Advertisement
Photo Details/zeeodisha/odisha1124744
photoDetails0hindi

ବର୍ଷର ପ୍ରଥମ 'ସୂର୍ଯ୍ୟ ପରାଗ' ଚମକାଇବ ଏହି ୪ଟି ରାଶିର ଭାଗ୍ୟ! ଜାଣି ନିଅନ୍ତୁ ତାରିଖ

Solar Eclipses 2022: ଚଳିତ ବର୍ଷ ମୋଟ ୪ଟି ଗ୍ରହଣ ହେବାକୁ ଯାଉଛି । ଗ୍ରହଣର ବିଶେଷ ପ୍ରଭାବ ଜଣେ ବ୍ୟକ୍ତିଙ୍କ ଜୀବନରେ ଦେଖିବାକୁ ମିଳେ । ୨୦୨୨ ବର୍ଷର ପ୍ରଥମ ଗ୍ରହଣ ଏପ୍ରିଲ ୩୦ରେ ସୂର୍ଯ୍ୟ ପରାଗ (Surya Grahan 2022) ହେବ । ଅନ୍ୟପଟେ ଚନ୍ଦ୍ର ଗ୍ରହଣ (Chandra Grahan 2022) ସୂର୍ଯ୍ୟ ପରାଗର ଠିକ୍ ୧୫ ଦିନ ପରେ ହେବାକୁ ଯାଉଛି । 

1/7

ନୂଆଦିଲ୍ଲୀ: Solar Eclipses 2022: ଧାର୍ମିକ ଦୃଷ୍ଟିକୋଣରୁ ବର୍ଷସାରା ଲାଗୁଥିବା ଗ୍ରହଣ (Eclipses 2022) ର ବିଶେଷ ମହତ୍ତ୍ୱ ରହିଛି । ସୂର୍ଯ୍ୟ ପରାଗ (Solar Eclipse 2022) ଠାରୁ ଆରମ୍ଭ କରି ଚନ୍ଦ୍ରଗ୍ରହଣ (Lunar Eclipse 2022) ପର୍ଯ୍ୟନ୍ତ ସବୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଚଳିତ ବର୍ଷ ମୋଟ ୪ଟି ଗ୍ରହଣ ହେବାକୁ ଯାଉଛି । ଗ୍ରହଣର ବିଶେଷ ପ୍ରଭାବ ଜଣେ ବ୍ୟକ୍ତିଙ୍କ ଜୀବନରେ ଦେଖିବାକୁ ମିଳେ । ୨୦୨୨ ବର୍ଷର ପ୍ରଥମ ଗ୍ରହଣ ଏପ୍ରିଲ ୩୦ରେ ସୂର୍ଯ୍ୟ ପରାଗ (Surya Grahan 2022) ହେବ । ଅନ୍ୟପଟେ ଚନ୍ଦ୍ର ଗ୍ରହଣ (Chandra Grahan 2022) ସୂର୍ଯ୍ୟ ପରାଗର ଠିକ୍ ୧୫ ଦିନ ପରେ ହେବାକୁ ଯାଉଛି । ଏହି ଦୁଇଟି ପ୍ରମୁଖ  ଗ୍ରହଣର ସକରାତ୍ମକ ଓ ନକାରାତ୍ମକ ପ୍ରଭାବ ଲୋକଙ୍କ ଜୀବନରେ ଦେଖିବାକୁ ମିଳିବ ।

2/7

ପ୍ରଥମ ସୂର୍ଯ୍ୟ ପରାଗ (Solar Eclipse 2022) ଆଂଶିକ ହେବ ଓ ଏହାର ସୂତକ ଅବଧି ବୈଧ ହେବ ନାହିଁ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହି ଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମେଘ ରାଶି ଲାଗୁଥିବା ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ଏବଂ ଆଣ୍ଟାର୍କଟିକାର ଦକ୍ଷିଣ-ପଶ୍ଚିମ ଭାଗରେ ଦୃଶ୍ୟମାନ ହେବ ।

ଏପ୍ରିଲ ୩୦ରେ ଲାଗିବ ବର୍ଷର ପ୍ରଥମ ଗ୍ରହଣ

3/7
ଏପ୍ରିଲ ୩୦ରେ ଲାଗିବ ବର୍ଷର ପ୍ରଥମ ଗ୍ରହଣ

ଏହି ଆଂଶିକ ସୂର୍ଯ୍ୟ ପରାଗ (Partial Solar Eclipse) ଏପ୍ରିଲ ୩୦ର ମଧ୍ୟରାତ୍ରିରେ ୧୨:୧୫ରେ ଆରମ୍ଭ ହେବ ଓ ମେ ୧ର ସକାଳ ୦୪:୦୭ ପର୍ଯ୍ୟନ୍ତ ଚାଲିବ । ମେଷ ରାଶିରେ ଏହି ଗ୍ରହଣର ପ୍ରଭାବ ସମସ୍ତ ୧୨ଟି ରାଶିର ଉପରେ ରହିବ ଓ ଏଥିରୁ ଏହା ୪ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ । 

