Odisha Congress: ୨୨ ତାରିଖରୁ ୨୮ ପର୍ଯ୍ୟନ୍ତ କଂଗ୍ରେସ କରିବ ମାନସମନ୍ଥନ; ଯୋଗଦେବେ ପ୍ରଭାରୀ ଅଜୟ କୁମାର
Advertisement
Article Detail0/zeeodisha/odisha2064602

Odisha Congress: ୨୨ ତାରିଖରୁ ୨୮ ପର୍ଯ୍ୟନ୍ତ କଂଗ୍ରେସ କରିବ ମାନସମନ୍ଥନ; ଯୋଗଦେବେ ପ୍ରଭାରୀ ଅଜୟ କୁମାର

Odisha Pradesh Congress Committee:  ୨୨ ତାରିଖରୁ ୨୮ ପର୍ଯ୍ୟନ୍ତ ରାଜଧାନୀରେ ଅବସ୍ଥାନ କରିବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର।

 Odisha Congress: ୨୨ ତାରିଖରୁ ୨୮ ପର୍ଯ୍ୟନ୍ତ କଂଗ୍ରେସ କରିବ ମାନସମନ୍ଥନ; ଯୋଗଦେବେ ପ୍ରଭାରୀ ଅଜୟ କୁମାର

Odisha Congress In-Charge Ajoy Kumar: ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ନେତା ତଥା କର୍ମୀଙ୍କୁ ଉତ୍ସାହିତ କରିବା ତଥା ଦଳୀୟ ସମସ୍ୟାକୁ ସମାଧାନ କରିବା ଲାଗି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓଡ଼ିଶା ଆସୁଛନ୍ତି। ସେ ଜାନୁୟାରୀ ୨୨ ତାରିଖରୁ ୨୮ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହିବେ। ପ୍ରଦେଶ କଂଗ୍ରେସର ବିଭିନ୍ନ ନେତାଙ୍କୁ ଭେଟିବା ସହ କାର୍ଯ୍ୟକ୍ରମରେ ଯୋଗ ଦେବେ। 

ଆସନ୍ତା ୨୧ ତାରିଖରେ ରାଜଧାନୀ ଭୁବନେଶର ଠାରେ ପହଞ୍ଚିବା ପରେ ସଇଁତଳା ଗସ୍ତ କରିବେ। ସେଠାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବାପାଙ୍କ ସ୍ମୃତି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ସେ ଭୁବନେଶ୍ୱର ଠାରେ ରହିବେ ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ନିର୍ବାଚନ ଆସୁଥିବାରୁ ତାଙ୍କ ଗସ୍ତ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ଲାଗି ଉଦ୍ଦିଷ୍ଟ। ଏହି ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ନିର୍ବାଚନମଣ୍ଡଳୀ ଲାଗି ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି। ପିସିସି ସଭାପତି ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ସମ୍ଭାବ୍ୟ ପର୍ଯ୍ୟବେକ୍ଷକଙ୍କ ତାଲିକା ଜାନୁଆରୀ ୧୭ ତାରିଖ ବୁଧବାର ସକାଳେ ଅନୁମୋଦନ ପାଇଁ ପଠାଇଛନ୍ତି।

ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ପାଇଁ ଦଳୀୟ ପ୍ରଚାରକୁ ଜୋରଦାର କରିବ କଂଗ୍ରେସ। ଏନେଇ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ୱର ଠାରେ ଆୟୋଜିତ ହେଉଥିବା ବିଶାଳ ସମ୍ମିଳନୀରେ ଯୋଗେଦେବେ। ଏହି ସମ୍ମିଳନୀରେ ୧୦ ହଜାରରୁ ଅଧିକ ନେତା କର୍ମୀ ଯୋଗ ଦେଉଥିବାର କହିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର। ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ସକ୍ରିୟ କରିବାକୁ ସଭାରେ ଗୁରୁମନ୍ତ୍ର ଦେବେ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ରାଜ୍ୟରେ କେଉଁ ମାର୍ଗ ଦେଇ ଯିବ ତାହାର ସମୀକ୍ଷା କରିବେ।

ଗତ ୧୫ ତାରିଖରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ମଣିପୁର ରାଜଧାନୀ ଇମ୍ପାଲ ଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରା ମଣିପୁର ଇମ୍ଫାଲଠାରୁ ଆରମ୍ଭ ହୋଇ ମହାରାଷ୍ଟ୍ର ମୁମ୍ବାଇ ଠାରେ ଶେଷ ହେବ।ଯାତ୍ରା ଦୀର୍ଘ ୬୬ ଦିନ ଧରି ଚାଲିବ। ଏହା ୧୫ଟି ରାଜ୍ୟ ୧୧୦ଟି ଜିଲ୍ଲା ଅତିକ୍ରମ କରିବ। ରାଜ୍ୟରେ ୪ ଦିନ ଧରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଦେଇ ୩୪୧ କିଲୋମିଟର ଅତିକ୍ରମ କରିବ। ଭାରତ ଯୋଡ଼ ନ୍ୟାୟ ଯାତ୍ରା ସମୟରେ ରାଜ୍ୟରେ ୪ ଦିନ ଅବସ୍ଥାନ କରିବେ ରାହୁଲ ଗାନ୍ଧୀ।