Advertisement
Photo Details/zeeodisha/odisha2015593
photoDetails0hindi

Helicopter Helipad: ହେଲିପ୍ୟାଡ୍ ଠାରେ ଏକ ବୃତ୍ତ ଭିତରେ କାହିଁକି H ଲେଖାଯାଏ? ଜାଣନ୍ତୁ ଏହା ପଛର କାରଣ

Helicopter Helipad Facts: ଆପଣ ନିଶ୍ଚୟ ବିମାନ ଏବଂ ହେଲିକ୍ୟାପ୍ଟର ଆକାଶରେ ଉଡୁଥିବାର ଦେଖିଥିବେ। ଉଡ଼ାଣ ଭରିବା ପାଇଁ ବିମାନ ପ୍ରଥମେ ରନୱେ ଠାରେ ଦ୍ରୁତ ବେଗରେ ଦୌଡ଼ିଥାଏ। ପରେ ଡେଣା ସହାୟତାରେ ଆକାଶକୁ ଉଠି ଉଡାଣ ଭରିବା ଆରମ୍ଭ କରିଥାଏ। ସେହିଭଳି ରନୱେ ଠାରେ ଅବତରଣ କରିଥାଏ ବିମାନ।

 

1/5

ହେଲେ ଉଡାଣ କିମ୍ବା ଅବତରଣ ଭରିବା ମାମଲାରେ ହେଲିକ୍ୟାପ୍ଟର ବିମାନ ଅପେକ୍ଷା ଅପେକ୍ଷାକୃତ ଭଲ। କାରଣ ହେଲିକ୍ୟାପ୍ଟର ଯେ କୌଣସି ସ୍ଥାନରୁ ଉଡାଣ ଭରିପାରିବ କିମ୍ବା ଯେକୌଣସି ସ୍ଥାନରେ ଅବତରଣ କରିପାରିବ। ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଯେଉଁଠାରେ ହେଲିକପ୍ଟର ଅବତରଣ କରିଥାଏ ସେଠାକାର ଭୂମିରେ ଏକ ବିଶେଷ ପ୍ରକାରର ଚିହ୍ନ ତିଆରି ହୋଇଥାଏ।

 

2/5

ଏହି ଚିହ୍ନ ଆକାରରେ ଦେଖିବାକୁ ବୃତ୍ତାକାର ହୋଇଥାଏ। ଯାହା ସୂଚାଇ ଦେଇଥାଏ ଯେ ହେଲିକ୍ୟାପ୍ଟର ଏହି ବୃତ୍ତାକାର କ୍ଷେତ୍ର ଭିତରେ ଅବତରଣ କରିବ। ଇଂରାଜୀ ଅକ୍ଷର H ଏହି ବୃତ୍ତାକାର କ୍ଷେତ୍ର ମଧ୍ୟରେ ଲେଖାଯାଇଥାଏ। ହେଲେ  କେବେ ଆପଣ ଚିନ୍ତା କରିଛନ୍ତି କି ହେଲିକ୍ୟାପ୍ଟର ଅବତରଣ କରୁଥିବା ସ୍ଥାନରେ କାହିଁକି H ଲେଖା ଯାାଇଥାଏ? ଗୋଟିଏ ଦୃଷ୍ଟିକୋଣରୁ, ଅବତରଣ ପାଇଁ L ଅକ୍ଷର କିମ୍ବା ପାର୍କିଂ ପାଇଁ P ଅକ୍ଷର ରହିବା ଆବଶ୍ୟକ। ହେଲେ ହେଲିପ୍ୟାଡ୍ ଠାରେ ବୃତ୍ତାକାର କ୍ଷେତ୍ର ମଧ୍ୟରେ  H ଲେଖାଯିବା ପଛରେ କେଉଁ କାରଣ ରହିଛି?

3/5

ବିଶ୍ୱର ସମସ୍ତ ଦେଶରେ ହେଲିକପ୍ଟର ଅବତରଣ ପାଇଁ ପ୍ରସ୍ତୁତ କରାଯାଉଥିବା ହେଲିପ୍ୟାଡ ଠାରେ H ଲେଖାଯାଇଥାଏ। ସାଧାରଣତଃ ହେଲିକ୍ୟାପ୍ଟର କେବଳ VVIP ଲୋକଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ। ସେମାନଙ୍କ ପାଇଁ ସବୁ ସ୍ଥାନରେ କିଛି ବିଶେଷ ବ୍ୟବସ୍ଥା କରାଯାଇଥାଏ। ବେଳେବେଳେ ଅସ୍ଥାୟୀ ହେଲିପ୍ୟାଡ୍ ମଧ୍ୟ ନିର୍ମାଣ କରାଯାଏ। ବ୍ୟବସ୍ଥା ଅନୁଯାୟୀ VVIP ଲୋକଙ୍କ ସମୟ ଅତ୍ୟନ୍ତ ମୂଲ୍ୟବାନ ବୋଲି ବିବେଚନା କରାଯାଏ।

4/5

ସେଥିପାଇଁ କୌଣସି ସ୍ଥାନରେ VVIP ଲୋକଙ୍କ ପାଇଁ ବ୍ୟବସ୍ଥା କରିବାବେଳେ ସେମାନଙ୍କର ସମୟ ଯେପରି ନଷ୍ଟ ନହେବା ସେଥିପାଇଁ ବିଶେଷ ଯତ୍ନ ନିଆଯାଏ। ସେଥିପାଇଁ ସେମାନଙ୍କ ପାଇଁ ଏକ ପୃଥକ ପଥ ଏବଂ ଗେଟ୍ ତିଆରି କରାଯାଏ। ସେମାନଙ୍କ ବସିବା ପାଇଁ ମଧ୍ୟ ଅଲଗା ଚେୟାର ବ୍ୟବସ୍ଥା କରାଯାଇଥାଏ।

5/5

ହେଲିକପ୍ଟର ଅବତରଣ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡ ଠାରେ ରହିଥିବା ବୃତ୍ତାକାର କ୍ଷେତ୍ରରେ H ଅକ୍ଷର ଲେଖି ଚାଳକଙ୍କୁ ସୂଚିତ କରାଯାଇଥାଏ ଯେ ହେଲିକ୍ୟାପ୍ଟର ମୁହଁ କେଉଁ ପାର୍ଶ୍ୱରେ ରଖାଯିବ ଏବଂ କେଉଁ ପାର୍ଶ୍ୱରେ ଏହାର ଲାଞ୍ଚ ରହିବ। ଯାହାଫଳରେ VVIP ଲୋକ ହେଲିକପ୍ଟର ମଧ୍ୟରୁ ଅବତରଣ କରିବା ମାତ୍ରେ ଆୟୋଜକ ସେମାନଙ୍କୁ ଗ୍ରହଣ କରିଥାନ୍ତି। ବିନା କୌଣସି ସମୟ ନଷ୍ଟ ନକରି ସେ ସଠିକ୍ ଦିଗକୁ ଯାଇପାରେ। ମୋଟ ଉପରେ କହିବାକୁ ହେଲିପ୍ୟାଡ୍ ଠାରେ ରହିଥିବା H ଚିହ୍ନ ପାଇଲଟ୍ ପାଇଁ ନୁହେଁ ବରଂ ହେଲିକପ୍ଟର ଯୋଗେ ଆସୁଥିବା VVIP ଲୋକଙ୍କ ସୁବିଧା ପାଇଁ ଲେଖାଯାଇଥାଏ।