ରାଉରକେଲାରୁ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ, ଟିକେଟ ଦେବ BJP !
Advertisement

ରାଉରକେଲାରୁ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ, ଟିକେଟ ଦେବ BJP !

Odisha Politics: ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଦିଲ୍ଲୀପ ରାୟ । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏନେଇ ସୂଚନା ଦେଇଛନ୍ତି । ଜୁଏଲଙ୍କ କହିବାନୁଯାୟୀ, ଦିଲ୍ଲୀପଙ୍କୁ ଟିକେଟ୍ ଦେବା ପାଇଁ ସର୍ଟ ଲିଷ୍ଟରେ ତାଙ୍କ ନାମ ରଖାଯାଇଛି । 

ରାଉରକେଲାରୁ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ, ଟିକେଟ ଦେବ BJP !

ରାଉରକେଲା: ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଦିଲ୍ଲୀପ ରାୟ । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏନେଇ ସୂଚନା ଦେଇଛନ୍ତି । ଜୁଏଲଙ୍କ କହିବାନୁଯାୟୀ, ଦିଲ୍ଲୀପଙ୍କୁ ଟିକେଟ୍ ଦେବା ପାଇଁ ସର୍ଟ ଲିଷ୍ଟରେ ତାଙ୍କ ନାମ ରଖାଯାଇଛି । କେନ୍ଦ୍ରୀୟ ନିର୍ବାଚନ କମିଟି ଏନେଇ ନିଷ୍ପତ୍ତି ନେଇଥିବା ସମୟରେ ଚୁଡାନ୍ତ ରାୟକୁ ଅପେକ୍ଷା । ପୂର୍ବରୁ ଦିଲ୍ଲୀପଙ୍କ ନାମରେ ଥିବା କେସ କାରଣରୁ ତାଙ୍କୁ ଟେକେଟ ମିଳିବା ନେଇ ଦ୍ୱନ୍ଦ ଉପୁଜିଥିଲା କିନ୍ତୁ କୋର୍ଟରେ ମାମଲା ଜିତିଲେ ରାଉରକେଲା ଆସନରୁ ବିଧାୟକ ପ୍ରାର୍ଥୀଭାବେ ଲଢିବାକୁ ତାଙ୍କୁ ଟିକେଟ ଦିଆଯିବ । ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଦିଲ୍ଲୀପ ରାୟଙ୍କ ନାମ ସେଥିରେ ଥିବ ବୋଲି ଆଶା ରହିଛି ।

ପୂର୍ବରୁ କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ଛନ୍ଦି ହୋଇଯାଇଥିଲେ । ସିବିଆଇ କୋର୍ଟ ତାଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୧୦ଲକ୍ଷ ଟଙ୍କାର ଜୋରିମାନା ଘୋଷଣା କରିଥିଲେ। ୨୦୨୦ ଅକ୍ଟୋବର ୨୬ ତାରିଖରେ ଟ୍ରାଏଲ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଦିଲ୍ଲୀପ । ତେବେ ଏହାପରେ ସେ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସ୍ୱରନ କାନ୍ତ ଶର୍ମା ଦିଲ୍ଲୀପଙ୍କ ଦୋଷୀ ସାବ୍ୟସ୍ତ ଉପରେ ରହିତାଦେଶ ଜାରି କରିଥିଲେ । ଦିଲ୍ଲୀପ ନିର୍ବାଚନ ଲଢିବା ନେଇ ଇଚ୍ଛା କରିଥିବା କାରଣରୁ ସିବିଆଇ କୋର୍ଟ ଦ୍ୱାରା ମିଳିଥିବା ଶୁଣାଣୀ ଉପରେ ରହିତାଦେଶ କରିବାକୁ ଅନୁରୋଧ କରିଥିଲେ।

Also Read- Puri News: ୧୦ ଏପ୍ରିଲରେ ପୁରୀ ଯାଉଛନ୍ତି କି ? ୪ ଘଣ୍ଟା ବନ୍ଦ ଜଗା ଦର୍ଶନ...

Also Read- Weather Update: ୧୩ ତାରିଖ ପରଠାରୁ ରାଜ୍ୟରେ ପୁଣି ବଢିବ ତାତି !