Sura Routray: ସୁରଙ୍କୁ କଂଗ୍ରେସ ଶୃଙ୍ଖଳା କମିଟିର ନୋଟିସ
Advertisement
Article Detail0/zeeodisha/odisha2193985

Sura Routray: ସୁରଙ୍କୁ କଂଗ୍ରେସ ଶୃଙ୍ଖଳା କମିଟିର ନୋଟିସ

ଭୁବନେଶ୍ୱର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ କଂଗ୍ରେସ ଶୃଙ୍ଖଳା କମିଟିର ନୋଟିସ ଜାରି। ନିକଟରେ ଏକ ପାର୍କରେ ସୁରଙ୍କ ସାନ ପୁଅ ତଥା ବିଜେଡ଼ିର ଭୁବନେଶ୍ୱର ସଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଫଳରେ ଏହାକୁ ନେଇ ନୋଟିସ ଜାରି କରିଛି କଂଗ୍ରେସ

Sura Routray: ସୁରଙ୍କୁ କଂଗ୍ରେସ ଶୃଙ୍ଖଳା କମିଟିର ନୋଟିସ

Sura Routray: ଭୁବନେଶ୍ୱର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ କଂଗ୍ରେସ ଶୃଙ୍ଖଳା କମିଟିର ନୋଟିସ ଜାରି। ନିକଟରେ ଏକ ପାର୍କରେ ସୁରଙ୍କ ସାନ ପୁଅ ତଥା ବିଜେଡ଼ିର ଭୁବନେଶ୍ୱର ସଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଫଳରେ ଏହାକୁ ନେଇ ନୋଟିସ ଜାରି କରିଛି କଂଗ୍ରେସ ଶୃଙ୍ଖଳା କମିଟି। କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଏହି ନୋଟିସ ଜାରି କରିଛନ୍ତି।

ଦଳ ବିରୋଧୀ କାର୍ଯ୍ୟ ପାଇଁ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯିବ ନାହିଁ ବୋଲି ସେ ସମ୍ପର୍କରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ନୋଟିସ ମାଧ୍ୟମରେ କୁହାଯାଇଛି। ଉଲ୍ଲେଖ ଯୋଗ୍ୟ ଏହା ପୂର୍ବରୁ ରାଜ୍ୟ କଂଗ୍ରେସ ମଧ୍ୟ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।