Advertisement
Photo Details/zeeodisha/odisha1606676
photoDetails0hindi

Dream Astrology: ସ୍ୱପ୍ନରେ ଦେଖୁଛନ୍ତି କି ଜଳନ୍ତା ଜୁଇ, ତେବେ ଜାଣିରଖନ୍ତୁ କ'ଣ ଘଟିବ ଭବିଷ୍ୟତରେ

Dream Astrology News In Odia: ପ୍ରତିଟି ମଣିଷ ନିଜ ଭାଗ୍ୟ ଓ ଭବିଷ୍ୟତକୁ ନେଇ ଚିନ୍ତାରେ ଥାଏ । ହାତରେଖା ଠୁ ଆରମ୍ଭ କରି ଚାଲିଚଳଣ ଓ ନାମରେ ମଧ୍ୟ ନିଜ ଭାଗ୍ୟକୁ ପରଖିବାର ଶକ୍ତି ରହିଥାଏ। ଏମିତିକି ରାଶି ମଧ୍ୟ ଭାଗ୍ୟ ଭବିଷ୍ୟତକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ। ହେଲେ ଏହା ସହ ସ୍ୱପ୍ନ ମଧ୍ୟ ଆମ ଭାଗ୍ୟ ଭବିଷ୍ୟତକୁ ନିର୍ଦ୍ଧାରଣ କରିଥାଏ। ପ୍ରତିଟି ବ୍ୟକ୍ତି ଶୋଇବା ସମୟରେ ସ୍ୱପ୍ନ ଦେଖିଥାଏ। କେହି କେହି ଖରାପ ସ୍ୱପ୍ନ ଦେଖନ୍ତି କେହି କେହି ଭଲ ସ୍ୱପ୍ନ ଦେଖନ୍ତି । ହେଲେ କିଛି ଏମିତି ସଙ୍କେତ ରହିଛି, କିଛି ଏମିତି ସ୍ୱପ୍ନ ରହିଛି ଯାହା ଦ୍ୱାରା ଅନେକ ଶୁଭ ଓ ଅଶୁଭ ସଙ୍କେତ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେ ସବୁ କଣ...

1/5

ଯଦି ଶୋଇବା ସମୟରେ କୌଣସି ବୟସ୍କ ବ୍ୟକ୍ତିଙ୍କ କୋକେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ବିବେଚନା କରାଯାଏ। ଏମିତି ସ୍ୱପ୍ନ କାରଣରୁ ଆୟୁ ବଢିଥାଏ ବୋଲି ବିବେଚନା କରାଯାଏ । ଯଦି କୌଣସି ବ୍ୟକ୍ତି ରୋଗାଗ୍ରସ୍ତ ହୋଇଥାନ୍ତି ତେବେ ସେମାନେ ଏହି ସ୍ୱପ୍ନ ପରେ ନିରୋଗ ରହିବା ଆରମ୍ଭ କରନ୍ତି।

2/5

ସ୍ୱପ୍ନରେ ଯଦି ଧଳାହାତୀ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଧଳାହାତୀ ଐରାବତ ହୋଇଥାଏ। ଯାହା ଦେବରାଜ ଇନ୍ଦ୍ରଙ୍କ ବାହନ ହୋଇଥାଏ । ସ୍ୱପ୍ନରେ ଐରାବତ ହାତୀ ଆସିବା ଯଶ, ମାନ, ସମ୍ମାନ ଓ ଧନ ଲାଭର ସଙ୍କେତ ଦେଇଥାଏ। 

3/5

ସ୍ୱପ୍ନରେ ଜଳନ୍ତା ଜୁଇ ଦେଖିବା ମଧ୍ୟ ଶୁଭ ହୋଇଥାଏ। ଏପରି ସ୍ୱପ୍ନ ଆସିବା ଅର୍ଥ ନିକଟ ଭବିଷ୍ୟତରେ କିଛି ଭଲ ସୂଚନା ମିଳିବା ଉପରେ ସଙ୍କେତ ଦେଇଥାଏ। ତା ସହ ଧନଲାଭର ସୁଯୋଗ ମଧ୍ୟ ରହିଥାଏ। 

4/5

ହିନ୍ଦୁ ଧର୍ମ ଅନୁସାରେ ନାଗ ସାପକୁ ଦେବତା ବୋଲି ମାନନ୍ତି । ନାଗ ପଞ୍ଚମୀରେ ନାଗ ସାପକୁ ପୂଜା କରାଯାଏ। ସ୍ୱପ୍ନରେ ସାପକୁ ଦେଖିବାର ମାନେ ଏହାର ଅଲଗା ଅଲଗା ଅର୍ଥ ହୋଇଥାଏ। ଧଳାରଙ୍ଗର ସାପ ଦେଖିବା ଅର୍ଥ ଧନପ୍ରାପ୍ତିର ସୂଚନା ମିଳିଥାଏ। 

 

5/5

ଯଦି ସ୍ୱପ୍ନରେ ଜୁଇ ଦେଖୁଛନ୍ତି ତେବେ ଏହାର ଅର୍ଥ ବହୁତ ଖାସ୍ ହୋଇଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଜୁଇ ଦେଖୁଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ। ଏମିତି ସ୍ୱପ୍ନ ଆସିବା ଧନପ୍ରାପ୍ତିର ସୂଚନା ଦେଇଥାଏ। 

(Disclaimer: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଏହି ବିଷୟରେ ଡାକ୍ତରୀ ପରାମର୍ଶ ନେବାକୁ ଆମେ ନମ୍ରତାର ସହିତ ଅନୁରୋଧ କରୁଛୁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)