Advertisement
photoDetails0hindi

କ୍ଷମା ମାଗିଲେ 'କାଚା ବାଦାମ' ଗୀତର ଗାୟକ ଭୁବନ, କହିଲେ-ମୁଁ ପୁଣି ବାଦାମ ବିକିବି

Kacha Badam Singer Bhuban Badyakar Apologizes: ଆପଣଙ୍କୁ କହିରଖୁଛୁ ଯେ, 'କଚା ବାଦାମ' ଗୀତ ହିଟ୍ ହେବା ପରେ ଭୁବନ ଜଣେ ସେଲିବ୍ରିଟି ହୋଇପାରିଛନ୍ତି ଓ ଲୋକମାନେ ତାଙ୍କ ସହ ଫଟୋ ଉଠାଉଛନ୍ତି, କେବଳ ଏତିକି ନୁହେଁ, ତାଙ୍କୁ ପଶ୍ଚିମବଙ୍ଗ ପୋଲିସ ମଧ୍ୟ ସମ୍ମାନିତ କରିଛି । ଏଥିସହ ତାଙ୍କୁ ଏକ ମ୍ୟୁଜିକ୍ କମ୍ପାନୀରୁ ୩ ଲକ୍ଷ ଟଙ୍କାର ଚେକ୍ ମଧ୍ୟ ମିଳିଛି ।

1/8

କୋଲକାତା: Kacha Badam Singer Bhuban Badyakar Apologizes: 'କାଚା ବାଦାମ' ଗୀତର ଗାୟକ ଭୁବନ ବଡୟାକର (Bhuban Badyakar) କହିଛନ୍ତି ଯେ, ସେ ପୁଣି ବାଦାମ ବିକ୍ରି କରିବେ । ହଠାତ୍ ଲୋକପ୍ରିୟତାର ପ୍ରଭାବରେ ଭୁବନ କିଛି ଦିନ ପୂର୍ବରୁ କହିଥିଲେ ଯେ ସେ ଜଣେ ସେଲିବ୍ରିଟି ପାଲଟିଛନ୍ତି, ତେଣୁ ସେ ଆଉ ଚିନାବାଦାମ ବିକ୍ରୟ କରିବେ ନାହିଁ କାରଣ ସେ ଯଦି ଏପରି କରିବେ ତେବେ ଲୋକମାନେ ତାଙ୍କ ମଜାକ ଉଡ଼ାଇବେ । ତାଙ୍କର ଏହି ବୟାନ ସୋସିଆଲ ମିଡିଆରେ ଏକ ବିତର୍କ ସୃଷ୍ଟି କରିଥିଲା । କିଛି ଲୋକ କହିଥିଲେ ଯେ ଏହି କାର୍ଯ୍ୟ ଯୋଗୁଁ ଆଜି ଦୁନିଆ ତାଙ୍କୁ ଜାଣନ୍ତି । ତେଣୁ ଚିନାବାଦାମ ବିକ୍ରୟ କରିବାରେ ତାଙ୍କୁ ଲଜ୍ଜା କରିବା ଉଚିତ୍ ନୁହେଁ ।

2/8

ଭୁବନଙ୍କ (Bhuban Badyakar) ଆଖି ଖୋଲିଛି ଓ ସେ କହିଛନ୍ତି ଯେ, "ମୁଁ ଆଜି ଯାହା ଅଛି, ତାହା ଆପଣ ସମସ୍ତଙ୍କ ପାଇଁ । ଭୁବନ କହିଛନ୍ତି, ମୁଁ ସେଲିବ୍ରିଟିଙ୍କ ଅର୍ଥ ବୁଝି ନଥିଲି । ଅସୁବିଧା ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି । ମୁଁ ନିଶ୍ଚିତ ଭାବରେ ପୁନର୍ବାର ଚିନାବାଦାମ ବିକ୍ରି କରିବି । ଆଜି ସମସ୍ତେ ମୋ ସାଥିରେ ଅଛନ୍ତି, ଯେଉଁ ଦିନ ସେମାନେ ସମସ୍ତେ ଚାଲିଯିବେ, ମୁଁ ପୁନର୍ବାର ଚିନାବାଦାମ ଓ ଶୁଖିଲା ଫଳ ବିକ୍ରି କରିବି ।"

 

3/8

ନିକଟ ଅତୀତରେ ଏକ ସଡ଼କ ଦୁର୍ଘଟଣାରେ  ଭୁବନ ବଡୟାକର (Bhuban Badyakar) ଆହତ ହୋଇଥିଲେ । ସେ ନିଜ ଦୁର୍ଘଟଣା ଉପରେ ଏକ ନୂଆ ଗୀତ ରଚନା କରିଛନ୍ତି । ଏହି ଗୀତର ଲିରିକ୍ସ ହେଉଛି 'ଆମାର ନୂତନ ଗାଡ଼ି' ଅର୍ଥାତ୍ ମୋର ନୂତନ ଗାଡ଼ି । ଏହା ପରେ ତାଙ୍କୁ ବହୁତ ଟ୍ରୋଲ କରାଯାଉଛି ।

4/8

ଭୁବନ ବଡୟାକର (Bhuban Badyakar) ଙ୍କ ଗୀତ ଉପରେ ମନ୍ତବ୍ୟ ଦେଇ ଜଣେ ୟୁଜର୍ସ ଲେଖିଛନ୍ତି - ଦୁର୍ଘଟଣା ପରେ ମାନସିକ ସନ୍ତୁଳନ ମଧ୍ୟ ଖରାପ ହୋଇଯାଇଛି । ଜଣେ ଲେଖିଛନ୍ତି - ଏହା କେବଳ ଏ ପର୍ଯ୍ୟନ୍ତ ଯାତ୍ରା ଥିଲା, ବର୍ତ୍ତମାନ ଆପଣଙ୍କର ଅବସ୍ଥା ମଧ୍ୟ ରାନୁ ମଣ୍ଡଳ ପରି ହେବ । ସେହି ସମୟରେ ଜଣେ ୟୁଜର୍ସ ଲେଖିଛନ୍ତି- ଆପଣ ପ୍ରସିଦ୍ଧ ହେବା ପାଇଁ କିଛି ବି ଗାଇବେ?

