Dhamnagar: କେଉଁ ନିର୍ବାଚନରେ କେଉଁ ଦଳ ଉଡ଼ାଇଛି ବିଜୟ ବାନା?
Advertisement
Article Detail0/zeeodisha/odisha1426867

Dhamnagar: କେଉଁ ନିର୍ବାଚନରେ କେଉଁ ଦଳ ଉଡ଼ାଇଛି ବିଜୟ ବାନା?

Dhamnagar Seat: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ପୂର୍ବରୁ ଧାମନଗରରେ ଅନୁଷ୍ଠିତ ହୋଇସାରିଛି ବିଭିନ୍ନ ନିର୍ବାଚନ। ଜାଣନ୍ତୁ କେଉଁ ନିର୍ବାଚନରେ କେଉଁ ଦଳ ଉଡ଼ାଇଛି ବିଜୟ ବାନା?   

Dhamnagar: କେଉଁ ନିର୍ବାଚନରେ କେଉଁ ଦଳ ଉଡ଼ାଇଛି ବିଜୟ ବାନା?

Election in Dhamnagar: ରାତି ପାହିଲେ ପ୍ରକାଶ ପାଇବ ଧାମନଗର ଉପନିର୍ବାଚନ ଫଳାଫଳ। ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସକାଳ ଆଠଟାରୁ ଭୋଟ ଗଣନ୍ତି ଆରମ୍ଭ ହେବ। ମୋଟ ୧୮ ରାଉଣ୍ଡ ଭୋଟ ଗଣନା କରାଯିବ। ଭୋଟ ଗଣତି ବେଳେ ଷ୍ଟ୍ରଙ୍ଗ ରୁମ ଠାରୁ ନେଇ କାଉଣ୍ଟିଂ ଟେବୁଲ ଏବଂ ମତ ଗଣନା କେନ୍ଦ୍ର ବାହାର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସୁରକ୍ଷା ବଳୟ ଠାରୁ ନେଇ ସ୍ଥାନୀୟ ପୋଲିସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ। ଭୋଟ ଗଣତି ପାଇଁ ଶେଷ ହୋଇଛି ପ୍ରସ୍ତୁତି। ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ସଂସ୍କୃତି ଭବନ ଠାରେ ହେବ ଭୋଟ ଗଣତି। ସକାଳ ଆଠଟାରୁ ଭୋଟ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ ଅର୍ଥାତ ଡ଼ାକ ଭୋଟ ଗଣତି କରାଯିବ। ଏହା ପରେ ସାଢେ ଆଠଟାରୁ ଆରମ୍ଭ ହେବ ଇଭିଏମ ଭୋଟ ଗଣତି।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ପୂର୍ବରୁ ଧାମନଗରରେ ଅନୁଷ୍ଠିତ ହୋଇସାରିଛି ବିଭିନ୍ନ ନିର୍ବାଚନ। ଜାଣନ୍ତୁ କେଉଁ ନିର୍ବାଚନରେ କେଉଁ ଦଳ ଉଡ଼ାଇଛି ବିଜୟ ବାନା?   

