Akhilesh Yadav: ଅଖିଳେଶଙ୍କ ଚା'ରେ ବିଷ !
Advertisement

Akhilesh Yadav: ଅଖିଳେଶଙ୍କ ଚା'ରେ ବିଷ !

Akhilesh Yadav Political News: ଉତ୍ତର ପ୍ରଦେଶରେ ମହିଳାଙ୍କୁ ଅସଦାଚରଣ ଓ ଚରିତ୍ର ହନନ କରିବା ଦିଗରେ ବିଜେପି ଓ ସପା ମଧ୍ୟରେ ଜୋରଦାର ଲଢେଇ ଜାରି ରହିଛି। ତେବେ ସପା କାର୍ଯ୍ୟକର୍ତ୍ତାଙ୍କ ଗିରଫଦାରୀ ପରେ ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ସିଗ୍ନେଚର ଭବନରେ ପହଞ୍ଚିବା ପରେ ସମାଜବାଦୀ ପାର୍ଟିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟ୍ୱିଟ୍ ମଧ୍ୟ କରାଯାଇଥିଲା ।

Akhilesh Yadav: ଅଖିଳେଶଙ୍କ ଚା'ରେ ବିଷ !

Akhilesh Yadav: ଉତ୍ତର ପ୍ରଦେଶ ରାଜନୀତି କାହାକୁ ଅଛପା ନାହିଁ। ବିଜେପି ସପା ମଧ୍ୟରେ ସବୁବେଳେ ଟଣାଓଟରା ପରିସ୍ଥିତି ଦେଖିବାକୁ ମିଳିଥାଏ। ନିକଟରେ ମହିଳାଙ୍କୁ ନେଇ ଟ୍ୱିଟରରେ ଅଭଦ୍ର ଟିପ୍ପଣୀ ଦେଇଥିବା ମାମଲାରେ ଏବେ ରାଜନୀତି ଜୋର୍ ଧରିଛି। ରାଜ୍ୟର ସମାଜବାଦୀ ପାର୍ଟୀର ଅଧିକାରୀକ ଟ୍ୱିଟର ହ୍ୟାଣ୍ଡେଲର ସଞ୍ଚାଳକ ମନିଷ ଅଗ୍ରୱାଲଙ୍କ ଗିରଫଦାରୀ ପରେ ରବିବାର ସକାଳେ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ ପୋଲିସ ମୁଖ୍ୟାଳୟ ସିଗ୍ନେଚର ବିଲ୍ଡିଂ ରେ ପହଞ୍ଚିଥିଲେ। ଏହି ସମୟରେ ଅଖିଳେଶଙ୍କୁ ଜଣେ ପୋଲିସ ଅଧିକାରୀ ଚା ପିଇବାକୁ ପଚାରିଥିଲେ। ସେହି ସମୟରେ ଅଖିଳେଶ ସିଧାସଳଖ ମନା କରିଦେଇଥିଲେ। ଅଖିଳେଶ କହିଛନ୍ତି ଯେ, 'ବାହାରେ ଦୋକାନ ଖୋଲିଯିବଣି, ସେଠୁ ଚା' ମଗାଅ । ଆମକୁ ପୋଲିସ ଉପରେ ଭରସା ନାହିଁ। ଯଦି ଚା' ରେ ବିଷ ମିଶେଇଦବ ତ । ନିଜେ ନିଜର ଚା' ପିଅ'। 

ସପା ଅଧ୍ୟକ୍ଷ ଅଖିଳେଶ ଯାଦବ (Akhilesh Yadav) ସିଗ୍ନେଚର ଭବନରେ ପହଞ୍ଚିବା ପରେ ସମାଜବାଦୀ ପାର୍ଟିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟ୍ୱିଟ୍ ମଧ୍ୟ କରାଯାଇଥିଲା । ଯେଉଁଥିରେ ଲେଖାଥିଲା ଯେ 'ଅଖିଳେଶ ଯାଦବ ପୋଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ କିନ୍ତୁ ସେଠାରେ ଦାୟିତ୍ୱରେ ଥିବା କୌଣସି ବରିଷ୍ଠ ଅଧିକାରୀ ଉପସ୍ଥିତ ନଥିଲେ'। ପ୍ରକୃତରେ ଏସପିଙ୍କ ଟ୍ୱିଟର ହ୍ୟାଣ୍ଡେଲ (Twitter Handle) ନିର୍ଦ୍ଦେଶକ ମନୀଷ ଜଗନ ବିଜେପି ଯୁବ ନେତା ମୋର୍ଚ୍ଚା ପକ୍ଷରୁ ହଜରତଗଞ୍ଜ ପୋଲିସ ଷ୍ଟେସନରେ ଅଗ୍ରୱାଲଙ୍କ ବିରୋଧରେ ଏକ ଏଫଆଇଆର ଦାୟର କରାଯାଇଥିଲା। ଯେଉଁଥିରେ ସମାଜବାଦୀ ପାର୍ଟି ମିଡିଆ ସେଲର ଟ୍ୱିଟର ହ୍ୟାଣ୍ଡେଲରୁ ଚରିତ୍ର ହନନ, ଅଶ୍ଳୀଳତା, ଧମକାଇଲା ଭଳି ଅଭିଯୋଗ ହୋଇଥିଲା।

ଅଭିଯୋଗ ସହ ଟଣାଓଟରା ପରେ ପୋଲିସ ମନୀଷ ଜଗନ ଅଗ୍ରୱାଲଙ୍କୁ ଗିରଫ କରିଥିଲା। ସମାଜବାଦୀ ପାର୍ଟି(Samajwadi Party) ଦ୍ୱାରା ମନୀଷଙ୍କ ଗିରଫଦାରୀକୁ ନିନ୍ଦା କରାଯାଇଛି। କୁହାଯାଉଛି ଯେ ଏହାକୁ ବିରୋଧ କରି ଅଖିଳେଶ ଯାଦବ ଆଜି ସକାଳେ ସିଗ୍ନେଚର ଭବନରେ ପହଞ୍ଚିଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି, ଅଖିଳେଶ ଯାଦବ ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସରକାରଙ୍କ ପ୍ରତିଶୋଧ ରାଜନୀତି ବୋଲି କହିଛନ୍ତି।

Also Read: Psycho Killer: ମହିଳାଙ୍କୁ ଉଲଗ୍ନ କରି ହାଣୁଛି ସାଇକୋ କିଲର, ଧରିବାକୁ ଗଠନ ହେଲା ୬ଟି ଟିମ୍

Also Read: Varun Gandhi: ଦିଦି ପ୍ରିୟଙ୍କା ଖେଳିଲେ ଏମିତି ଖେଳ ! କଂଗ୍ରେସରେ ସାମିଲ ହେବେ କି ବରୁଣ ଗାନ୍ଧୀ