Advertisement
Photo Details/zeeodisha/odisha1673370
photoDetails0hindi

World's Most Expensive Water: ବିଶ୍ବର ସବୁଠୁ ମହଙ୍ଗା ପାଣିର ଲିଟର ପିଛା ଦର କେତେ? ଜାଣନ୍ତୁ

World's Most Expensive Water News In Odia: ଉଦ୍ଭିଦ ,ପଶୁ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ବାୟୁ ଏବଂ ଜଳ (Water)ଅତ୍ୟନ୍ତ ଆବଶ୍ୟକ। ଆମ ଶରୀରରେ ୭୦ ଭାଗ ଜଳ(Water) ହିଁ ରହିଛି । ଜଳର(Water) ବ୍ୟବହାର ଆମର ଦୈନନ୍ଦିନ ଜୀବନରେ ମଧ୍ୟ ରହିଛି । ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। ଯଦିଓ ଜଳର ମୂଲ୍ୟ ବିଷୟରେ କେହି ଆଲୋଚନା କରନ୍ତି ନାହିଁ । ଆମ ଦେଶରେ ଜଳର ମୂଲ୍ୟ ଖୁବ୍ କମ୍ ରହିଛି । କିନ୍ତୁ ଆଜି ଆମେ ଏପରି ଏକ ଜଳ ବିଷୟରେ ଆପଣଙ୍କୁ କହିବୁ । ଯେଉଁ ପାଣି ବା ଜଳର ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯାହାର ମୂଲ୍ୟ ଆକାଶକୁ ଛୁଆଁ ବୋଲି କୁହାଯାଇପାରିବ(Expensive Water)।

1/5

ତେବେ, ବିଶ୍ବର ମହଙ୍ଗା ପାଣିର ନାଁ ହେଉଛି ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନି( Acqua di Cristallo Tributo a Modigliani)। ଏହା ଦୁନିଆର ସବୁଠାରୁ ମହଙ୍ଗା ଜଳ ବୋଲି କୁହାଯାଏ। 

2/5

ଏହାର ମୂଲ୍ୟ ହେତୁ ଏହି ଜଳର ନାମ ବିଶ୍ୱ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଛି । ବାସ୍ତବରେ, ମାର୍ଚ୍ଚ ୨୦୧୦ ରେ, ଏହି କମ୍ପାନୀର ଏକ ବୋତଲ ନିଲାମ କରାଯାଇଥିଲା,ଯାହା ସେହି ସମୟରେ ୬୦ ହଜାର ଆମେରିକୀୟ ଡଲାରରେ ବିକ୍ରି ହୋଇଥିଲା ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୪୯ ଲକ୍ଷ ଟଙ୍କା । 

3/5

ବାସ୍ତବରେ ଏହି ବୋତଲରେ ଥିବା  ପାଣିରେ ସୁନା ପରି ଦିଶୁଥିବା କିଛି ଜିନିଷ ମିଶାଯାଇଥାଏ। ଯେଉଁ କାରଣରୁ ଏହି ବୋତଲର ଜଳ କ୍ଷାରୀ ହୋଇଯାଏ।  ଏବଂ ମୂଲ୍ୟ ମଧ୍ୟ ଅଧିକ ଥାଏ। ତେବେ, ବର୍ତ୍ତମାନ ଏହି ବୋତଲେ ଥିବା ଲିଟର ପିଛା ଜଳର ଦାମ୍ ୪୫ ଲକ୍ଷ ବୋଲି କୁହାଯାଉଛି।

 

4/5

ଏହି ପାଣି ପିଇବା ଦ୍ବାରା ମଣିଷର ଆୟୁସ ବଢିଥାଏ।  କେବଳ ସେତିକି ନୁହେଁ,ଏହି ଜଳକୁ ସାଧାରଣତଃ (Fiji) ଫ୍ରିଜି, (France ) ଫ୍ରାନ୍ସ ଓ ଆଇସଲାଣ୍ତ(Iceland)ରୁ ସଂଗ୍ରହ କରାଯାଇଥାଏ । ଯାହା ଦୁନିଆର ସବୁଠାରୁ ପରିଷ୍କାର ସ୍ଥାନ ଅଟେ । ପରେ ଏହାକୁ ସୁଦ୍ଧ କରାଯାଇଥାଏ ।  

5/5

ଏବଂ ଏହି ପାଣିକୁ ଦାମୀ ବୋତଲ ନିର୍ମାତା ଫର୍ନାଣ୍ଡୋ ଆଲ୍ଟାମିରାନୋଙ୍କ (Fernando Altamirano) କମ୍ପାନୀ ଦ୍ବାରା ପ୍ୟାକିଂ କରାଯାଇଥାଏ । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ପାଣି ସୁନା ବୋତଲରେ ସିଲ୍ ହୋଇ ମାର୍କେଟକୁ ଆସିଥାଏ। ଯାହାର ଦାମ୍ ବଜାରରେ ୪୫ ଲକ୍ଷ ଟଙ୍କା ରହିଛି ।