ବିଧାନସଭାରେ ହୋହଲ୍ଲା, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ !
Advertisement
Article Detail0/zeeodisha/odisha2349748

ବିଧାନସଭାରେ ହୋହଲ୍ଲା, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ !

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ବିଜେଡି ବିଜେପି ହଟ୍ଟଗୋଳ କାରଣରୁ ଗୃହକାର୍ଯ୍ୟରେ ବାଧା ହୋଇଛି ।

ବିଧାନସଭାରେ ହୋହଲ୍ଲା, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ !

ଭୁବନେଶ୍ୱର: ଆଜି ବିଧାନସଭାର ଦ୍ୱିତୀୟ ଦିନ ପ୍ରଶ୍ନକାଳରେ ବାରମ୍ୱାର ଗୃହ ମୁଲତବି ହୋଇଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଅଭିଯୋଗକୁ ନେଇ ବିଜେଡି ପକ୍ଷରୁ ନାରାବାଜି କରାଯିବା ପରେ ପ୍ରଥମେ ପୂର୍ବାହ୍ନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ସୁରମା ପାଢ଼ୀ । ଅପରାହ୍ନରେ ମଧ୍ୟ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସର କିଛି ବିଧାୟକ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ସେହି ସମୟରେ ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇଥିଲେ । ଏଥିସହ ବାଚସ୍ପତିଙ୍କ ମାଇକ ଭାଙ୍ଗି ଦେଇଥିବା ସୂଚନା ରହିଛି । ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହେବା କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।

ଅନ୍ୟପଟେ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ବିଜେଡି ବିଜେପି ହଟ୍ଟଗୋଳ କାରଣରୁ ଗୃହକାର୍ଯ୍ୟରେ ବାଧା ହୋଇଛି । ଆପଣଙ୍କୁ କହିରଖୁଛୁ ଯେ, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ରାଜଭବନରେ ନିଯୁକ୍ତ ଜଣେ ଏଏସ୍‌ଓଙ୍କ ମାଡ଼ ମାରିବା ସହିତ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ଆସିଥିଲା । ଉକ୍ତ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ ନେତା ।

Also Read - Top 10 News Today: ଶ୍ରୀକ୍ଷେତ୍ରରେ ବଡ଼ ମହାସ୍ନାନ, ବଜେଟ୍ ଖବର ସହ ଅନ୍ୟ ଅପଡେଟ