'ଅଗ୍ନିପଥରୁ ସୃଷ୍ଟି ହେବ ଆତଙ୍କବାଦୀ'
Advertisement

'ଅଗ୍ନିପଥରୁ ସୃଷ୍ଟି ହେବ ଆତଙ୍କବାଦୀ'

Ramlal Jat on Agnipath Scheme: ସାମ୍ବାଦିକମାନଙ୍କ ସହ କଥା ହେଉଥିବା ସମୟରେ ରାମଲାଲ ଜାଟ ପଚାରିଛନ୍ତି ଯେ,  ଯଦି ଗୋଟିଏ ବର୍ଷ ବିଧାୟକ କିମ୍ବା ସାଂସଦ ରହିବା ଉପରେ ପେନସନ ଦିଆଯାଏ, ତେବେ ଏହାକୁ ଅଗ୍ନିବୀରଙ୍କୁ କାହିଁକି ଦିଆଯାଉ ନାହିଁ? 

'ଅଗ୍ନିପଥରୁ ସୃଷ୍ଟି ହେବ ଆତଙ୍କବାଦୀ'

ନୂଆଦିଲ୍ଲୀ: Ramlal Jat on Agnipath Scheme: କେନ୍ଦ୍ରର ମୋଦି ସରକାର (Modi Govt) ଙ୍କ ବହୁ ଚର୍ଚ୍ଚିତ ଅଗ୍ନିପଥ ଯୋଜନା (Agnipath Scheme) କୁ ନେଇ ସାରା ଦେଶରେ ଆକ୍ରୋଶ ଦେଖାଦେଇଛି । ଏହି ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ମଧ୍ୟ ହୋଇଛି । କଂଗ୍ରେସ (Congress) ସମତେ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି । ବିଶେଷ କରି ଦେଶର ଯୁବ ବର୍ଗ ମଧ୍ୟରେ ଏହି ଯୋଜନାକୁ ନେଇ ଆକ୍ରୋଶ ଦେଖାଦେଇଛି । ଚାରି ବର୍ଷ ସେବା ପାଇଁ ନୂଆ ଭର୍ତ୍ତି ଅଗ୍ନିପଥ ଯୋଜନାକୁ ନେଇ ବହୁତ ବିବାଦ ଦେଖାଦେଇଛି । ଏହି କ୍ରମରେ ରାଜସ୍ଥାନର ମନ୍ତ୍ରୀ ଅଗ୍ନିପଥ ଯୋଜନାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଅଶୋକ ଗେହଲଟ ସରକାରରେ ରାଜସ୍ୱ ମନ୍ତ୍ରୀ ରାମଲାଲ ଜାଟ (Ramlal Jat) କହିଛନ୍ତି ଯେ, ଅଗ୍ନିପଥ ଯୋଜନାରେ "ତାଲିମପ୍ରାପ୍ତ ଆତଙ୍କବାଦୀ" ତିଆରି ହେବ । ପେନସନ୍ ଓ ଚାକିରି ସୁରକ୍ଷା ବିନା ସେମାନେ ବେକାର ହୋଇଯିବେ ବୋଲି ମନ୍ତ୍ରୀ ଯୁକ୍ତି ଦେଇଛନ୍ତି ।

ସାମ୍ବାଦିକମାନଙ୍କ ସହ କଥା ହେଉଥିବା ସମୟରେ ରାମଲାଲ ଜାଟ ପଚାରିଛନ୍ତି ଯେ,  ଯଦି ଗୋଟିଏ ବର୍ଷ ବିଧାୟକ କିମ୍ବା ସାଂସଦ ରହିବା ଉପରେ ପେନସନ ଦିଆଯାଏ, ତେବେ ଏହାକୁ ଅଗ୍ନିବୀରଙ୍କୁ କାହିଁକି ଦିଆଯାଉ ନାହିଁ? ଆପଣ ଯୁବକମାନଙ୍କୁ ପାଞ୍ଚ ବର୍ଷ, ଚାରି ବର୍ଷ, ତିନି ବର୍ଷ ପାଇଁ ଚାକିରି ଦେଉଛନ୍ତି । ଅତିକମରେ ସେମାନଙ୍କୁ ପେନସନ ଦିଅନ୍ତୁ । ଆପଣ ଦେଶକୁ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କ ଆଡକୁ ଠେଲି ଦେଉଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଦେଶର ଯୁବକମାନେ ଆଗାମୀ ସମୟରେ ବୁଝିବେ । ପ୍ରତ୍ୟେକ ପ୍ଲାଟଫର୍ମରେ ବିରୋଧୀ ଦଳ ଏହି ଯୋଜନାକୁ ବିରୋଧ କରିବେ । ରାହୁଲ ଗାନ୍ଧୀଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗକୁ ସମର୍ଥନ କରି ଆମେ ଦେଶକୁ ଜାଗ୍ରତ କରିବୁ । ମନ୍ତ୍ରୀ କହିଛନ୍ତି ଯେ, ବିଜେପି ନେତାମାନେ ଏହି ମୋଗଲ ଓ ବ୍ରିଟିଶ ଭଳି ଆଚରଣ କରୁଛନ୍ତି । ଯେଉଁମାନେ ଧାର୍ମିକ ଭାବନାକୁ ଉତ୍ତେଜିତ କରନ୍ତି ସେମାନଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି MVA ସରକାରକୁ ବଞ୍ଚାଇ ପାରିଥାନ୍ତେ ଉଦ୍ଧବ ଠାକରେ? କଂଗ୍ରେସ ମଧ୍ୟ ନିଷ୍ପତ୍ତିକୁ ନେଇ ଉଠାଇଲା ପ୍ରଶ୍ନ

ଏହା ବି ପଢ଼ନ୍ତୁ:-ନକଭି ନା କ୍ୟାପଟେନ୍, କାହାକୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିବ ବିଜେପି; ଜାଣନ୍ତୁ କେଉଁ କେଉଁ ନାଁକୁ ନେଇ ଚାଲିଛି ଚର୍ଚ୍ଚା

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହେବାର କାରଣ କହିଲେ ଦେବେନ୍ଦ୍ର ଫଡନାଭିସ