Advertisement
photoDetails0hindi

WPL Auction: ମହିଳା ପ୍ରିମିୟର ଲିଗରେ ଏମାନେ ହେଉଛନ୍ତି ୫ ମହଙ୍ଗା ଖେଳାଳି, ଦେଖନ୍ତୁ ପୂରା ଲିଷ୍ଟ

WPL Auction: ବର୍ତ୍ତମାନ ଆମେ ଆପଣଙ୍କୁ ସେହି ୫ ଖେଳାଳିଙ୍କ ବିଷୟରେ ସୂଚନା ଦେଉଛୁ, ଯାହା ଉପରେ WPL ନିଲାମ ସମୟରେ ସର୍ବାଧିକ ଟଙ୍କା ବର୍ଷା ହୋଇଛି । ଏହି ତାଲିକାରେ 3 ଜଣ ଭାରତୀୟ ଥିବାବେଳେ ଜଣେ ଅଷ୍ଟ୍ରେଲିଆ ଓ ଜଣେ ଇଂଲଣ୍ଡ ଖେଳାଳି ଅଛନ୍ତି । ଦେଖନ୍ତୁ ପୂରା ଲିଷ୍ଟ…

1/5

WPL Auction 2023: ମହିଳା ପ୍ରିମିୟର ଲିଗ୍ ପାଇଁ ସୋମବାର ଦିନ ଖେଳାଳିଙ୍କୁ ବିଡ୍ କରାଯାଇଥିଲା । ଏଥିରେ ସବୁଠାରୁ ମହଙ୍ଗା ଖେଳାଳି ଥିଲା ସ୍ମୃତି ମନ୍ଦନା, ଯାହାଙ୍କ ଉପରେ କୋଟି କୋଟି ବର୍ଷା ହୋଇଥିଲା । ସମସ୍ତ ଦଳ ତାଙ୍କୁ କିଣିବାକୁ ଚାହୁଁଥିଲେ, କିନ୍ତୁ ଶେଷରେ ଆରସିବି ତାଙ୍କୁ ୩.୪ କୋଟି ଟଙ୍କାରେ ବିଡ୍ କରିଥିଲା ।

2/5

WPL ରେ ଇଂଲଣ୍ଡ ଭେଟେରାନ ନାଟାଲୀ ସ୍କିଭର ବ୍ରଣ୍ଟ (Nat Sciver-Brunt) WPL ରେ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇପାରିଛନ୍ତି, ଯାହାକୁ MI ଦ୍ୱାରା ୩.୨ କୋଟି ଟଙ୍କାରେ ବିଡ୍ କରଯାଇଛି ।

3/5

WPL ରେ ତୃତୀୟ ମହଙ୍ଗା ଖେଳାଳି ହୋଇଛନ୍ତି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଆଶଲି ଗାର୍ଡନର (Ashleigh Gardner) । ତାଙ୍କୁ ଗୁଜରାଜ ଜଏଣ୍ଟସ୍ ୩.୨୦ କୋଟିରେ କିଣିଛି ।

4/5

WPL ରେ ଚତୃର୍ଥ ମହଙ୍ଗା ଖେଳାଳି ହୋଇଛନ୍ତି ଭାରତୀୟ ମହିଳା ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା (Deepti Sharma) । ତାଙ୍କୁ ୟୁପି ୱାରିୟର୍ସ ୨ କୋଟି ୬୦ ଲକ୍ଷ ଟଙ୍କାରେ କିଣିଛି ।

5/5

ଟିମ୍ ଇଣ୍ଡିଆର ଓପନର୍ ଜେମିମା ରୋଡ୍ରିଗୁସ୍ (Jemimah Rodrigues) ପଞ୍ଚମ ମହଙ୍ଗା ଖେଳାଳି ହୋଇଛନ୍ତି । ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି ।