Lok Sabha Election 2024: ଲୋକସଭା ନିର୍ବାଚନ ପୂର୍ବରୁ ଆଉ ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଲା ବିଜେପି
Advertisement

Lok Sabha Election 2024: ଲୋକସଭା ନିର୍ବାଚନ ପୂର୍ବରୁ ଆଉ ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଲା ବିଜେପି

BJP Strategy for Lok Sabha Election 2024:  ରାମ ମନ୍ଦିର ପରେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆଉ ଏକ ଜବରଦସ୍ତ ମାଷ୍ଟରଷ୍ଟ୍ରୋକ୍ ଖେଳିଛି ବିଜେପି।

Lok Sabha Election 2024: ଲୋକସଭା ନିର୍ବାଚନ ପୂର୍ବରୁ ଆଉ ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଲା ବିଜେପି

BJP Masterstroke for 2024 Election: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ ଅନ୍ୟ ଏକ ମାଷ୍ଟରଷ୍ଟ୍ରକ୍ ଖେଳିଛି କେନ୍ଦ୍ରରେ କ୍ଷମତାସୀନ ବିଜେପି। ପ୍ରଥମେ ରାମ ମନ୍ଦିର ଉଦଘାଟିତ ହୋଇସାରିବା ପରେ ଆଉ ଏକ ମାଷ୍ଟରଷ୍ଟ୍ରକ୍ ଖେଳିବାକୁ ଯାଉଛି ବିଜେପି। ଏନେଇ ମିଳିଥିବା ଖବର ଅନୁସାରେ ନାଗରିକତା ସଂଶୋଧନ ଆଇନ ଅର୍ଥାତ ସିଏଏ ଉପରେ ଖୁବ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ ଦାବି କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତ୍ୱ ସଂଶୋଧନ ଅଧିନିୟମ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇପାରେ। 

ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ନିୟମାବଳୀ ଜାରି କରିପାରନ୍ତି। ଯଦି ଏପରି ହୁଏ ତାହେଲେ ସିଏଏ ଲାଗୁ କରିବାକୁ ନେଇ ଲାଗି ରହିଥିବା ସନ୍ଦେହ ଦୂର ହୋଇଯିବ। କାରଣ ଲୋକସଭା ନିର୍ବାଚନ ପୂର୍ବରୁ ନାଁ ପରେ ସିଏଏ ସମ୍ପର୍କିତ ଆଇନ ଆସିବ ନା ନାହିଁ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ଯଦି ସିଏଏ ଲାଗୁ ହୋଇଯାଏ ତାହେଲେ ଏହି ଆଇନ ଅଧିନରେ ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଠାରୁ ନିର୍ଯାତିତ ହୋଇ ଭାରତ ଆସିଥିବା ଅଣ-ମୁସଲମାନ ପ୍ରବାସୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ସେହି ଲୋକଙ୍କୁ ନାଗରିକତା ମିଳିବ ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତ ଆସିଥିଲେ।

୨୦୨୪ ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପୂର୍ବରୁ ନିଆଯାଇପାରେ ନିଷ୍ପତ୍ତି
ମଙ୍ଗଳବାର ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପୂର୍ବରୁ କେନ୍ଦ୍ର ସରକାର ସିଏଏ ସମ୍ପର୍କିତ ନିୟମ ଜାରି କରିପାରନ୍ତି। ଏହାକୁ କେନ୍ଦ୍ର ସରକାରଙ୍କ ଭାରତୀୟ ନାଗରିକତା ପ୍ରଦାନ କରିବା ପ୍ରସଙ୍ଗରେ ଏକ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ବିଗତ କିଛି ସିଏଏ ପ୍ରସଙ୍ଗରେ ଅନେକ ଚର୍ଚ୍ଚା ଲାଗି ରହିଛି। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହି ସାରିଛନ୍ତି ଯେ ନାଗରିକତା ସଂଶୋଧନ ଅଧିନିୟମକୁ କାର୍ଯ୍ୟକାରୀ କରିବାକୁ କେହି ଅଟକାଇ ପାରିବେ ନାହିଁ। କାରଣ ଏହା ହେଉଛି ଦେଶର ଆଇନ। କେବଳ ସେତିକି ନୁହେଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଏଏ ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ।