5/8

ନିକଟ ଅତୀତରେ ଭୁବନ ବଡୟାକର (Bhuban Badyakar) ନୂଆ କାର କିଣିଥିଲେ ଓ ସେ ଗାଡି ଚଳାଇବାକୁ ଶିଖୁଥିଲେ । ସେହି ସମୟରେ ତାଙ୍କର ଏକ ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି । 

6/8

ଭୁବନ (Bhuban Badyakar) ଅତୀତରେ କହିଥିଲେ ଯେ ମୁଁ ବର୍ତ୍ତମାନ ଜଣେ ସେଲିବ୍ରିଟି ହୋଇଯାଇଛି । ତେଣୁ ଯଦି ମୋତେ ସେଲିବ୍ରିଟି ଭାବରେ ଚିନାବାଦାମ ବିକ୍ରି କରିବାକୁ ପଡିବ ତେବେ ଏହା ଲଜ୍ଜାଜନକ ହେବ । ମୋର ପଡ଼ୋଶୀମାନେ କହିଛନ୍ତି ଯେ ମୋତେ ଅଧିକ ବାହାରକୁ ଯିବା ଉଚିତ ନୁହେଁ, କାରଣ ମୋତେ କେହି ବି ଅପହରଣ କରିପାରନ୍ତି ।

ଅଧିକ ପଢ଼ନ୍ତୁ:-'କାଚା ବାଦାମ' ଗୀତର ଗାୟକ ଭୁବନ କେତେ ସମ୍ପତ୍ତିର ମାଲିକ, ଜାଣି ଉଡ଼ିଯିବ ଆପଣଙ୍କ ହୋଶ୍!

7/8

'କାଚା ବାଦାମ' (Kacha Badam) ଗୀତର ଗାୟକ ଭୁବନ ବଡୟାକର (Bhuban Badyakar) ଏକ ସାକ୍ଷାତକାରରେ କହିଥିଲେ ଯେ, ଯେତେବେଳେ ସେ ଛୋଟ ପିଲା ଥିଲେ, ସେତେବେଳେ ସେ ଜଣେ ଗାୟକ ହେବାର ସ୍ୱପ୍ନ ଦେଖୁଥିଲେ ଏବଂ ସେମାନଙ୍କ ଦଳରେ ଯୋଗ ଦେଇଥିଲେ, ଯେତେବେଳେ ସେ ଏହି ଦଳ ପାଇଁ ଗୀତ ଗାଇବା ଆରମ୍ଭ କଲେ ତାଙ୍କ ଉପରେ ବିବାହ ପରର ଦାୟିତ୍ୱ ଆସିବା ଆରମ୍ଭ କଲା ଏବଂ ଏହା ପରେ ସେ ଗୀତ ଗାଇବା ଛାଡ଼ି ଦେଇଥିଲେ । 

ଏହା ବି ପଢ଼ନ୍ତୁ:-ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ନେଇ ଋଷ ଦେଲା ବହୁତ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଭାଗବନ୍ତ ମାନ, ଯାହାଙ୍କୁ ମିଳୁଛି ପଞ୍ଜାବ ସିଏମର ଗାଦି

ଏହା ବି ପଢ଼ନ୍ତୁ:-ବଡ଼ ଖୁସି ଖବର, ମାର୍ଚ୍ଚ ୧୬ରେ ସରକାରୀ କର୍ମଚାରୀଙ୍କୁ ମିଳିବ ଉପହାର! ଖାତାରେ ଆସିବ ପୂରା ୩୮,୬୯୨ ଟଙ୍କା

ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଋଷର ସେନା, ସୈନ୍ୟକୁ ନେଇ କହିଲା ଏହି ବଡ଼ କଥା

 

8/8

ଆପଣଙ୍କୁ କହିରଖୁଛୁ ଯେ, 'କଚା ବାଦାମ' ଗୀତ ହିଟ୍ ହେବା ପରେ ଭୁବନ ଜଣେ ସେଲିବ୍ରିଟି ହୋଇପାରିଛନ୍ତି ଓ ଲୋକମାନେ ତାଙ୍କ ସହ ଫଟୋ ଉଠାଉଛନ୍ତି, କେବଳ ଏତିକି ନୁହେଁ, ତାଙ୍କୁ ପଶ୍ଚିମବଙ୍ଗ ପୋଲିସ ମଧ୍ୟ ସମ୍ମାନିତ କରିଛି । ଏଥିସହ ତାଙ୍କୁ ଏକ ମ୍ୟୁଜିକ୍ କମ୍ପାନୀରୁ ୩ ଲକ୍ଷ ଟଙ୍କାର ଚେକ୍ ମଧ୍ୟ ମିଳିଛି ।