Brajrajnagar Assembly Bypoll: ପ୍ରଚାର ମଇଦାନକୁ ଆସିଲେନି ନବୀନ, କେନ୍ଦ୍ରମନ୍ତ୍ରୀଙ୍କର ବି ପଡିଲାନି ପାଦ
Advertisement
Article Detail0/zeeodisha/odisha1202198

Brajrajnagar Assembly Bypoll: ପ୍ରଚାର ମଇଦାନକୁ ଆସିଲେନି ନବୀନ, କେନ୍ଦ୍ରମନ୍ତ୍ରୀଙ୍କର ବି ପଡିଲାନି ପାଦ

ବ୍ରଜରାଜନଗରରେ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରତ୍ୟେକେ ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଥିଲେ। କିନ୍ତୁ ଭୋଟ ପଡିବାକୁ ଆସିଲାଣି, ତଥାପି ବ୍ରଜରାଜନଗରେ ଅନେକ ଷ୍ଟାର ପ୍ରଚାରକଙ୍କ ପାଦ ପଡିଲାନାହିଁ। 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ରାତି ପାହିଲେ ବ୍ରଜରାଜନଗରରେ ବିଧାନସଭା ସିଟ ପାଇଁ ଉପନିର୍ବାନ ହେବ। ରବିବାର ଠାରୁ ଏଠାରେ ପ୍ରଚାର ବନ୍ଦ ହୋଇଛି। କିନ୍ତୁ ଏଥର ଅନେକ ଷ୍ଟାର୍ ପ୍ରଚାରକୁ ମଇଦାନରେ ଦେଖିବାକୁ ମିଳିନାହିଁ। ବିଜେଡିର ୪୦ ଜଣିଆ ତାରକା ପ୍ରଚାରକ ତାଲିକାର ଶୀର୍ଷରେ ଥିବା ଦଳୀୟ ମୁଖ୍ୟ ନବନୀ ପଟ୍ଟନାୟକ ବ୍ରଜରାଜନଗରେ ପାଦପକାଇନାହାନ୍ତି। କେବଳ ବିଜେଡି ନୁହଁ ବିଜେପି ଓ କଂଗ୍ରେସର ପ୍ରଚାରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହା ତିନି ଦଳର ଓଭର କନଫିଡେନ୍ସ ନା ପରାଜୟ ଭୟର ଲକ୍ଷଣ ତାହାକୁ ନେଇ ପ୍ରଶ୍ନ ଉଠିଛି।

ବ୍ରଜରାଜନଗରରେ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରତ୍ୟେକେ ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଥିଲେ। କିନ୍ତୁ ଭୋଟ ପଡିବାକୁ ଆସିଲାଣି, ତଥାପି ବ୍ରଜରାଜନଗରେ ଅନେକ ଷ୍ଟାର ପ୍ରଚାରକଙ୍କ ପାଦ ପଡିଲାନାହିଁ। ଷ୍ଟାର ପ୍ରଚାରକ ଲିଷ୍ଟରେ ନାଁ ତ ଥିଲା, କିନ୍ତୁ ନିର୍ବାଚନ ମଇଦାନରେ ପ୍ରମୁଖ ତିନି ଦଳର ମନ୍ତ୍ରୀ, ସାଂସଦ, ବିଧାୟକ ତଥା ଅନେକ ଟାଣୁଆ ନେତାଙ୍କୁ ମୁହଁ ଦେଖିବାକୁ ମିଳିଲା ନାହିଁ। କାର୍ଯ୍ୟବ୍ୟସ୍ତତା ହେଉ କିମ୍ବା ଅନ୍ୟ କୌଣସି କାରଣରୁ ନେତାମାନେ ବ୍ରଜରାଜନଗରଠାରୁ ଦୂରେଇ ରହିଲେ। ତେବେ ଏହା ନିଶ୍ଚିତ ଭାବରେ ଦଳୀୟ ପ୍ରାର୍ଥୀଙ୍କ ମନବଳ ଉପରେ ପ୍ରଭାବ ପକାଇଥିବ।

