କୋରୋନା ସମୟରେ ହ୍ରାସ ପାଇଛି ଚାନ୍ଦା; କଂଗ୍ରେସର ଅବସ୍ଥା ଖରାପ, ଜାଣନ୍ତୁ ବିଜେପିକୁ ମିଳିଛି କେତେ
Advertisement

କୋରୋନା ସମୟରେ ହ୍ରାସ ପାଇଛି ଚାନ୍ଦା; କଂଗ୍ରେସର ଅବସ୍ଥା ଖରାପ, ଜାଣନ୍ତୁ ବିଜେପିକୁ ମିଳିଛି କେତେ

Political Donation: ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁସାରେ, କଂଗ୍ରେସ (Congress) ଅର୍ଥ ଅଭାବର ସାମ୍ନା କରୁଛି । ଏହାର ମୁକାବିଲା ପାଇଁ ଦଳ ମଧ୍ୟ ବାମପନ୍ଥୀ ଦଳର କେରଳ ମଡେଲକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି । ଏହି ମଡେଲ ଅଧୀନରେ ବାମପନ୍ଥୀ ଦ୍ୱାର ଦ୍ୱାରକୁ ଅଭିଯାନ ଚଳାଇଥାଏ, ଯାହା ଅନ୍ତର୍ଗତ ଘରେ ଘରେ ପହଞ୍ଚି ବୃହତ ପାଣ୍ଠି ସଂଗ୍ରହ କରାଯାଇଥାଏ । ଏହା ସହିତ ଦାନଦାତାମାନଙ୍କୁ ପ୍ରତିବଦଳରେ ଏକ ସ୍ଲିପ୍ ମଧ୍ୟ ଦିଆଯାଏ ।

କୋରୋନା ସମୟରେ ହ୍ରାସ ପାଇଛି ଚାନ୍ଦା; କଂଗ୍ରେସର ଅବସ୍ଥା ଖରାପ, ଜାଣନ୍ତୁ ବିଜେପିକୁ ମିଳିଛି କେତେ

ନୂଆଦିଲ୍ଲୀ: Political Parties Donation​: କୋରୋନା ଭୂତାଣୁ ମହାମାରୀର ମାଡ଼ ବଡ଼ ବଡ଼ ରାଜନୈତିକ ଦଳଗୁଡିକ ଉପରେ ମଧ୍ୟ ପଡ଼ୁଥିବାର ନଜରକୁ ଆସୁଛି । ଭାରତୀୟ ଜନତା ପାର୍ଟି (BJP) ଓ କଂଗ୍ରେସ (Congress) କୁ  ମିଳିଥିବା ଚାନ୍ଦାରେ ୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଥିବା ସୂଚନା ମିଳିଛି । ଡାଟା ଦୃଷ୍ଟିରୁ, ୨୦୨୦-୨୧ ବର୍ଷରେ କଂଗ୍ରେସ ଅଧିକ କ୍ଷତି ସହିଛି । ନିକଟ ଅତୀତରେ ଏକ ଖବର ଆସିଥିଲା ​​ଯେ, ଦଳ ଟଙ୍କା ଯୋଗାଡ଼ କରିବା ପାଇଁ ଘରେ ଘରେ ଯାଇ ଚାନ୍ଦା ମାଗିବାକୁ ପ୍ରସ୍ତୁତି କରୁଛି ।

ନିର୍ବାଚନ ଆୟୋଗକୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୦-୨1 ମସିହାରେ ବିଜେପି (BJP) କୁ ମିଳିଥିବା ରାଶି ପୂର୍ବ ବର୍ଷ ତୁଳନାରେ ୩୯ ପ୍ରତିଶତ ହ୍ରାସ ପାଇଛି । ସେହି ସମୟ ମଧ୍ୟରେ ପାର୍ଟିକୁ ୪୭୭.୫୪ କୋଟି ଟଙ୍କା ମିଳିଥିଲା ।​ ଯେତେବେଳେ କି ୨୦୧୯-୨୦ରେ ଏହା ୭୮୫ କୋଟି ଟଙ୍କା ଓ ୨୦୧୮-୧୯ ବର୍ଷରେ ୭୪୨ କୋଟି ଟଙ୍କା ଥିଲା ।

୨୦୨୦-୨୧ରେ କଂଗ୍ରେସ (Congress) କୁ ୭୪.୫ କୋଟି ଟଙ୍କା ମିଳିଛି । ୨୦୧୯-୨୦ ମିଳିଥିବା ୧୩୯ କୋଟି ଟଙ୍କା ତୁଳନାରେ ଏହି ରାଶି ୪୫ ପ୍ରତିଶତ କମ୍ ରହିଛି । ୨୦୧୮-୧୯ ବର୍ଷରେ କଂଗ୍ରେସକୁ ୧୪୬ କୋଟି ଟଙ୍କା ମିଳିଥିଲା । ମିଡିଆ ରିପୋର୍ଟ ଅନୁସାରେ, ୨୦୨୦-୨୧ରେ ଚାନ୍ଦା ହ୍ରାସର କାରଣ ମହାମାରୀ ଓ ବଜାର ଉପରେ ଆର୍ଥିକ ପ୍ରଭାବ ମନେ କରାଯାଉଛି ।

ଏହା ବି ପଢ଼ନ୍ତୁ:-ଡରାଇଲାଣି ମକ୍ସିପକ୍ସ, ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ; ନୂତନ ଗାଇଡଲାଇନ ଜାରି

ଏହା ବି ପଢ଼ନ୍ତୁ:-କଂଗ୍ରେସର ବଡ଼ ନିଷ୍ପତ୍ତି: ଏହି ରାଜ୍ୟର ପୌର ନିର୍ବାଚନରେ ନିଜ ଚିହ୍ନରେ ନିର୍ବାଚନ ଲଢ଼ିବ ନାହିଁ ଦଳ, ଜାଣନ୍ତୁ କ'ଣ ରହିଛି କାରଣ

ଏହା ବି ପଢ଼ନ୍ତୁ:-ରାଜ୍ୟ ସଭା ନିର୍ବାଚନ: କଂଗ୍ରେସକୁ କ୍ରସ୍ ଭୋଟିଂର ଡର, ଦଳ ନେଲା ଏହି ବଡ଼ ପଦକ୍ଷେପ

 

ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁସାରେ, କଂଗ୍ରେସ (Congress) ଅର୍ଥ ଅଭାବର ସାମ୍ନା କରୁଛି । ଏହାର ମୁକାବିଲା ପାଇଁ ଦଳ ମଧ୍ୟ ବାମପନ୍ଥୀ ଦଳର କେରଳ ମଡେଲକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି । ଏହି ମଡେଲ ଅଧୀନରେ ବାମପନ୍ଥୀ ଦ୍ୱାର ଦ୍ୱାରକୁ ଅଭିଯାନ ଚଳାଇଥାଏ, ଯାହା ଅନ୍ତର୍ଗତ ଘରେ ଘରେ ପହଞ୍ଚି ବୃହତ ପାଣ୍ଠି ସଂଗ୍ରହ କରାଯାଇଥାଏ । ଏହା ସହିତ ଦାନଦାତାମାନଙ୍କୁ ପ୍ରତିବଦଳରେ ଏକ ସ୍ଲିପ୍ ମଧ୍ୟ ଦିଆଯାଏ ।