୨୦୨୨ ପଞ୍ଚାୟତ-ପୌର ନିର୍ବାଚନ 
ଧାମନଗର ଏବଂ ତିହିଡି ବ୍ଲକକୁ ନେଇ ଗଠିତ ଧାମନଗର ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନମଣ୍ଡଳୀ ମୋଟ ୪୪ ପଞ୍ଚାୟତକୁ ନେଇ ଗଠିତ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ-ପୌର ନିର୍ବାଚନରେ ବାଜି ମାରି ନେଇଥିଲା ବିଜେଡି। ପଞ୍ଚାୟତ ନିର୍ବାଚନରେ ବିଜେଡ଼ି, ବିଜେପି ଠାରୁ ୨୬ ହଜାର ୫୭୮ ଖଣ୍ଡ ଭୋଟ ଅଧିକ ପାଇଥିଲା। ପଞ୍ଚାୟତ ନିର୍ବାଚନରେ ବିଜେଡି ୯୨,୫୦୧, ବିଜେପି ୬୫,୯୨୩, କଂଗ୍ରେସ ୭୧୬୪ ଭୋଟ ପାଇଥିଲେ। ସେହିପରି ଧାମନଗର ନିର୍ବାଚନ ମଣ୍ଡଳୀ ଅଧନସ୍ଥ ୬ ଜିଲ୍ଲା ପରିଷଦ ଆସନ ହାତେଇ ନେଇଥିଲା ବିଜେଡି। ମୋଟ ୧୧ ୱାର୍ଡକୁ ନେଇ ଗଠିତ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏହି ନିର୍ବାଚନମଣ୍ଡଳୀ ଅଧିନରେ ଆସୁଛି। ଏନଏସି ନିର୍ବାଚନରେ ବିଜେଡି ୯ ଏବଂ ବିଜେପି ୨ ୱାର୍ଡରେ ବିଜୟୀ ହୋଇଥିଲା। ଏନଏସି ଅଧକ୍ଷ ପଦ ବିଜେଡି ହାତେଇଥିଲା। ବିଜେପି ଠାରୁ ବିଜେଡି  ୧୦୪୬ ଖଣ୍ଡ ଅଧିକ ଭୋଟ ପାଇଥିଲା।

୨୦୦୦ ମସିହାରୁ ୨୦୧୯ ବିଧାନସଭା ନିର୍ବାଚନ ଫଳାଫଳ
୨୦୦୦-୨୦୧୯ ମଧ୍ୟରେ ଧାମନଗର ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଉଭୟ ବିଜେପି-ବିଜେଡ଼ି ବିଧାୟକ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ୨୦୦୦ ନିର୍ବାଚନରେ ସ୍ବାଧୀନ, ୨୦୦୪ ନିର୍ବାଚନରେ ବିଜେପି, ୨୦୦୯-୨୦୧୪ ନିର୍ବାଚନରେ ବିଜେଡି, ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ।

୨୦୦୦ ମସିହାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ହୋଇଥିଲା ବିଜେପି-ବିଜେଡି ମେଣ୍ଟ। ଏହି ନିର୍ବାଚନରେ ମେଣ୍ଟରୁ ପ୍ରାର୍ଥୀ ଥିଲେ ବିଜେପି ନେତା ମନମୋହନ ସାମଲ। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ଜଗନ୍ନାଥ ରାଉତ। ଅନ୍ୟପଟେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ପୂର୍ବତନ ବିଧାୟକ ହୃଦାନନ୍ଦ ମଲ୍ଲିକଙ୍କ ପୁଅ ମାନସ ମଲ୍ଲିକ। ଏଠାରେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ହେଲେ ଏହି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ମାନସ ମଲ୍ଲିକ ୩୮ ହଜାର ୫୪୭ ଭୋଟ ପାଇ ବିଜୟୀ ହୋଇଥିଲେ। ଅନ୍ୟପଟେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ୩୬ ହଜାର ୮୪୪ ଏବଂ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ରାଉତ ୩୨ ହଜାର ୧୮୩ ଭୋଟ ପାଇଥିଲେ।

୨୦୦୪ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ମନମୋହନ ସାମଲ। ସେହିପରି ମାନସ ମଲ୍ଲିକ ସ୍ୱାଧିନ ଏବଂ ଜଗନ୍ନାଥ ରାଉତ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନରେ ମନମୋହନ ସାମଲ ୬୩ ହଜାର ୫୫୭ ଭୋଟ ପାଇ ବିଜୟୀ ହୋଇଥିଲେ। ଅନ୍ୟପଟେ ମାନସ ମଲ୍ଲିକଙ୍କୁ ୨୮ ହଜାର ୫୧ ଏବଂ  କଂଗ୍ରେସ ପ୍ରାର୍ଥୀଙ୍କୁ ୩୪ ହଜାର ୬୧୫ ଭୋଟ ମିଳିଥିଲା।

