Sachin Pilot Reaction: ଆଜାଦଙ୍କ ଇସ୍ତଫାକୁ ନେଇ ବିଷ ଓଗାଳିଲେ ସଚ୍ଚିନ ପାଇଲଟ
Advertisement
Article Detail0/zeeodisha/odisha1321128

Sachin Pilot Reaction: ଆଜାଦଙ୍କ ଇସ୍ତଫାକୁ ନେଇ ବିଷ ଓଗାଳିଲେ ସଚ୍ଚିନ ପାଇଲଟ

Sachin Pilot On Ghulam Nabi: ଗୁଲାମ ନବୀ ଆଜାଦ (Ghulam Nabi Azad) କଂଗ୍ରେସକୁ ଆଉ ଏକ ବଡ ଝଟକା ଦେଇ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) କହିଛନ୍ତି ଯେ, ଇସ୍ତଫା ଓ ଚିଠିର ସମୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ପ୍ରତୀକାତ୍ମକ

Sachin Pilot On Ghulam Nabi: ଦେଶର ସବୁଠୁ ବଡ ବିରୋଧି କଂଗ୍ରେସ (Congress) ଦଳକୁ ଝଟକା ପରେ ଝଟକା ଲିଗି ଚାଲିଛି। ଦଳର ପ୍ରମୁଖ ନେତା ଗୁଲାମ ନବୀ ଆଜାଦ (Ghulam Nabi Azad) କଂଗ୍ରେସକୁ ଆଉ ଏକ ବଡ ଝଟକା ଦେଇ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ତାଙ୍କ ଇସ୍ତଫାକୁ ଦୁର୍ଭାଗ୍ୟଜନକ ବୋଲି କହିଛି। କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) କହିଛନ୍ତି ଯେ, ଇସ୍ତଫା ଓ ଚିଠିର ସମୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ପାର୍ଟିରେ ସମସ୍ତ ପଦବୀରେ ରହିବା ପରେ ଆଜି ତାଙ୍କୁ ଦେଶ ଓ କଂଗ୍ରେସ ଦଳ ପାଇଁ ଆବଶ୍ୟକତା ଥିଲା। ସେ ବିଜେପି ବିରୋଧରେ ଦରଦାମ ବୃଦ୍ଧି, ଦୁର୍ନୀତି ଏବଂ ବେକାରୀ ପ୍ରସଙ୍ଗ ଉଠାଇବା ଉଚିତ୍।

ପାଇଲଟ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ସେପ୍ଟେମ୍ବର ୪ରେ କଂଗ୍ରେସ ଏହି ପ୍ରସଙ୍ଗରେ ଏକ ରାଲି କରୁଛି। ଭାରତ ଯୋଡୋ ଯାତ୍ରା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ସଂଘର୍ଷ କରିବା, ସତ୍ୟକୁ ବଜାୟ ରଖିବା ଏବଂ ବିଜେପିକୁ ସାମ୍ନା କରିବାର ସମୟ ଆସିଥିଲା। ଏପରି ସମୟରେ ଦଳ ଛାଡିବା ଏବଂ ଚିଠିରେ ଲେଖାଯାଇଥିବା ଘଟଣା ଗୁଡ଼ିକ ସତ୍ୟଠାରୁ ବହୁ ଦୂରରେ। ଆଜି କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ମାନେ ଏକାଠି କାମ କରିବାର ଆବଶ୍ୟକତା ରହିଛି।

ସଚିନ ପାଇଲଟ କହିଛନ୍ତି ଯେ, କ୍ଷମତାରେ ଥିବାବେଳେ ଆମେ ଅନେକ ପଦବୀରେ ରହିଛୁ। ଆଜି ଏପରି ସମୟ ଯେତେବେଳେ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟତା ଥିଲା। ହେଲେ ଦୁଃଖ ଲାଗୁଛି ଏପରି ଘଡିସନ୍ଧି ମୁହୂର୍ତ୍ତରେ ଆଜାଦ ସାହେବ ଦଳ ଛାଡିଦେଲେ। ମୁଁ ବୁଝି ପାରୁଛି ଯେ, ସେ ନିଜ ବୁଦ୍ଧିର ଠିକ ଭାବେ ପ୍ରୟୋଗ କରିନାହାନ୍ତି। ଏଥି ସହିତ ସେହି ଭିଡିଓରେ ପାଇଲଟ କହୁଛନ୍ତି ଯେ, ଏଭଳି ସ୍ଥିତିରେ ଆମ ସମସ୍ତଙ୍କୁ ଦଳର ସିପାହୀ ଭାବେ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ।

କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ କହିଛନ୍ତି ଯେ, 'ଜିଏନଏ' (ଗୁଲାମ ନବୀ ଆଜାଦ)ଙ୍କର ଡିଏନଏ ମୋଦି ମୟ ହୋଇଯାଛି। ସେ କହିଛନ୍ତି ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏପରି ପଦକ୍ଷେପ ନେଇଛନ୍ତି, ଯେଉଁ ସମୟରେ କଂଗ୍ରେସ ଦରବୃଦ୍ଧି, ବେକାରୀ ଏବଂ ଧୃବିକରଣ ବିରୋଧରେ ଲଢୁଛି ଓ ସେ ଇସ୍ତଫା ପତ୍ରରେ କୁହିଥିବା କଥା ଆଦୌଁ ସତ୍ୟ ନୁହେଁ। ତାଙ୍କର ସମୟ ମଧ୍ୟ ଠିକ୍ ନାହିଁ।

ଜୟରାମ ରମେଶ କହିଛନ୍ତି, ଯେଉଁ ବ୍ୟକ୍ତିଙ୍କୁ କଂଗ୍ରେସ ନେତୃତ୍ୱ ଅଧିକ ସମ୍ମାନ କରୁଥିଲେ, ସେହି ବ୍ୟକ୍ତି କଂଗ୍ରେସ ନେତୃତ୍ୱ ଉପରେ ବ୍ୟକ୍ତିଗତ ଆକ୍ରମଣ କରି ନିଜର ପ୍ରକୃତ ଚରିତ୍ର ପ୍ରଦର୍ଶନ କରିଛନ୍ତି। ସଂସଦରେ ପ୍ରଥମେ ମୋଦିଙ୍କ ଲୁହ, ତା’ପରେ ପଦ୍ମଭୂଷଣ, ତା’ପରେ ଗୃହ ସମ୍ପ୍ରସାରଣ। ଏହା କୌଣସି ସଂଯୋଗ ନୁହେଁ, ଏହା ସମ୍ପୂର୍ଣ୍ଣ ସହଯୋଗ।