Tripura Assembly Election 2023: ୪୮ ଆସନରେ ବିଜେପି ଏବଂ ୧୭ ଆସନରେ ପ୍ରାର୍ଥୀ ଘୋଷଣ କଲା କଂଗ୍ରେସ
Advertisement

Tripura Assembly Election 2023: ୪୮ ଆସନରେ ବିଜେପି ଏବଂ ୧୭ ଆସନରେ ପ୍ରାର୍ଥୀ ଘୋଷଣ କଲା କଂଗ୍ରେସ

Tripura Election 2023: ମୋଟ ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ଲାଗି ଫେବୃଆରୀ ୧୬ ତାରିଖରେ ଅନୁଷ୍ଠିତ ହେବ ମତଦାନ। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୩୦ ଜାନୁଆରୀ। ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ।

Tripura Assembly Election 2023: ୪୮ ଆସନରେ ବିଜେପି ଏବଂ ୧୭ ଆସନରେ ପ୍ରାର୍ଥୀ ଘୋଷଣ କଲା କଂଗ୍ରେସ

BJP Congress Declared Candidate For Tripura Election 2023: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେପି-କଂଗ୍ରେସ। ଏ ପର୍ଯ୍ୟନ୍ତ ବିଜେପି ୪୮ ଏବଂ କଂଗ୍ରେସ ୧୭ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି।

ମୋଟ ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ଲାଗି ଫେବୃଆରୀ ୧୬ ତାରିଖରେ ଅନୁଷ୍ଠିତ ହେବ ମତଦାନ। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୩୦ ଜାନୁଆରୀ। ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ। ଗତ  ୨୦୧୮ ତ୍ରିପୁରା ବିଧାନସଭା ନିର୍ବାଚନରେ ସିପିଏମ ନେତୃତ୍ୱାଧିନ ବାମମେଣ୍ଟକୁ ପରାସ୍ତ କରି ବିଜେପି ରାଜ୍ୟରେ ପ୍ରଥମ ଲାଗି ସରକାର ଗଠନ କରିଥିଲା। ଗତ ୧୯୯୩ ମସିହାରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟରେ ୨୫ ବର୍ଷ ଧରି କ୍ଷମତାସୀନ ରହିଥିଲା ସିପିଏମ ନେତୃତ୍ୱାଧିନ ବାମମେଣ୍ଟ।

ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବାକୁ ଗୁରୁବାର ବିଜେପି ମୁଖ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁ ବୈଠକରେ ବରିଷ୍ଠ ବିଜେପି ନେତା ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ବୈଠକରେ ୪୮ ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଥିଲା।

ବିଜେପି ନେତା ତଥା ବର୍ତ୍ତମାନର ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ଟାଉନ ବାର୍ଦୋୱାଲି ଆସନ ପ୍ରାର୍ଥୀ ହୋଇଥିବା ବେଳେ, କେନ୍ଦ୍ରମନ୍ତ୍ରୀ ପ୍ରତୀମା ଭୌମିକ ଧନପାଟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମୁଖ୍ୟମନ୍ତ୍ରୀ ଶାହ ଗତ ୨୦୧୬ ବର୍ଷରେ କଂଗ୍ରେସ ଛାଡି ବିଜେପି ହାତ ଧରିଥିଲେ। ଗତ ୨୦୨୦ ବର୍ଷରେ ତ୍ରିପୁରା ବିଜେପି ସଭାପତି ହୋଇଥିଲେ ମାଣିକ ଶାହ। ଗତ ବର୍ଷ ବିପ୍ଲବ ଦେବଙ୍କୁ ହଟାଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ ମାଣିକ ଶାହଙ୍କୁ ତ୍ରିପୁରା ମୁଖ୍ୟମନ୍ତ୍ରୀ କରିଥିଲେ।

Also Read: Tripura Election 2023: ବାମ ମେଣ୍ଟ-କଂଗ୍ରେସ ମଧ୍ୟରେ ଫସିଲା ସିଟ୍ ପେଞ୍ଚ, କଂଗ୍ରେସ-ସିପିଏମ ମଧ୍ୟରେ ହେଲା ଆସନ ବଣ୍ଟା

ଅନ୍ୟପଟେ ପଶ୍ଚିମ ତ୍ରିପୁରା ଲୋକସଭା ଆସନର ସାଂସଦ ତଥା ପ୍ରତିମା ଭୌମିକ ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ  ତ୍ରିପୁରା ରାଜ୍ୟର ପ୍ରଥମ କେନ୍ଦ୍ର ମନ୍ତ୍ରୀ ଏବଂ ପୂର୍ବୋତ୍ତର ଭାରତର ଦ୍ୱିତୀୟ ମହିଳା କେନ୍ଦ୍ରମନ୍ତ୍ରୀ। ତାଙ୍କୁ ୨୦୧୬ ଜାନୁଆରୀରେ ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଦଳରେ ମହାସଚିବ ରୂପେ ସାମିଲ କରାଯାଇଥିଲେ।

କଂଗ୍ରେସ  ଟାଉନ ବାର୍ଦୋୱାଲି ଆସନରେ ଆଶିଷ କୁମାରଙ୍କୁ  ମୁଖ୍ୟମନ୍ତ୍ରୀ ମାଣିକ ଶାହଙ୍କ ବିରୋଧରେ ପ୍ରାର୍ଥୀା କରିଛି। ଏହି ନିର୍ବାଚନମଣ୍ଡଳୀରେ କଡ଼ା ମୁକାବିଲା ଦେଖିବାରୁ ମିଳିପାରେ। ଦଳ ଏପର୍ଯ୍ୟନ୍ତ ୧୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସୁଦୀପ ରୟ ବର୍ମନ ଅଗରତାଲା ଆସନରୁ ପ୍ରତିଦ୍ୱନ୍ଦ୍ୱିତା