fallback

ଶାସକ ବିଜେଡି ବ୍ରଜରାଜନଗରବାସୀଙ୍କ ଅନୁକମ୍ପା ଭୋଟ ହାତେଇବାକୁ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ତାଙ୍କୁ ଉପନିର୍ବାଚନରେ ଜିତାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛି। ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଷ୍ଟାର ପ୍ରଚାରକ ମଧ୍ୟ କରାଗଲା। କିନ୍ତୁ ନିର୍ବାଚନ ପ୍ରଚାର ଶେଷହେବାର ଶେଷ ଦିନ ପର୍ଯ୍ୟନ୍ତ ତାଙ୍କର ଦେଖା ମିଳିଲା ନାହିଁ। ସେ ପ୍ରଥମ ଥର ପାଇଁ କୌଣସି ଉପନିର୍ବାଚନ ପ୍ରଚାରକୁ ଯାଇନଥିବା କୁହାଯାଉଛି। ପିପିଲି ହେଉ କିମ୍ବା ତିର୍ତୋଲ ଉପନିର୍ବାଚନରେ ନବୀନ ପଟ୍ଟନାୟକ ସୁବୁଥିରେ ନିଜେ ସେଠାକୁ ଯାଇ କିମ୍ବା ଭର୍ଚ୍ଚୁଆଲ ମାଧ୍ୟମରେ ଭୋଟରଙ୍କୁ ସମ୍ବୋଧନ କରିଛନ୍ତି। କିନ୍ତୁ ବ୍ରଜରାଜ ନଗରରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଛି।

ଷ୍ଟାର ପ୍ରଚାରକ କ୍ଷେତ୍ରରେ ବିଜେଡି ଭଳି ବିଜେପିରେ ମଧ୍ୟ ସମାନ ସ୍ଥିତି ରହିଛି। ବ୍ରଜରାଜନଗର ଉପନିର୍ବାଚନର ପ୍ରଚାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିଜେପି ରବିବାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିଲା। ସେଥିରେ ୫ କେନ୍ଦ୍ର ମନ୍ତ୍ରୀଙ୍କ ସହ ଅନେକ ବରିଷ୍ଠ ନେତା ଥିଲେ। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ (Piyush Goyal), କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan), କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ପ୍ରମୂଖ ଥିଲେ।

 

ସଂସଦ ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ, ସମ୍ବିତ ପାତ୍ର, ଓ ବୈଜୟନ୍ତ ପଣ୍ଡା ମଧ୍ୟ ବିଜେପି ପାର୍ଥୀ ରାଧାରଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବାର ଥିଲା। ଏପରି କି ରାଜ୍ୟ ବାହାରୁ ମଧ୍ୟ ଅନେକ ବରିଷ୍ଠ ବିଜେପି ନେତା ବ୍ରଜରାଜନଗର ଆସି ନିଜ ଦଳୀୟ ପାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥାନ୍ତେ। କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କିଛି ହାତଗତଣି ନେତାଙ୍କୁ ଛାଡିଦେଲେ ଆଉ କିଏ ପ୍ରଚାର ପାଇଁ ଆସିଲେ ନାହିଁ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବ୍ୟତୀତ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଲା ନାହିଁ ବୋଲି ଭୋଟର କହିଛନ୍ତି।

fallback

ସେହିପରି ଲଗାତର ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବା କଂଗ୍ରେସ ପୁଣି ଥରେ ନିର୍ବାଚନ ପୂର୍ବରୁ ହାର ମାନିଥିବା ଭଳି ଲାଗୁଛି। ଦଳ କିଶୋର ଚନ୍ଦ୍ର ପଟେଲଙ୍କୁ ପ୍ରାର୍ଥୀ କରି ବ୍ରଜରାଜନଗର ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ତାଙ୍କ ପାଇଁ କେଉଁ ଚିହ୍ନା ଚେହେରା ଭୋଟ ମାଗିବାକୁ ଆସିଲା, କିଏ ଗଲା ତାହା ବ୍ରଜରାଜନଗରର ଭୋଟର ଜାଣିପାରିଲେ ନାହିଁ। ବିଜେଡି ଓ ବିଜେପି ପରି କଂଗ୍ରେସ ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିଲା। ଏଥିରେ ଓଡିଶା ଦାୟିତ୍ୱରେ ଥିବା ଏ ଚେଲ୍ଲାକୁମାର, ତତ୍କାଳୀନ ରାଜ୍ୟ ମୁଖିଆ ନିରଞ୍ଜନ ପଟ୍ଟନାୟକ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ କହ୍ନେୟା କୁମାର ଥିଲେ। କିନ୍ତୁ ଦଳିୟ କନ୍ଦଳ ଭିତରେ ବୁଡିଥିବା କଂଗ୍ରେସ ଦିଲ୍ଲୀରେ ଡେରା ପକାଇ ବ୍ରଜରାଜନଗରକୁ ଭୁଲିଗଲା ଭଳି ମନେହେଉଛି। ରାଜ୍ୟ ବାହାରୁ ପ୍ରଚାରକ ଆସିବା ତ ଦୂରର କଥା ରାଜ୍ୟ ଭିତରେ ଥିବା ଦଳୀୟ ତୁଙ୍ଗ ନେତା ବ୍ରଜରାଜନଗର ଗଲେ ନାହିଁ।