Naveen Patnaik: କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟାଖ୍ୟାତ! ହିଞ୍ଜିଳିରେ ବି କମ୍‍ ମାର୍ଜିନ
Advertisement
Article Detail0/zeeodisha/odisha2278446

Naveen Patnaik: କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟାଖ୍ୟାତ! ହିଞ୍ଜିଳିରେ ବି କମ୍‍ ମାର୍ଜିନ

ଏଥର ନବୀନ ତାଙ୍କ ପ୍ରାଥମିକ ଆସନ ହିଞ୍ଜିଳିରେ ମଧ୍ୟ କଡ଼ା ମୁକାବିଲାର ଶିକାର ହେଉଛନ୍ତି। ଏଯାଏ ମାତ୍ର ୩୮୩୪ ଖଣ୍ଡ ଭୋଟ ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି। ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର। ସେ ୨୬୭୧ ଭୋଟ ପାଇଥିବା ବେଳେ ନବୀନ ତାଙ୍କଠାରୁ ମାତ୍ର ୧୧୬୩ ଭୋଟ ଅଧିକ ପାଇଛନ୍ତି। 

Naveen Patnaik: କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟାଖ୍ୟାତ! ହିଞ୍ଜିଳିରେ ବି କମ୍‍ ମାର୍ଜିନ

Naveen Patnaik: ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ପଛରେ ପକାଇଛନ୍ତି ବିଜେପି ପ୍ରାର୍ଥୀ। ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ତଳୀ ଭାବେ ପରିଚିତ କଣ୍ଟାବାଞ୍ଜିରେ ନବାଗତ ଲକ୍ଷ୍ମଣ ବାଗଙ୍କୁ  ଲୋକଙ୍କ ସମର୍ଥନ ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବବିହୀନ କରିଥିବା ଚର୍ଚ୍ଚା ହେଉଛି। 

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯେଉଁ ଆସନରୁ ଅତୀତରେ ପ୍ରାର୍ଥୀ ହୋଇଛନ୍ତି ସାଠାରେ ଜିତିଛନ୍ତି। ଏଥର ପଶ୍ଚିମାଞ୍ଚଳ ଗଡ଼କୁ ସୁରକ୍ଷିତ ରଖିବା ଲାଗି ଦଳ ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରିସ୍ଥିତି ଏଲଏପରି ହୋଇଛି ଯେ ତାଙ୍କୁ ବି ପରାଜୟ ଆଡ଼କୁ ମୁହାଇଁବାକୁ ପଡ଼ିଛି। 
ଏଠାରେ ପୂର୍ବରୁ ବିଧାୟକ ଭାବେ ପରିଚିତ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା। ସେ ଏବେ ତୃତୀୟ ସ୍ଥାନରେ ରହିଛନ୍ତି। 

ଲକ୍ଷ୍ମଣ ବାଗ ୯୧୪୨ ଖଣ୍ଡ ଭୋଟ ପାଇଛନ୍ତି ଯାହା ନବୀନ ପଟ୍ଟନାୟକଙ୍କ ଭୋଟଠାରୁ ୧୧୫୮ଟି ଭୋଟ ଅଧିକ।  ଏହି ଟ୍ରେଣ୍ଡ ଜାରି ରହିଲେ ମୁଖ୍ୟମନ୍ତ୍ରୀଙ୍କୁ ବି ପ୍ରତ୍ୟାଖ୍ୟାନ କରିବେ କଣ୍ଟାବାଞ୍ଜିବାସୀ। ୨୦୧୯ ନିର୍ବାଚନରେ ବିଜେପୁରରୁ ନବୀନ ପ୍ରାର୍ଥୀ ହୋଇ ଜିତିଥିଲେ। 

ଏଥର ନବୀନ ତାଙ୍କ ପ୍ରାଥମିକ ଆସନ ହିଞ୍ଜିଳିରେ ମଧ୍ୟ କଡ଼ା ମୁକାବିଲାର ଶିକାର ହେଉଛନ୍ତି। ଏଯାଏ ମାତ୍ର ୩୮୩୪ ଖଣ୍ଡ ଭୋଟ ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି। ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର। ସେ ୨୬୭୧ ଭୋଟ ପାଇଥିବା ବେଳେ ନବୀନ ତାଙ୍କଠାରୁ ମାତ୍ର ୧୧୬୩ ଭୋଟ ଅଧିକ ପାଇଛନ୍ତି। ପୂର୍ବଥର ଏଠାରେ ନବୀନ ୯୪ ହଜାର ରୁ ଅଧିକ ଭୋଟ ପାଇଥିଲେ। ତାଙକ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ପୀତାରମ୍ବରଙ୍କୁ ୩୪ ହଜାରରୁ କମ୍‍ ଭୋଟ ମିଳିଥିଲା।