ବୃଷ (Taurus)

4/7
ବୃଷ (Taurus)

ବୃଷ (Taurus) ରାଶିର ଲୋକଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ (Solar Eclipse)  ଅତ୍ୟନ୍ତ ଶୁଭ ରହିବ । ସେମାନଙ୍କର ଆର୍ଥିକ ସ୍ଥିତିରେ ଭଲ ଉନ୍ନତିର ସମ୍ଭାବନା ରହିଛି । ଅଟକି ରହିଥିବା କାମଗୁଡିକ ଶୀଘ୍ର ହେବ ।  ଉଭୟ ଚାକିରିଆ ଓ ବ୍ୟବସାୟୀମାନେ ଉପକୃତ ହେବେ । ରିଅଲ ଇଷ୍ଟେଟରେ ନିବେଶ କରିବା ପାଇଁ ଏହା ଏକ ଭଲ ସମୟ ।

କର୍କଟ (Cancer)

5/7
କର୍କଟ (Cancer)

କର୍କଟ (Cancer) ରାଶିର ଲୋକଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ (Solar Eclipse) ଭାଗ୍ୟ ବୃଦ୍ଧି କରିବ । ସେମାନେ କାର୍ଯ୍ୟରେ ସଫଳତା ପାଇବେ, ସମ୍ମାନ ବୃଦ୍ଧି ପାଇବ । ଏହା କୁହାଯାଇପାରେ ଯେ ସେମାନେ ସେମାନଙ୍କର ଦକ୍ଷତା ଦେଖାଇବାକୁ ଏକ ସୁଯୋଗ ପାଇବେ ଓ ଏହାର ଲାଭ ମଧ୍ୟ ପାଇବେ । ପଦୋନ୍ନତି ହୋଇପାରେ ।

ତୁଳା (Libra)

6/7
ତୁଳା (Libra)

ତୁଳା (Libra) ରାଶିର ଲୋକଙ୍କ କ୍ୟାରିୟର ପାଇଁ ଏହି ସୂର୍ଯ୍ୟ ପରାଗ (Solar Eclipse) ବହୁତ ଭଲ ରହିବ । ସେମାନେ ପଦୋନ୍ନତି ପାଇପାରନ୍ତି ଓ କିଛି ବଡ଼ ସୁଯୋଗ ପାଇପାରନ୍ତି । ଯେଉଁମାନେ ପାର୍ଟନରଶିପରେ କାମ କରନ୍ତି ସେମାନେ ମଧ୍ୟ ଉପକୃତ ହୋଇପାରେ । ଲକ୍ଷ୍ୟ ପଛରେ ଗୋଡ଼ାଉଥିବା ଲୋକମାନେ ସଫଳତା ପାଇବେ ।

ଏହା ବି ପଢ଼ନ୍ତୁ:-ପୁଣି ଫେରୁଛି କୋରୋନା! ଏହି ଦେଶର ୩ କୋଟି ଲୋକଙ୍କୁ କରାଯାଇଛି ଗୃହବନ୍ଦୀ

ଏହା ବି ପଢ଼ନ୍ତୁ:-ଖୁସି ଖବର! ଗାଡ଼ି ଚାଳକଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଗଡକରୀ ଦେଲେ ଏହି ବଡ଼ ସୂଚନା

ଏହା ବି ପଢ଼ନ୍ତୁ:-ୟୁକ୍ରେନ ପରେ ପୁଟିନଙ୍କ ପରବର୍ତ୍ତୀ ଟାର୍ଗେଟ ହେଉଛି ଏହି ଦେଶ, ଜାଣନ୍ତୁ କ'ଣ ରହିଛି ଋଷର ପ୍ଲାନ୍

ଏହା ବି ପଢ଼ନ୍ତୁ:-୫୦୦ ଟଙ୍କାରୁ କମ୍ ଦାମରେ ବିକ୍ରି ହେଉଛି AC! ତୁରନ୍ତ ଏହି ଡିଲର ଉଠାନ୍ତୁ ଲାଭ

ଧନୁ (Sagittarius)

7/7
ଧନୁ  (Sagittarius)

ଏହି ସୂର୍ଯ୍ୟ ପରାଗ (Solar Eclipse) ଧନୁ (Sagittarius) ରାଶିର ଲୋକଙ୍କୁ ଉପକୃତ କରିବ । କ୍ୟାରିୟରରେ ସଫଳତା ପାଇପାରନ୍ତି । ବିଶେଷକରି ସରକାରୀ ଚାକିରିରେ ଥିବା ଲୋକମାନେ ବଡ଼ ଲାଭ ପାଇପାରନ୍ତି । ଏଥି ସହିତ ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଇଁ ଏକ ନୂତନ ପ୍ରୋଜେକ୍ଟରେ କାର୍ଯ୍ୟ କରିପାରନ୍ତି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାର ପୃଷ୍ଟି କରେ ନାହିଁ ।)