୨୦୦୯ ନିର୍ବାଚନରେ ଧାମନଗର  ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇଥିଲା। ସେହି ବର୍ଷ ଭାଙ୍ଗିଥିଲା ବିଜେପି-ବିଜେଡି ମେଣ୍ଟ। ଏହି ନିର୍ବାଚନରେ ରାଜେନ୍ଦ୍ର ଦାସ ବିଜେଡି, ବିଷ୍ଣୁ ସେଠୀ ବିଜେପି ଏବଂ ନେତ୍ରାନନ୍ଦ ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ ୪୮ ହଜାର ୪୨୪ ଭୋଟ ପାଇ ବିଜୟୀ ହୋଇଥିଲେ। ଅନ୍ୟପଟେ ବିଜେପିକୁ ୪୩ ହଜାର ୪୮୦ ଏବଂ କଂଗ୍ରେସକୁ ୨୯ ହଜାର ୮୪୪ ଭୋଟ ମିଳିଥିଲା। ୨୦୦୯ ନିର୍ବାଚନରେ ରାଜେନ୍ଦ୍ର ଦାସ ୪୯୪୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

୨୦୧୪ ନିର୍ବାଚନରେ ମୁକ୍ତିକାନ୍ତ ମଣ୍ଡଳ ବିଜେଡି, ବିଷ୍ଣୁ ସେଠୀ ବିଜେପି ଏବଂ ହୃଦାନନ୍ଦ ସେଠୀ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ନିର୍ବାଚନରେ ମୁକ୍ତିକାନ୍ତ ୭୧ ହଜାର ୫୩୮, ବିଷ୍ଣୁ ସେଠୀ ୬୨ ହଜାର ୩୪୬ ଏବଂ ହୃଦାନନ୍ଦ ସେଠୀ ୧୨ ହଜାର ୪୬ ଖଣ୍ଡ ଭୋଟ ପାଇଥିଲେ। ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ୯୧୯୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଗତ ୨୦୧୯ ନିର୍ବାଚନରୋ ରାଜେନ୍ଦ୍ର ଦାସ ବିଜେଡି, ବିଷ୍ଣୁ ସେଠୀ ବିଜେପି ଏବଂ ବିଦ୍ଯାଧର ଜେନା କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚିତ ଲଢିଥିଲେ। ଏହି  ନିର୍ବାଚନରେ ବିଜୟ ବାନା ଉଡ଼ାଇଥିଲେ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ। 

ଧାମନଗର ନିର୍ବାଚନମଣ୍ଡଳୀର ଭୋଟର 

  • ମୋଟ: ୨ ଲକ୍ଷ ୩୮ ହଜାର ୧୩
  • ପୁରୁଷ: ୧ ଲକ୍ଷ ୨୩ ହଜାର ୧୩
  • ମହିଳା: ୧ ଲକ୍ଷ ୧୫ ହଜାର ୩୧୪ 
  • ତିହିଡି ବ୍ଲକର ପଛୁଆ ବର୍ଗଙ୍କ ଭୋଟ ଗୁରୁତ୍ୱପୁର୍ଣ୍ଣ  
  • ଧାମନଗର ବ୍ଲକରେ ସଂଖ୍ୟାଲଘୁ ଭୋଟ ଗୁରୁତ୍ୱପୂର୍ଣ୍ଣ
  • ତିହିଡି ବ୍ଲକରେ ପଛୁଆ ବର୍ଗ ଭୋଟର ହେଉଛନ୍ତି ୧୩ ହଜାର ୧୩୪
  • ଧାମନଗର ବ୍ଲକରେ ସଂଖ୍ୟାଲଘୁ ଭୋଟର ହେଉଛନ୍ତି ୧୭ ହଜାର ୮୬୩