ଡାଇଭର୍ଟ ହେବ Bharat Jodo Yatra! ଅଧା ବାଟରୁ ଏହି ରାଜ୍ୟକୁ ଡିଆଁ ମାରିବେ କି ରାହୁଲ ଗାନ୍ଧି?
Advertisement
Article Detail0/zeeodisha/odisha1400003

ଡାଇଭର୍ଟ ହେବ Bharat Jodo Yatra! ଅଧା ବାଟରୁ ଏହି ରାଜ୍ୟକୁ ଡିଆଁ ମାରିବେ କି ରାହୁଲ ଗାନ୍ଧି?

Bharat Jodo Yatra: ରାହୁଲ ଗାନ୍ଧି, ଭାରତ ଯୋଡ ଯାତ୍ରାକୁ ବନ୍ଦ କରି ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ଉପରେ ଧ୍ୟାନ ଦେବା ଉଚିତ୍। ସୋମବାର କଂଗ୍ରେସ ସାଂସଦ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ ସାର୍ଦିନା ଏହା କହିଛନ୍ତି। ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହେବ। 

ଡାଇଭର୍ଟ ହେବ Bharat Jodo Yatra! ଅଧା ବାଟରୁ ଏହି ରାଜ୍ୟକୁ ଡିଆଁ ମାରିବେ କି ରାହୁଲ ଗାନ୍ଧି?

Bharat Jodo Yatra, ନୂଆଦିଲ୍ଲୀ: ଅଧା ବାଟରୁ ଡାଇଭର୍ଟ ହୋଇପାରେ କଂଗ୍ରେସର ଭାରତ ଯୋଡ ଯାତ୍ରା। ଏହାର ହିଣ୍ଟ ଦେଇଛନ୍ତି କଂଗ୍ରେସ ସାଂସଦ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ ସାର୍ଦିନା। ଦକ୍ଷିଣ ଛାଡି ଉତ୍ତର ଉପରେ ଧ୍ୟାନ ଦେବାକୁ ରାହୁଲ ଗାନ୍ଧିଙ୍କୁ ଦଳୀୟ ସାସଂଦ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ଯୋଡ ଯାତ୍ରା ଛାଡି ରାହୁଲ ଗାନ୍ଧି, ଗୁଜରାଟ ଓ ହିମାଚଳ ନିର୍ବାଚନ ଉପରେ ଫକୋସ କରିବା ଉଚିତ୍। ତେବେ କଂଗ୍ରେସ ଏହାକୁ କିପରି ଗୁରୁତର ଭାବେ ନେଉଛି ତାହା ଦେଖିବାକୁ ବାକି ରହିଲା।

ସୋମବାର କଂଗ୍ରେସ ସାଂସଦ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ ସାର୍ଦିନା  କହିଛନ୍ତି ଯେ, ରାହୁଲ ଗାନ୍ଧି, ଭାରତ ଯୋଡ ଯାତ୍ରାକୁ ବନ୍ଦ କରି ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ଉପରେ ଧ୍ୟାନ ଦେବା ଉଚିତ୍। ସେ ଦାବି କରିଛନ୍ତି ଯେ, କଂଗ୍ରେସ ହେଉଛି ଏକମାତ୍ର ଦଳ ଯାହା ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିପାରିବ। କଂଗ୍ରେସ ପାଇଁ ଭାରତ ଯୋଡ ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଦ୍ୱାରା ଦଳ ତୃଣମୂଳ ସ୍ତରରେ ସୁଦୃଢ ହେବ। ରାହୁଲ ଗାନ୍ଧୀ ଏକ ଚମତ୍କାର କାର୍ଯ୍ୟ କରିଛନ୍ତି, କିନ୍ତୁ ବର୍ତ୍ତମାନ ସେ ଭାରତ ଯୋଡ ଯାତ୍ରା ତୁରନ୍ତ ବନ୍ଦ କରି ହିମାଚଳ ଏବଂ ଗୁଜରାଟ ଯିବାର ଆବଶ୍ୟକତା ଅଛି।

Also Read: ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସ-ଏନସିପି ଓ ଉଦ୍ଧବ ଶିବସେନାର ବୃହତ ବିଜୟ, ବିଜେପିକୁ ବଡ଼ ଝଟକା

ସାର୍ଦିନା ଦକ୍ଷିଣ ଗୋଆର ଲୋକସଭା ସଦସ୍ୟ ଅଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ପରେ ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସଭାପତି ପଦ ପାଇଁ ମତଦାନ ହୋଇଛି। ଏହି ଅବସରରେ ପାନଜୀରେ କଂଗ୍ରେସ ସାଂସଦ କହିଛନ୍ତି ଯେ, କଂଗ୍ରେସ ଏକମାତ୍ର ଦଳ ଯାହା ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରିବ ଏବଂ ଏହାକୁ ପରାସ୍ତ କରିପାରିବ। କଂଗ୍ରେସର ଭେଟେରାନ ମଲ୍ଲିକାର୍ଜୁନ ଖାଡଗେଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚନ ଜିତାଇବା ପାଇଁ ଶଶି ଥରୁରଙ୍କୁ ଓହରି ଯିବାର ଥିଲା। ଗୋଆର ନବେ ପ୍ରତିଶତ କଂଗ୍ରେସ କର୍ମୀ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଭୋଟ୍ ଦେଇଛନ୍ତି ବୋଲି କଂଗ୍ରେସ ସାଂସଦ ଦାବି କରିଛନ୍ତି।

ବିଜେପି ବିରୋଧରେ ଏକ ଗଣ ସମର୍ଥନ ଜୁଟାଇବା ଓ କଂଗ୍ରେସକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ରାହୁଲ ଗାନ୍ଧୀ, ଭାରତ ଯୋଡ ଯାତ୍ରା ଆରମ୍ଭ କରିଛି। ଏହା ସେପ୍ଟେମ୍ବର ୭ରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଛି। ୧୫୦ ଦିନରେ ୩୫୭୦ କିଲୋମିଟର ଦୂରତା ଅତିକ୍ରମ କରିବାପରେ ଜାମ୍ମୁ କାଶ୍ମୀରରେ ଭାରତ ଯୋଡ ଯାତ୍ରା ଶେଷ ହେବ। ଏହି ଯାତ୍ରାକୁ ଆଗେଇ ନେଉଥିବା ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ଚାରିଟି ରାଜ୍ୟ- ତାମିଲନାଡୁ, କେରଳ ଏବଂ ଆନ୍ଧ୍ରପ୍ରଦେଶ କଭର କରିବା ପରେ ଏବେ କର୍ଣ୍ଣାଟକରେ ଅଛନ୍ତି। ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ଏବଂ ଡିସେମ୍ବର ୮ରେ ଫଳାଫଳ ଘୋଷଣା କରାଯିବ। ଏହାରି ମଧ୍ୟରେ ଗୁଜରାଟ ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇପାରେ।