BJD: ଆଞ୍ଚଳିକ ଦଳ ଭାବେ ଇଲେକ୍ଟୋରାଲ ବଣ୍ଡରେ ଅନୁଦାନ ହାତେଇବାରେ ଆଗରେ ବିଜେଡ଼ି
Advertisement

BJD: ଆଞ୍ଚଳିକ ଦଳ ଭାବେ ଇଲେକ୍ଟୋରାଲ ବଣ୍ଡରେ ଅନୁଦାନ ହାତେଇବାରେ ଆଗରେ ବିଜେଡ଼ି

  ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ଜରିଆରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜୁ ଜନତା ଦଳ ବା ବିଜେଡ଼ି ଆଞ୍ଚଳିକ ଦଳ ଭାବେ ସର୍ବାଧିକ ଚାନ୍ଦା ପାଇଛି। ଗତକାଲି ଇଲେକ୍ଟୋରାଲ ବଣ୍ଡରେ ଆଦାୟ ହୋଇଥିବା ଚନ୍ଦା ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିବା ପରେ ଏହି ସୂଚନା ମିଳିଛି।

BJD: ଆଞ୍ଚଳିକ ଦଳ ଭାବେ ଇଲେକ୍ଟୋରାଲ ବଣ୍ଡରେ ଅନୁଦାନ ହାତେଇବାରେ ଆଗରେ ବିଜେଡ଼ି

BJD:  ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ଜରିଆରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜୁ ଜନତା ଦଳ ବା ବିଜେଡ଼ି ଆଞ୍ଚଳିକ ଦଳ ଭାବେ ସର୍ବାଧିକ ଚାନ୍ଦା ପାଇଛି। ଗତକାଲି ଇଲେକ୍ଟୋରାଲ ବଣ୍ଡରେ ଆଦାୟ ହୋଇଥିବା ଚନ୍ଦା ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିବା ପରେ ଏହି ସୂଚନା ମିଳିଛି। ୨୦୧୬-୧୭ ରୁ ୨୦୨୨-୨୩ ମଧ୍ୟରେ ବିଜେଡି ପ୍ରାୟ ୮୪୪ କୋଟି ଟଙ୍କା ବିଜେଡ଼ିକୁ ଚାନ୍ଦା ଆକାରରେ ମିଳିଥିବା ନେଇ ସୂଚନା ରହିଛି। ଏହି ସାତ ବର୍ଷ ମଧ୍ୟରେ ଆସିଥିବା ମୋଟ ଚାନ୍ଦାର ପ୍ରାୟ ୯୦ ପ୍ରତିଶତ ଚାନ୍ଦା ଇଲେକ୍ଟୋରାଲ ବଣ୍ଡ ଆକାରରେ ବିଜେଡ଼ି ଖାତାକୁ ଆସିଥିବା ନେଇ ଚର୍ଚ୍ଚା ହେଉଛି। 

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ ୧ କୋଟି ଟଙ୍କାର ୭୬୫ଟି ବଣ୍ଡ ରହିଥିବା ବେଳେ ୧୦ ଲକ୍ଷ ଟଙ୍କାର ୯୫ଟି ବଣ୍ଡ ରହିଛି। ଏହିପରି ଭାବରେ ମୋଟ ୭୪୪ କୋଟି ଟଙ୍କାର ରହିଛି। ୨୦୧୮ ପରଠାରୁ ବିଜେଡ଼ିର ଚାନ୍ଦା ଆଦାୟର ଇଲେକ୍ଟୋରାଲ ବଣ୍ଡ ମୁଖ୍ୟ ଉତ୍ସ ପାଲଟିଛି। ଅଧିକାଂଶ ବଣ୍ଡର ମୂଲ୍ୟ  ୨୦ ହଜାରରୁ ଅଧିକ ରହିଥିବା ବେଳେ ପ୍ରାୟ ୬୭.୨୮ କୋଟି ଟଙ୍କା କର୍ପୋରେଟ ସେକ୍ଟରରୁ ଆସିଛି ଓ ୩.୩୨ କୋଟି ଅନ୍ୟ ଉତ୍ସରୁ ଚାନ୍ଦା ଆକାରରେ ଦଳକୁ ମିଳିଛି। 

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ବିଶ୍ଳେଷଣ ଅନୁଯାୟୀ ନିର୍ବାଚନୀ ବଣ୍ଡ ଦାନ କ୍ଷେତ୍ରରେ ବିଜେଡି ଆଞ୍ଚଳିକ ଦଳମାନଙ୍କ ଠାରୁ ଆଗରେ ରହିଛି। ଏହା ଦେଶର ସମସ୍ତ ଦଳ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି, ଯେଉଁଥିରେ ବିଜେପି (୬,୫୬୬ କୋଟି), କଂଗ୍ରେସ (୧,୧୨୩.୨୯ କୋଟି) ଏବଂ ଟିଏମସି (୧,୦୯୨.୯୮ କୋଟି) ପଛରେ ରହିଛି।

୨୦୧୮-୧୯ରେ ବିଜେଡିର କର୍ପୋରେଟ୍ ଚାନ୍ଦା ୨୯ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ୨୦୧୬-୧୭, ୨୦୨୦-୨୧ ଓ ୨୦୨୧-୨୨ରେ କୌଣସି କର୍ପୋରେଟ୍ ଚାନ୍ଦା ମିଳିନାହିଁ। ପ୍ରୁଡେନ୍ସ ଇଲେକ୍ଟୋରାଲ ଟ୍ରଷ୍ଟରୁ ୭ କୋଟି ଟଙ୍କା, ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ ଟ୍ରଷ୍ଟରୁ ୨୫.୨୮ କୋଟି ଟଙ୍କା ଏବଂ ଏବି ଜେନେରାଲ ଇଲେକ୍ଟୋରାଲ ଟ୍ରଷ୍ଟରୁ ୩୫ କୋଟି ଟଙ୍କା ଦାନ ଘୋଷଣା କରାଯାଇଛି।

ସେହିପରି ପୃଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ପକ୍ଷରୁ ୭ କୋଟି, ପ୍ରୋଗ୍ରେସିଭ ଇଲେକ୍ଟୋରାଲ ଟ୍ରଷ୍ଟ ପକ୍ଷରୁ ୨୫.୨୮ କୋଟି, ଏବି ଜେନେରାଲ ଇଲେକ୍ଟୋରାଲ ଟ୍ରଷ୍ଟ ପକ୍ଷରୁ ୩୫ କୋଟି ଟଙ୍କା ମିଳିଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୮-୧୯ ମସିହାରେ ବିଜେଡି ୨୧୩ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ଜରିଆରେ ଚାନ୍ଦା ଆଦାୟ କରିଥିଲା। ଯାହା ମୋଟ ଆଦାୟ ହୋଇଥିବା ଚାନ୍ଦାର ୮୭.୯ ପ୍ରତିଶତ ବଣ୍ଡ ଆକାରରେ ମିଳିଥିବା ନେଇ ଜଣାପଡିଛି।