Advertisement
photoDetails0hindi

Income tax: ଏହି ସବୁ ଦେଶରେ ସରକାରଙ୍କୁ ଦେବାକୁ ପଡ଼େ ନାହିଁ ଟ୍ୟାକ୍ସ

Income tax: ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠାରେ ଲୋକଙ୍କୁ ନିଜ ଆୟର କିଶି ଅଂଶ ସରକାରଙ୍କୁ ଟ୍ୟାକ୍ସ ଆକାରରେ ଦେବାକୁ ପଡ଼ିଥାଏ । କିନ୍ତୁ ଏପରି କିଛି ଦେଶ ଅଛି ଯେଉଁଠାରେ ସରକାର ସାଧାରଣ ଜନତାଙ୍କଠାରୁ ଆୟକର ବା ଟ୍ୟାକ୍ସ(Income tax) ସଂଗ୍ରହ କରନ୍ତି ନାହିଁ ।

1/5

ମୋନାକୋ (Monaco): ଏଥିରେ ସବୁଠୁ ପ୍ରଥମ ଦେଶ ଭାବେ ନାଁ ଆସେ ମୋନାକୋ । ଏହା ବିଶ୍ବର ସବୁଠାରୁ ଛୋଟ ଦେଶ ଅଟେ । ଯେଉଁଠାରେ ସରକାର ଲୋକଙ୍କଠାରୁ କୌଣସି ପ୍ରକାର ଟ୍ୟାକ୍ସ ସଂଗ୍ରହ କରନ୍ତି ନାହିଁ। କିନ୍ତୁ ଜୀବନଯାପନ ଦୃଷ୍ଟିକୋଣରୁ ଏହା ଦାମୀ ଦେଶ ତାଲିକାରେ ଆସେ ।

2/5

ବହାରେନ(Bahrain): ବହାରେନ ହେଉଛି ଏକ ଛୋଟ ଦ୍ବୀପପୁଞ୍ଜ । ଯାହାକି ୫୦ଟି ପ୍ରାକୃତିକ ଦ୍ବୀପ ଓ ୨୨ଟି କୃତ୍ରିମ ଦ୍ବୀପକୁ ନେଇ ଗଠିତ । ଏହି ଦେଶ ତୈଳ ରପ୍ତାନୀ ପାଇଁ ବେଶ ଜଣାସୁଣା । ଏଠାରେ ମଧ୍ଯ କୌଣସି ଆୟକର ବା ଟ୍ୟାକ୍ସ ସଂଗ୍ରହ କରାଯାଏ ନାହିଁ ।

3/5

ବେରମୁଣ୍ତା (Bermuda): ଏଠିକାର ବାସିନ୍ଦା ମାନଙ୍କୁ ମଧ୍ଯ କୌଣସି ଆୟକର ଦେବାକୁ ପଡ଼ିନଥାଏ । କେବେଳ ଏତିକି ନୁହେଁ ଏଠାରେ ବେତନ ଟିକସ(Payroll tax) ମଧ୍ଯ ଦେବାକୁ ପଡ଼ିନଥାଏ ।

4/5

କତାର(Qatar ): ସମୃଦ୍ଧ ଦେଶ ମଧ୍ଯରୁ କତାର ଅନ୍ୟତମ। ତୈଳ କୂଅ ପାଇଁ ଏହା ବେଶ ଜଣାସୁଣା । ଏଠାରେ ବାସିନ୍ଦା ମାନଙ୍କୁ ସେମାନଙ୍କ ଦରମା ଓ ମଜୁରୀରୁ କୌଣସି ପ୍ରକାର ଟ୍ୟାକ୍ସ ଦେବାକୁ ପଡ଼ିନଥାଏ ।

5/5

ବାହାମାସ(The Bahamas): ଏହାର ପର୍ଯ୍ୟଟନ ପାଇଁ ଜଣାଶୁଣା । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକେ ଏଠାକୁ ବୁଲିବାକୁ ଆସିଥାଆନ୍ତି । ପର୍ଯ୍ୟଟକଙ୍କ ପାଇଁ ଏହି ଦେଶ ବେଶ ଲାଭବାନ ହୋଇଥାଏ । ଏଠାରେ ରହୁଥିବା ଲୋକଙ୍କୁ ମଧ୍ଯ ସରକାରଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିନଥାଏ ।