Advertisement
Photo Details/zeeodisha/odisha2014351
photoDetails0hindi

2023 Earthquakes List: ଭୂମିକମ୍ପରେ ଥରିଉଠିଛି ୨୦୨୩; ଜାଣନ୍ତୁ କେଉଁଠି ସୃଷ୍ଟି ହୋଇଥିଲା ତାଣ୍ଡବ

List of Earthquake in 2023: ଆଉ କିଛି ଦିନ ପରେ ବିଦାୟ ନେବାକୁ ଯାଉଛି ବର୍ଷ ୨୦୨୩। ବର୍ତ୍ତମାନ ୨୦୨୩ ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ରହିଛି। ଚଳିତ ବର୍ଷ ଏପରି ଅନେକ ଘଟଣା ଘଟିଛି ଯାହା ସର୍ବଦା ସ୍ମରଣୀୟ ହୋଇ ରହିବ। ଚଳିତ ବର୍ଷ କ୍ରମାଗତ ଭାବରେ ଅନେକ ଭୂକମ୍ପ ଘଟିଥିଲା। ​​ଯାହା ଲୋକଙ୍କ ହୃଦୟକୁ ଥରାଇ ଦେଇଥିଲା। ଏହି ଭୂକମ୍ପ ତୁର୍କୀ ଏବଂ ସିରିଆ ଠାରେ ସର୍ବାଧିକ ତାଣ୍ଡବ ମଚାଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେ ଆମେ ଆପଣଙ୍କୁ ଚଳିତ ବର୍ଷ ବିଶ୍ୱର ବିଭିନ୍ନ ଦେଶରେ ତାଣ୍ଡବ ମଚାଇଥିବା ସର୍ବାଧିକ ପ୍ରଳୟଙ୍କାରୀ ଭୂମିକମ୍ପ ବିଷୟରେ କହୁଛୁ। 

1/5

୧.ତୁର୍କୀ-ସିରିୟା: ଗତ ଫେବୃଆରୀ ୬ ତାରିଖରେ ତୁର୍କୀ-ସିରିୟା ଠାରେ ୭.୮ ତୀବ୍ରତା ବିଶିଷ୍ଟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ପ୍ରଳୟଙ୍କାରୀ ଭୂମିକମ୍ପରେ ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ କୋଟି କୋଟି ଟଙ୍କା ମୂଲ୍ୟର ଧନ ଜୀବନ ନଷ୍ଟ ହୋଇଥିାଲା।

 

2/5

୨.ନେପାଳ: ଗତ ଜାନୁଆରୀ ୨୪ ତାରିଖରେ ନେପାଳ ଠାରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର କମ୍ପନ ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ଠାରେ ମଧ୍ୟ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ କୌଣସି ଧନ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନାହିଁ।

3/5

୩. ଆଫଗାନିସ୍ତାନ: ଗତ ମାର୍ଚ୍ଚ ୩୧ ତାରିଖରେ ଆଫଗାନିସ୍ତାନ ଠାରେ ୬.୮ ତୀବ୍ରତା ବିଶିଷ୍ଟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ପ୍ରଭାବ ଜାମୁ କାଶ୍ମୀର, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଆଦି ରାଜ୍ୟରେ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି।

 

4/5

୪. ଦିଲ୍ଲୀ-ଏନସିଆର: ଗତ ଅକ୍ଟୋବର ୩ ତାରିଖରେ ନେପାଳ ଠାରେ ୪.୬ ଏବଂ ୬.୨ ତୀବ୍ରତା ବିଶିଷ୍ଟ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର କମ୍ପନ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ୧୭ ଜଣ ଆହତ ହୋଇଥିଲେ। ଅନେକ ଘର ସହ ରାସ୍ତା ଘାଟ ଭୂକମ୍ପ କାରଣରୁ ନଷ୍ଟ ହୋଇଥିଲା।

 

5/5

୫. ନେପାଳ: ଗତ ନଭେମ୍ବର ୩ ତାରିଖରେ ନେପାଳ ଠାରେ ୬.୪ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଯାହା ପରେ ୩୮୨ ଥରରୁ ଅଧିକ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ୧୦୦ ଜଣରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଘରଦ୍ୱାରା ଭାଙ୍ଗି ଯାଇଥିଲା।