ଅମିତ ଶାହା କ'ଣ କହିଥିଲେ?
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ ସିଏଏ ହେଉଛି ଦେଶର ଆଇନ। ନାଗରିକତ୍ୱ ସଂଶୋଧନ ଅଧିନିୟମ ଲାଗୁ କରିବାକୁ କେହି ଅଟକାଇ ପାରିବେ ନାହିଁ। ଏହା ହେଉଛି ଆମ ଦଳର ପ୍ରତିବଦ୍ଧତା। ପୂର୍ବରୁ ବିରୋଧି ଦଳଙ୍କୁ ଲୋକଙ୍କୁ ନାଗରିକତା ସଂଶୋଧନ ଆଇନ ସମ୍ବନ୍ଧରେ ବିଭ୍ରାନ୍ତ କରୁଥିବାର ଅଭିଯୋଗ କରିଥିଲେ। ଆପଣଙ୍କୁ କହିରଖୁଛୁ ଯେ ନାଗରିକତ୍ୱ ସଂଶୋଧନ ଆଇନର ମୂଳ ଲକ୍ଷ୍ୟ ହେଉଛି ଭାରତ ବର୍ଷର ୩ ନିକଟତମ ପଡ଼ୋଶୀ ମୁସଲିମ ବହୁଳ ଦେଶର ଅଣ-ମୁସଲମାନ ପ୍ରବାସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ନିୟମକୁ ସରଳୀକରଣ କରିବା।

ନାଗରିକତା ସଂଶୋଧନ ଆଇନ କ'ଣ?
ଗତ ୨୦୧୯ ବର୍ଷରେ ଦେଶର ସଂସଦରେ ପାରିତ ହୋଇଥିଲା ନାଗରିକତା ସଂଶୋଧନ ଆଇନ। ଯେଉଁ ଆଇନ ବଳରେ ୩ ନିକଟତମ ପଡ଼ୋଶୀ ମୁସଲିମ ବହୁଳ ଦେଶ ଯଥା ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନ ଠାରୁ ନିର୍ଯାତିତ ହୋଇ ଭାରତ ପଳାଇ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଧର୍ମର ପ୍ରବାସୀଙ୍କୁ ପାଇଁ ଭାରକୀୟ ନାଗରିକତା ପ୍ରଦାନ। ନାଗରିକତା ସଂଶୋଧନ ଆଇନ ମାଧ୍ୟମରେ ଅଣ-ମୁସଲମାନ ପ୍ରବାସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ନିୟମକୁ ପୂର୍ବ ଅପେକ୍ଷା ଆହୁରି ଅଧିକ ସରଳ କରାଯାଇଛି। ଏହା ପୂର୍ବରୁ ଭାରତୀୟ ନାଗରିକତା ହାସଲ କରିବା ପାଇଁ ଦେଶରେ ଅତି କମରେ ୧୧ ବର୍ଷ ରହିବା ବାଧ୍ୟତାମୂଳକ ରହିଥିଲା। ହେଲେ ଏହି ନିୟମକୁ ସରଳ କରି ନାଗରିକତ୍ୱ ହାସଲ କରିବାର ଅବଧି ୧ ବର୍ଷରୁ ୬ ବର୍ଷକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ଏହି ତିନୋଟି ଦେଶରୁ ଉପରୋକ୍ତ ୬ ଧର୍ମର ଲୋକ ଯେଉଁମାନେ ଭାରତ ବର୍ଷରୁ ପଳାଇ ଆସି ଏଠାରେ ବସବାସ କରୁଛନ୍ତି ସେମାନେ ଭାରତୀୟ ନାଗରିକତା ପାଇବାକୁ ସକ୍ଷମ ହେବ।