Bihar Floor Test: ବହୁମତ ପରୀକ୍ଷାରେ ପାସ୍ ହେଲେ ନୀତିଶ କୁମାର; ଜାଣନ୍ତୁ ମିଳିଲା କେତେ ଭୋଟ?
Advertisement
Article Detail0/zeeodisha/odisha2107242

Bihar Floor Test: ବହୁମତ ପରୀକ୍ଷାରେ ପାସ୍ ହେଲେ ନୀତିଶ କୁମାର; ଜାଣନ୍ତୁ ମିଳିଲା କେତେ ଭୋଟ?

Bihar Assembly Trust Vote: ସୋମବାର ବିହାର ବିଧାନସଭାରେ ଅନୁଷ୍ଠିତ ହୋଇଥିବା ଆସ୍ଥାଭୋଟ୍ ରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଆସ୍ଥା ଭୋଟ୍ ପ୍ରସ୍ତାବ ସପକ୍ଷରେ ସରକାରଙ୍କୁ ୧୨୯ ବିଧାୟକଙ୍କ ସମର୍ଥନ ମିଳିଥିଲା। ଏହି ୧୨୯ ଭୋଟ  ମଧ୍ୟରୁ ୧୨୬ ଶାସକ ଏନଡ଼ିଏ ମେଣ୍ଟର ହୋଇଥିବାବେଳେ ଅନ୍ୟ ୩ ଭୋଟ ଆରଜେଡ଼ି ବିଧାୟକଙ୍କର ବୋଲି ଜଣାପଡ଼ିଛି। 

 Bihar Floor Test: ବହୁମତ ପରୀକ୍ଷାରେ ପାସ୍ ହେଲେ ନୀତିଶ କୁମାର; ଜାଣନ୍ତୁ ମିଳିଲା କେତେ ଭୋଟ?

Bihar Floor Test Result: ଫେବୃଆରୀ ୧୨ ତାରିଖ ସୋମବାର ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସୋମବାର ବିଧାନସଭାରେ ଅନୁଷ୍ଠିତ ହେଉଥିବା ବହୁମତ ସାବ୍ୟସ୍ତ ପରୀକ୍ଷାରେ ନୀତୀଶ କୁମାରଙ୍କ ସରକାର ବହୁମତ ସାବ୍ୟସ୍ତ କରିଛନ୍ତି। ସଂଖ୍ୟାଗରିଷ୍ଠତା ପ୍ରମାଣ କରାଯିବା ପୂର୍ବରୁ ମଧ୍ୟ ଆରଜେଡି ବିଧାୟକ କକ୍ଷତ୍ୟାଗ କରିଥିଲେ। ବିହାର ବିଧାନସଭା ନିୟମ ଅନୁଯାୟୀ ଭୋଟ୍ ଗଣତି କରିବା ପାଇଁ ଘଣ୍ଟି ବାଜିଥିଲା ଏବଂ ଉପବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଗୃହର ଦ୍ୱାର ବନ୍ଦ କରି ଦିଆଯାଇଥିଲା। ବିହାର ବିଧାନସଭାରେ ଆସ୍ଥା ଭୋଟ୍ ପ୍ରସ୍ତାବ ସପକ୍ଷରେ ସରକାରଙ୍କୁ ୧୨୯ ବିଧାୟକଙ୍କ ସମର୍ଥନ ମିଳିଥିଲା। ଏହି ୧୨୯ ଭୋଟ  ମଧ୍ୟରୁ ୧୨୬ ଶାସକ ଏନଡ଼ିଏ ମେଣ୍ଟର ହୋଇଥିବାବେଳେ ଅନ୍ୟ ୩ ଭୋଟ ଆରଜେଡ଼ି ବିଧାୟକଙ୍କର ବୋଲି ଜଣାପଡ଼ିଛି। ଆସ୍ଥାଭୋଟ ବିପକ୍ଷରେ କୌଣସି ଗୋଟିଏ ଭୋଟ୍ ମିଳିନଥିଲା। ବିହାର ବିଧାନସଭାରେ ଶାସକ ଏନଡିଏ ମେଣ୍ଟ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପରେ ବର୍ତ୍ତମାନ ନୂତନ ବାଚସ୍ପତିଙ୍କୁ ଚୟନ କରାଯିବ।

ପାରିତ ହେଲା ଅବଧ ବିହାର ଚୌଧୁରଙ୍କୁ ହଟାଇବା ପ୍ରସ୍ତାବ 
ସୋମବାର ବିହାର ବିଧାନସଭାରେ ଆସ୍ଥା ଭୋଟ୍ ପୂର୍ବରୁ ବାଚସ୍ପତି ଆସନରେ ବସିଥିବା ଆରଜେଡ଼ି ବିଧାୟକ ଅବଧ ବିହାର ଚୌଧୁରୀଙ୍କୁ ହଟାଇବା ପାଇଁ ଏକ ପ୍ରସ୍ତାବ ଆଗତ ହୋଇଥିଲା। ଏହା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଉପସ୍ଥାପନ କରି ବିଜେପି ସହଯୋଗରେ ଗଠିତ ତାଙ୍କ ନୂତନ ସରକାର ପାଇଁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଥିଲେ।

ପ୍ରାୟ ୧୫ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡ଼ି ନେତୃତ୍ୱାଧିନ ମହାମେଣ୍ଟରୁ ଅଲଗା ହୋଇ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟକୁ ଫେରିଥିଲେ। ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ସରକାର ଗଠନ କରିବା ପରେ ଆରଜେଡି ବିଧାୟକ ଅବଧ ବିହାର ଚୌଧୁରୀ ବାଚସ୍ପତି ଆସନ ଛାଡିବାକୁ ମନା କରିଥିଲେ। ବାଚସ୍ପତିଙ୍କ ବିରୋଧରେ ଏନଡିଏ ଦ୍ୱାରା ଉପସ୍ଥାପିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ୧୨୫ ଜଣ ବିଧାୟକଙ୍କ ସମର୍ଥନ ପାଇଥିବା ବେଳେ ୧୧୨ ସଦସ୍ୟ ଏହାକୁ ବିରୋଧ କରିଥିଲେ। ସୋମବାର ଗୃହକାର୍ଯ୍ୟ ପରିଚାଳନା ଦାୟିତ୍ୱରେ ରହିଥିବା ଉପବାଚସ୍ପତି ମହେଶ୍ୱର ହଜାରୀ ଧ୍ୱନିମତରେ ବାଚସ୍ପତିଙ୍କୁ ହଟାଇବା ପାଇଁ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ପାରିତ କରିବାକୁ ଚାହୁଁଥିଲେ। ହେଲେ ମୁଖ୍ୟ ବିରୋଧି ଦଳ ଆରଜେଡି ପକ୍ଷରୁ ଏହାକୁ ବିରୋଧ କରାଯିବା ପରେ ଅନାସ୍ଥା ପ୍ରସ୍ତାବ ଲାଗି ଭୋଟିଂ ହୋଇଥିଲା।

ଶାସକ ମେଣ୍ଟ ପାଖରେ ବସିଲେ ବିରୋଧି ଆରଜେଡି ବିଧାୟକ
ରାଜ୍ୟରେ କ୍ଷମତା ହରାଇଥିବା ଆରଜେଡି ସେତେବେଳ ଝଟକା ପାଇଥିଲା ଯେତେବେଳେ ଏହାର ୩ ଜଣ ବିଧାୟକ ସୋମବାର ବିଧାନସଭାରେ ଶାସକ ମେଣ୍ଟ ପାଖରେ ଯାଇ ବସିଥିଲେ। ବାଚସ୍ପତି   ଅବଧ ବିହାର ଚୌଧୁରୀଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବା ପୂର୍ବରୁ ଶାସକ ଏନଡିଏ ମେଣ୍ଟର ସଦସ୍ୟଙ୍କ ମଧ୍ୟରେ ବସିଥିବା ଦଳର ୩ ବିଧାୟକ ଚେତନ ଆନନ୍ଦ, ନୀଲମ ଦେବୀ ଏବଂ ପ୍ରହ୍ଲାଦ ଯାଦବ ବସିବାକୁ ନେଇ ପ୍ରଶ୍ନ ଉଠାଇଥିଲେ ଆରଜେଡି ବିଧାୟକ ଦଳ ନେତା ତେଜସ୍ୱୀ ଯାଦବ। ମାତ୍ର ଉପବାଚସ୍ପତି ମହେଶ୍ୱର ହଜାରୀ ବିରୋଧି ଦଳ ନେତା ତେଜସ୍ୱୀ ଯାଦବ ଉଠାଇଥିବା ପ୍ରସଙ୍ଗ ଉପରେ କୌଣସି ନିଷ୍ପତ୍ତି ନେଇନଥିଲେ। 

ଆପଣଙ୍କୁ କହିରଖୁଛୁ ଯେ ସୋମବାର ବିହାର ବିଧାନସଭାରେ ଆସ୍ଥାଭୋଟ ହେବା ପୂର୍ବରୁ ୩ ଆରଜେଡି ବିଧାୟକ ପ୍ରହ୍ଲାଦ ଯାଦବ, ଚେତନ ଆନନ୍ଦ ଏବଂ ନୀଲମ ଦେବୀ ଦଳୀୟ ହ୍ୱିପ୍ ଅବମାନନା କରି ପଟ ପରିବର୍ତ୍ତନ କରିଥିଲେ। ଏବେ ଦେଖିବାକୁ ବାକି ରହିଲା ଆରଜେଡ଼ି ଦଳର ସେହି ୩ ବିଧାୟକଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ମୋଟ ୨୪୩ ବିହାର ବିଧାନସଭାରେ ଶାସକ ଏନଡିଏ ମେଣ୍ଟକୁ ୧୨୯ ବିଧାୟକଙ୍କ ସମର୍ଥନ ମିଳିଥିଲା। ଯାହା ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ଠାରୁ ୭ ଅଧିକ ରହିଛି। ଶାସକ ଏନଡିଏ ମେଣ୍ଟକୁ ୭୮ ବିଜେପି, ୪୫ ଜେଡ଼ିୟୁ, ୪ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଏବଂ ୪ ସ୍ୱାଧିନ ବିଧାୟକଙ୍କ ସମର୍ଥନ ମିଳିଥିଲା। ବିରୋଧି ମହାମେଣ୍ଟ ପାଖରେ ୧୧୪ ବିଧାୟକଙ୍କ ସମର୍ଥନ ରହିଥିଲା। ମହାମେଣ୍ଟକୁ ୭୯ ଆରଜେଡି, ୧୯ କଂଗ୍ରେସ, ୧୨ ସିପିଆଇ (ଏମଏଲ), ୨ ସିପିଆଇ ଏବଂ ୨ ସିପିଏମ ବିଧାୟକଙ୍କ ସମର୍ଥନ ରହିଥିଲା।