଜାଣନ୍ତୁ କିଛି ରୋଚକ କଥା
Advertisement

ରାଜନୀତିରେ ଆସିବାକୁ ଚାହୁଁନଥିଲେ ଦ୍ରୌପଦୀ ମୁର୍ମୁ, ଏହି ବ୍ୟକ୍ତିଙ୍କ ଜିଦ୍ ଯୋଗୁଁ କରିଥିଲେ ଏଣ୍ଟ୍ରି, ଜାଣନ୍ତୁ କିଛି ରୋଚକ କଥା

Draupadi Murmu: ଓଡ଼ିଶାର ଭୁବନେଶ୍ୱର ରମା ଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ମୁର୍ମୁ ରାଜନୀତି ଜୀବନର ଆରମ୍ଭ କାଉନସିଲର ଭାବରେ କରିଥିଲେ । ସେ ଓଡିଶାର ରାଇରଙ୍ଗପୁରରୁ ପ୍ରଥମ କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । 

ରାଜନୀତିରେ ଆସିବାକୁ ଚାହୁଁନଥିଲେ ଦ୍ରୌପଦୀ ମୁର୍ମୁ, ଏହି ବ୍ୟକ୍ତିଙ୍କ ଜିଦ୍ ଯୋଗୁଁ କରିଥିଲେ ଏଣ୍ଟ୍ରି, ଜାଣନ୍ତୁ କିଛି ରୋଚକ କଥା

ନୂଆଦିଲ୍ଲୀ: Draupadi Murmu: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Draupadi Murmu) ଆଜି ଅର୍ଥାତ ଜୁଲାଇ ୨୫ ନିଜ କାର୍ଯ୍ୟଭାର ଗ୍ରହଣ କରିନେଇଛନ୍ତି । ଭାରତର ପ୍ରଧାନ ବିଚାରପତି ଏନଭି ରମଣା ସଂସଦ ଗୃହର ସେଣ୍ଟ୍ରାଲ ହଲରେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ଶପଥ ପାଠ କରାଇଛନ୍ତି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ସାରା ଦେଶରେ ଆଦିବାସୀ ସମାଜରେ ଖୁସିର ଲହରୀ ଖେଳିଯାଇଛି । କେଉଁଠି ପାରମ୍ପାରିକ ନୃତ୍ୟ ଚାଲିଛି ତ କେଉଁଠି ମିଠା ବାଣ୍ଟି ଉତ୍ସବ ପାଳନ କରାଯାଉଛି ।  କିନ୍ତୁ ଆପଣ ଜାଣିଛନ୍ତି କି ଦ୍ରୌପଦୀ ମୁର୍ମୁ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁନଥିଲେ । କେବଳ ଏତିକି ନୁହେଁ ତାଙ୍କ ସ୍ୱାମୀ ମଧ୍ୟ କହିଥିଲେ ଯେ ଏହି ରାଜନୀତି ଆମ ପାଇଁ ନୁହେଁ । 

ଦ୍ରୌପଦୀ ମୁର୍ମୁଙ୍କୁ ରାଜନୀତିରେ ଆଣିବାର ଶ୍ରେୟ ରବୀନ୍ଦ୍ରନାଥ ମହତୋ (Rabindra Nath Mahato) ଙ୍କୁ ଯାଇଥାଏ, ଯିଏ ଜିଦ୍ କରି ଦ୍ରୌପଦୀ ମୁର୍ମୁଙ୍କୁ କାଉନସିଲର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନାଇ ଥିଲେ । ମୁର୍ମୁଙ୍କ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁ ମଧ୍ୟ ତାଙ୍କ ପତ୍ନୀ ରାଜନୀତିରେ ପ୍ରବେଶ ନ କରୁ ବୋଲି ଚାହୁଁନଥିଲେ, କିନ୍ତୁ ତାଙ୍କୁ ରବୀନ୍ଦ୍ରନାଥ ମହତୋ ହିଁ ମନାଇ ଥିଲେ ।
 
ରବୀନ୍ଦ୍ରନାଥ ମହତୋ ଓଡିଶାର ମୟୂରଭଞ୍ଜର ବିଜେପିର ଜିଲ୍ଲା ସଭାପତି ଥିଲେ । ସେ ମଧ୍ୟ ଓକିଲାତି କରୁଥିଲେ । ତାଙ୍କର ଏହି ଅଞ୍ଚଳରେ ବେଶ ସୁନାମ ନାମ ଥିଲା । ରାଇରଙ୍ଗପୁରର ୱାର୍ଡ-୨ କାଉନସିଲର ପଦ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ମୈଦାନକୁ ଓହ୍ଲାଇବାକୁ ଚାହୁଁଥିଲେ, କାରଣ ଏହି ଆସନଟି ଏସଟି ପାଇଁ ସଂରକ୍ଷିତ ଥିଲା । ୧୯୯୭ ମସିହାରେ ରବୀନ୍ଦ୍ରନାଥ ମହତୋ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜି କରାଇଥିଲେ ।

ରବୀନ୍ଦ୍ରନାଥ ମହତୋଙ୍କ ପୁଅ ତଥା ମୟୂରଭଞ୍ଜର ବିଜେପି ଜିଲ୍ଲା ସଭାପତି ବିକାଶ ମହତୋ ଦୈନିକ ଭାସ୍କର ସହ ସାକ୍ଷାତକାର ବେଳେ କହିଛନ୍ତି ଯେ, "ମୁର୍ମୁଜୀଙ୍କ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁ ସେହି ସମୟରେ କହିଥିଲେ କି ଏହି ରାଜନୀତି ଆମ ପାଇଁ ନୁହେଁ । ଆମେ ଛୋଟ ଲୋକ ଓ ମହିଳାଙ୍କ ପାଇଁ ରାଜନୀତି ଆଦୌ ଠିକ୍ ନୁହେଁ । ଏହା ସତ୍ତ୍ୱେ ବାପା ଜିଦରେ ଅଟଳ ରହି ଉଭୟଙ୍କୁ ରାଜି କରାଇଥିଲେ ।"

ଦ୍ରୌପଦୀ ମୁର୍ମୁ ଓ ରବୀନ୍ଦ୍ରନାଥ ମହତୋଙ୍କ ମଧ୍ୟରେ ମାମୁଁ-ଭାଣିଜୀ ଭଳି ସମ୍ପର୍କ ଥିଲା । ଦ୍ରୌପଦୀ ମୁର୍ମୁ ଦୂର ସମ୍ପର୍କରେ ଓଡିଶା ସରକାରରେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ କାର୍ତ୍ତିକ ମାଝୀଙ୍କ ଭଣଜା ଲାଗୁଥିଲେ । କାର୍ତ୍ତିକ ମାଝୀ ଓ ରବୀନ୍ଦ୍ରନାଥ ମହତୋଙ୍କର ଭଲ ସମ୍ପର୍କ ଥିଲା । କାର୍ତ୍ତିକ ମାଝୀ ହିଁ ଦ୍ରୌପଦୀ ମୁର୍ମୁଙ୍କୁ ରବୀନ୍ଦ୍ରନାଥ ମହତୋଙ୍କ ସହ ପରିଚିତ କରାଇଥିଲେ ଓ ଏଠାରେ ହିଁ ଦୁହିଁଙ୍କ ସମ୍ପର୍କ ମାମୁଁ ଓ ଭଣଜାଙ୍କ ମଧ୍ୟରେ ପରିଣତ ହୋଇଥିଲା ।

ଏଠାରେ କହି ରଖୁଛୁ ଯେ, ଦ୍ରୌପଦୀ ମୁର୍ମୁ ୧୯୭୯ରେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଥିଲେ ଓ ପରେ ଓଡ଼ିଶା ସରକାରଙ୍କ ଜଳସେଚନ ଏବଂ ଶକ୍ତି ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ କ୍ଲର୍କ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ଜଣେ ଶିକ୍ଷକ ଭାବରେ ନିଜର ପରିଚୟ ମଧ୍ୟ ବନାଇଥିଲେ । ଏହି ସମୟରେ ସେ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦୋ ଇଣ୍ଟିଗ୍ରାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ସମ୍ମାନିତ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।

ଏହା ବି ପଢ଼ନ୍ତୁ:-ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ କଲେ ପ୍ରଥମ ଟ୍ୱିଟ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ଯଦି ହେମନ୍ତ ନୁହେଁ ତେବେ କିଏ? JMM ଟ୍ୱିଟରରେ ବଦଳାଇଲା ପ୍ରୋଫାଇଲ୍ ଫଟୋ, ଝାଡ଼ଖଣ୍ଡରେ ବଢ଼ିଲା ରାଜନୈତିକ ପାରା

ଏହା ବି ପଢ଼ନ୍ତୁ:-ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଏହା ସହ ଜଡିତ ୧୦ଟି ବଡ଼ କଥା

 

 

ଓଡ଼ିଶାର ଭୁବନେଶ୍ୱର ରମା ଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ମୁର୍ମୁ ରାଜନୀତି ଜୀବନର ଆରମ୍ଭ କାଉନସିଲର ଭାବରେ କରିଥିଲେ । ସେ ଓଡିଶାର ରାଇରଙ୍ଗପୁରରୁ ପ୍ରଥମ କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ମୟୂରଭଞ୍ଜ ବିଧାନସଭା ଆସନରୁ ଦୁଇଥର (୨୦୦୦, ୨୦୦୯) ନିର୍ବାଚିତ ହୋଇଥିଲେ । ଏହା ସହିତ ମୁର୍ମୁ ମଧ୍ୟ ଓଡିଶାରେ ବିଜେପି ଓ ବିଜେଡିର ମିଳିତ ସରକାରରେ ମନ୍ତ୍ରୀ ରହିଛନ୍ତି ।

ସୂଚନାଯୋଗ୍ୟ, କ୍ରସ୍ ଭୋଟ୍ ଯୋଗୁଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏକ ବଡ଼ ବିଜୟ ହାସଲ କରିଥିଲେ । ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆରମ୍ଭରୁ ଜିତିବେ ବୋଲି ଆଶା କରାଯାଉଥିଲା । ଦ୍ରୌପଦୀ ମୁର୍ମୁ ସମସ୍ତ ଭୋଟର ପ୍ରାୟ ୬୪.୨୩ ପ୍ରତିଶତ ପାଇଥିଲେ । ଯାହାକି ବିରୋଧୀ ଦଳ ମଧ୍ୟରେ ଓ ଏପରିକି ୟୁପିଏ ଭିତରେ ମଧ୍ୟ ମତଭେଦ ଥିବା କଥା ସାମ୍ନାକୁ ଆସିଛି । ପ୍ରାୟ ଅଧା ଡଜନ ଅଣ ଏନଡିଏ ଦଳ ବ୍ୟତୀତ ୧୭ ସାଂସଦ ଓ ପ୍ରାୟ ୧୨୬ ଜଣ ବିଧାୟକ କ୍ରସ-ଭୋଟ୍ କରିଛନ୍ତି । ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମାତ୍ର ୩୪ ପ୍ରତିଶତ ଭୋଟ ମିଳିଥିଲା ।