Advertisement
photoDetails0hindi

Asia Cup: ଏସିଆ କପରେ କେଉଁ ବ୍ୟାଟ୍ସମ୍ୟାନ୍ କରିଛନ୍ତି ସବୁଠୁ ବଡ଼ ସ୍କୋର? ଦେଖନ୍ତୁ ଟପ୍-୫ ଖେଳାଳିଙ୍କ ଲିଷ୍ଟ

Highest individual score in Asia Cup: ଏସିଆ କପ୍ ଇତିହାସରେ ସବୁଠାରୁ ବଡ଼ ବ୍ୟକ୍ତିଗତ ଇନିଂସ ଖେଳିବାର ରେକର୍ଡ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ନାମରେ ରହିଛି । କିଙ୍ଗ୍ କୋହଲିଙ୍କ ପରେ ବାବର ଆଜମ, ୟୁନିସ ଖାନ, ମୁଶାଫିକୁର ରହୀମ ଓ ଶୋଏବ ମଲିକଙ୍କ ନାମ ଟପ୍-୫ ରେ ରହିଛି ।

 

1/6

Asia Cup 2023: ଏସିଆ କପ୍ ର ୧୬ ତମ ସିଜନ୍ ଆରମ୍ଭ ହୋଇଛି । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ୩୦ ଅଗଷ୍ଟରେ ମୁଲତାନରେ ଖେଳାଯାଇଥିଲା । ଏହି ରୋମାଞ୍ଚକର ମ୍ୟାଚରେ ପାକିସ୍ତାନୀ ଦଳ ନେପାଳ ବିପକ୍ଷରେ ୨୩୮ ରନ୍ ବ୍ୟବଧାନରେ ଜିତିବାରେ ସଫଳ ହୋଇଥିଲା ।

 

2/6

ଏସିଆ କପ୍ ଇତିହାସରେ ସବୁଠୁ ବଡ଼ ବ୍ୟକ୍ତିଗତ ଇନିଂସ ଖେଳିଥିବା ପାଞ୍ଚ ଜଣ ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିବାକୁ ଗଲେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ (Virat Kohli) ନାମ ପ୍ରଥମ ସ୍ଥାନରେ ରହିଛି ।  କୋହଲି ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ୧୮୩ ରନ୍ ର ସବୁଠାରୁ ବଡ ଇନିଂସ ଖେଳିଛନ୍ତି । ବିଶେଷ କଥା ହେଉଛି କୋହଲିଙ୍କ ବ୍ୟାଟରୁ ଏହି ଉତ୍କୃଷ୍ଟ ଇନିଂସ ପାକିସ୍ତାନ ବିପକ୍ଷରେ ଆସିଛି । 

3/6

ପାକିସ୍ତାନର ବର୍ତ୍ତମାନର ଅଧିନାୟକ ବାବର ଆଜମ (Babar Azam) ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଚଳିତ ସିଜିନର ପ୍ରଥମ ମ୍ୟାଚରେ ନେପାଳ ବିପକ୍ଷରେ ବାବର ଜୋରଦାର ବ୍ୟାଟିଂ କରିଥିଲେ। ଏହି ସମୟରେ ସେ ୧୩୧ ବଲରେ ୧୫୧ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ । ସେ ନିଜ ଦଳ ପାଇଁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୧୫୧ ରନର ଚମତ୍କାର ଇନିଂସ ଖେଳିଥିଲେ । ଏହା ସହ ସେ ଏସିଆ କପରେ ସବୁଠୁ ବଡ଼ ବ୍ୟକ୍ତିଗତ ଇନିଂସ ଖେଳିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇ ଯାଇଛନ୍ତି ।

 

4/6

ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ୟୁନିସ୍ ଖାନ୍ (Younis Khan) ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୨୦୦୪ ମସିହାରେ ସେ ହଂକଂ କ୍ରିକେଟ୍ ଦଳ ବିପକ୍ଷରେ ଭଲ ବ୍ୟାଟିଂ କରି ୧୪୪ ରନର ଏକ ଇନିଂସ ଖେଳିଥିଲେ ।

 

5/6

ଏସିଆ କପରେ ଚତୁର୍ଥ ସର୍ବାଧିକ ଇନିଂସ ଖେଳିଥିବା ଖେଳାଳି ହେଉଛନ୍ତି ବାଂଲାଦେଶ କ୍ରିକେଟ୍ ଦଳର ବର୍ତ୍ତମାନର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମୁଶାଫିକୁର ରହୀମ (Mushfiqur Rahim) । ରହୀମ ୨୦୧୮ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଏକ ମ୍ୟାଚରେ ୧୪୪ ରନ ଖେଳିଥିଲେ ।

6/6

ପାକିସ୍ତାନର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକ (Shoaib Malik) ପଞ୍ଚମ ସ୍ଥାନରେ ଅଛନ୍ତି । ୨୦୦୪ ମସିହାରେ ଶୋଏବ ମଲିକ ଭାରତ ବିପକ୍ଷରେ ୧୪୩ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ ।