Delhi Politics: ପୁଣି ବଢ଼ିଲା କେଜ୍ରିୱାଲଙ୍କ ଅଡ଼ୁଆ: ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମାଗିଲେ ଆଉ ଏକ ରିପୋର୍ଟ
Advertisement

Delhi Politics: ପୁଣି ବଢ଼ିଲା କେଜ୍ରିୱାଲଙ୍କ ଅଡ଼ୁଆ: ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମାଗିଲେ ଆଉ ଏକ ରିପୋର୍ଟ

Delhi Politics: ଅଡ଼ୁଆରୁ ମୁକୁଳି ପାରୁନାହାନ୍ତି କେଜ୍ରିୱାଲ ସରକାର । ଗୋଟିଏ ପରେ ଗୋଟିଏ ରିପୋର୍ଟ ମାଗୁଛନ୍ତି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର । ମୁଖ୍ୟ ଶାସନ ସଚିବଙ୍କୁ ପୁଣି ଏକ ରିପୋର୍ଟ ମାଗିଲେ ଦିଲ୍ଲୀ ଉପରାଜ୍ୟପାଳ ଯେଉଁଥିରେ କି ଜଡ଼ିତ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ (Deputy Chief Minister Manish Sisodia) ରହିଛନ୍ତି ।

ସୌ: ସୋସିଆଲ ମିଡିଆ

Delhi Politics: ଦିଲ୍ଲୀରେ ଅରବିନ୍ଦ କେଜରିୱାଲ (Arvind kejriwal) ଙ୍କ ସରକାରର ଅଡ଼ୁଆ କମିବାର ନାଁ ନେଉନି । ଦିଲ୍ଲୀ ସରକାର (Delhi Govt) ଆଉ ଉପରାଜ୍ୟପାଳଙ୍କ ଭିତରେ ତୁ ତୁ ମେଁ ମେଁ ଲାଗିରହିଛି । ବିଭିନ୍ନ ସମୟରେ କିଛିନା କିଛି ରିପୋର୍ଟ ମାଗି ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଉଛନ୍ତି ଦିଲ୍ଲୀ ଉପରାଜ୍ୟପାଳ । ଆମ ଆଦମି ପାର୍ଟି (ଆପ) ନେତୃତ୍ୱାଧୀନ ସରକାର ଙ୍କୁ ପୁଣି ଏକ ରିପୋର୍ଟ ମାଗିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ।

ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକସେନା (ieutenant Governor of Delhi VK Saxena)ସ୍କୁଲଗୁଡ଼ିକରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ମାମାଲରେ କେନ୍ଦ୍ରୀୟ ସତର୍କତା ଆୟୋଗର (ସିଭିସି) ତଦନ୍ତ ରିପୋର୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଢ଼େଇ ବର୍ଷ ବିଳମ୍ବ ନେଇ ମୁଖ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ମାଗିଛନ୍ତି । ଅବକାରୀ ନୀତି ପରେ ଏବେ ଦିଲ୍ଲୀର ସରକାରୀ ବିଦ୍ୟାୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣକୁ ନେଇ ସରକାରଙ୍କ ସମସ୍ୟା  ପୁଣି ବଢ଼ୁଥିବା ଦେଖାଯାଇଛି। ତେବେ ମନିଷ ସିସୋଦିଆଙ୍କ ସହ ଜଡ଼ିତ ରହିଛି ଏହି ମାମଲା ବୋଲି କୁହାଯାଉଛି । ସିବିସି ଯାଞ୍ଚ ରିପୋର୍ଟରେ କୁହାଯାଇଛି ଯେ ପରିଯୋଜନା ନିର୍ମାଣରେ ଅନେକ ଅନିୟମିତତା ହେବା ସହିତ ଦୋଷତୃଟି ମଧ୍ୟ ରହିଛି।

ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ରାଜ୍ୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ସମ୍ପର୍କରେ ଏକ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଢ଼େଇ ବର୍ଷ ବିଳମ୍ବ ନେଇ ମୁଖ୍ୟ ଶାସନ ସଚିବଙ୍କଠାରୁ ଏହି ରିପୋର୍ଟ ମାଗିଛନ୍ତି । ଜାତୀୟ ରାଜଧାନୀରେ ବିଦ୍ୟାଳୟଗୁଡିକରେ ହେଉଥିବା ପ୍ରକଳ୍ପର କାର୍ଯ୍ୟକାରିତାରେ ଚରମ ଅନିୟମିତତା ଏବଂ ପ୍ରକ୍ରିୟାଗତ ତ୍ରୁଟି ଦେଖାଦେଇଛି । (ସିଭିସି)ଦ୍ୱାରା ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ସେକ୍ରେଟାରୀଙ୍କୁ ୨୦୨୦ ଫେବୃଆରୀ ୧୭ରେ ଗୋଟିଏ ରିପୋର୍ଟ ପଠାଯାଇଥିଲା ଯେଉଁଥିରେ ଆଗାମି ଯାଞ୍ଚ ପାଇଁ  ତାଙ୍କର ମତାମତ ମଗାଯାଇଥିଲା। ଅଧିକ ଅନୁସନ୍ଧାନ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ମତାମତ ମଧ୍ୟ ଲୋଡ଼ା ଯାଇଥିଲା । ତେବେ ବିଳମ୍ବ ଉପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏକ ଗୁରୁତ୍ୱପୂର୍ଣ ଦୃଷ୍ଟିକୋଣ ଉପରେ ସନ୍ଦେହ କରିଛନ୍ତି ଯାହା (ସିଭିସି) ମାନୁଆଲ ସମ୍ପୃକ୍ତ ଧାରା ଉଲ୍ଲଂଘନ ବ୍ୟତୀତ ଦୁର୍ନୀତି ଆଡକୁ ସୂଚାଉଥିବା ଅପବ୍ୟବହାରକୁ ଘୋଡାଇବା ପାଇଁ ଏକ ସ୍ପଷ୍ଟ ପ୍ରୟାସ ପରି ଦେଖାଯାଉଛି ।

ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ (ସିଭିସି) ଯୋଗାଯୋଗର ଏକ କପି ସହିତ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସଚିବାଳୟ ଅଭିଯୋଗ ଗ୍ରହଣ କରିଛି । ସଦ୍ୟତମ ମଦ ଦୁର୍ନୀତିକୁ ନେଇ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ଚଢ଼ାଉ କରାଯାଇଥିଲା । ତେବେ  ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏବଂ ଦିଲ୍ଲୀ ସରକାର ମଧ୍ୟରେ ଅନେକ ମାସ ଧରି ବିବାଦ ଉପୁଜିଥିଲା ।

ଏହା ବି ପଢ଼ନ୍ତୁ: Congress: ବିଲୀନ ମୁହାଁ କଂଗ୍ରେସ? ଆଠ ମାସରେ ୮ ବଡ ନେତା ଛାଡିଲେଣି ଦଳ, ୪ ଜଣ ରହିସାରିଛନ୍ତି କେନ୍ଦ୍ର ମନ୍ତ୍ରୀ

ଏହା ବି ପଢ଼ନ୍ତୁ: 6G କୁ ନେଇ ଆସିଲା ବଡ ଅପଡେଟ୍, ପିଏମ ମୋଦି କହିଲେ କେବେ ହେବ ଭାରତରେ ଲଞ୍ଚ?