Advertisement
photoDetails0hindi

Dark Tourism: କ’ଣ ଏହି Dark Tourism? ଜାଣନ୍ତୁ କେଉଁଠି ଅଛି ଏହିସବୁ ଭୟାନକ ସ୍ଥାନ

Dark Tourism: ଅନେକ ଲୋକ ଅବସର ସମୟରେ ବୁଲିବାକୁ ପସନ୍ଦ କରିଥାଆନ୍ତି । ନିଜ ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ଲୋକେ ବୁଲିବାକୁ ଦେଶ ତଥା ଦେଶ ବାହାରକୁ ଯାଇଥାଆନ୍ତି । ଅଧିକାଂଶ ଲୋକ ପାହାଡ଼, ବେଳାଭୂମି, ମନ୍ଦିର ଓ ଅନ୍ୟାନ୍ୟ ସୁନ୍ଦର ସ୍ଥାନ ପରିଦର୍ଶନ କରିବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ, କିଛି ଲୋକ ଏହିପରି ମଧ୍ଯ ଅଛନ୍ତି ଯେଉଁମାନେ ପାହାଡ଼, ପର୍ବତ, ସବୁଜମା ବଦଳରେ ବୁଲିବା ଲାଗି ଅଜବ ସ୍ଥାନ ବାଛିଥାଆନ୍ତି । ଏହାକୁ ‘ଡ଼ାର୍କ ଟୁରୁଜିମ୍’ ବୋଲି କୁହାଯାଏ ।

1/7

ଯେଉଁଠି ଅଧିକାଂଶ ଲୋକେ ପାହାଡ଼, ପର୍ବତ, ମନ୍ଦିର ଓ ପ୍ରସିଦ୍ଧ ସ୍ଥାନ ପରିଦର୍ଶନ କରିବାକୁ ପସନ୍ଦ କରିଥାଆନ୍ତି, ସେହିପରି ଏପରି କିଛି ଲୋକ ମଧ୍ଯ ଅଛନ୍ତି ଯେଉଁମାନେ ଘଟଣା, ବଡ଼ ବିପର୍ଯ୍ୟୟ ଓ ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ଭ୍ରମଣ କରିବାକୁ ଚାହାଁନ୍ତି।

2/7

ଅନେକ ଲୋକ ଏହି ସ୍ଥାନଗୁଡିକ ପରିଦର୍ଶନ କରିବାକୁ ବେଶ ପସନ୍ଦ କରିଥାଆନ୍ତି । ତେବେ ଏହାକୁ ‘ଡ଼ାର୍କ ଟୁରୁଜିମ୍’ ଭାବେ ନାମିତ କରାଯାଇଛି ।

3/7

ଜଲିଆନୱାଲା ବାଗ- ଅମୃତସର ଜଲିଆନୱାଲା ବାଗରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର କାହାଣୀ ଦେଖିବାକୁ ମିଳେ । ଏଠାରେ ଥିବା କାନ୍ଥ ଗୁଡ଼ିକ ବ୍ରିଟିଶ ଶାସନର ଅତ୍ୟାଚାରର କାହାଣୀ ବର୍ଣ୍ଣନା କରିଥାଏ ।

4/7

ଝାନ୍ସ ଦୁର୍ଗ- ରାଣୀ ଲକ୍ଷ୍ମୀବାଇଙ୍କ ଏହି ଦୁର୍ଗ ଏକ ପଥର ପାହାଡ ଉପରେ ଅବସ୍ଥିତ । ଏହା ବୁନ୍ଦେଲଖଣ୍ଡର କଳାକୃତି ପାଇଁ ମଧ୍ୟ ଜଣାଶୁଣା । ଅଧିକାଂଶ ଲୋକ ଏଠାକୁ ରାଣୀ ଲକ୍ଷ୍ମୀ ବାଇଙ୍କ ସଂଗ୍ରାମର କାହଣୀ ଜାଣିବା ଲାଗି ଆସିଥାଆନ୍ତି।

5/7

ଗୁଜାରୀ ମହଲ ସଂଗ୍ରହାଳୟ- ଗୁଆଲିୟରର ଗୁଜାରୀ ମହଲ ସଂଗ୍ରହାଳୟ ବିଷୟରେ ବିଶେଷ କଥା ହେଉଛି ଏହାର ପିତ୍ତଳ ମୂର୍ତ୍ତି, ଲେଖା ଏବଂ ମୁଦ୍ରାର ଅଟେ । କିନ୍ତୁ ଏହି ସଂଗ୍ରହାଳୟ ପରିସରରେ ବ୍ରିଟିଶ ଅଧିକାରୀଙ୍କ ସମାଧି ସ୍ଥଳ ରହିଛି । ଏହି ସମାଧି ସ୍ଥଳ ୧୮୫୭ ବିପ୍ଳବ ସମୟର ଅଟେ । ଯୁଦ୍ଧରେ ମୃତ୍ୟୁବରଣ କରିଥିବା ବ୍ରିଟିଶମାନଙ୍କୁ ଏଠାରେ ସମାଧି ଦିଆଯାଇଛି। ଏହାକୁ ଦେଖିବାକୁ ବିଦେଶରୁ ମଧ୍ଯ ପର୍ଯ୍ୟଟକମାନେ ଆସିଥାଆନ୍ତି ।

6/7

ନ୍ୟୁୟର୍କ ୱାଲ୍ଡ ଟ୍ରେଣ୍ତ ସେଣ୍ଟର- ଆତଙ୍କବାଦୀ ଆକ୍ରମଣ ପରେ ନ୍ୟୁୟର୍କର ୱାଲ୍ଡ ଟ୍ରେଣ୍ତ ସେଣ୍ଟର ଆମେରିକା ସରକାର ଡ଼ାର୍କ ଟୁରୁଜିମ୍ ଅଧୀନରେ ବିକଶିତ ହୋଇସାରିଛି। ପର୍ଯ୍ୟଟକମାନେ ଏଠାକୁ ଆସି ଆକ୍ରମଣରେ ନିହତ ବ୍ୟକ୍ତିଙ୍କ ସ୍ମୃତିରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥାଆନ୍ତି।

7/7

ଶ୍ରୀଲଙ୍କା ସେଣ୍ଟ ସେବାଷ୍ଟିଆନ୍ ଚର୍ଚ୍ଚ- ସ୍ୱଳ୍ପ ବଜେଟରେ ବିଦେଶ ଯାତ୍ରା ପାଇଁ ଶ୍ରୀଲଙ୍କା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଆସୁଥିଲା, କିନ୍ତୁ ୨୦୧୯ ମସିହା ଏପ୍ରିଲ ୧୯ ତାରିଖ ଇଷ୍ଟର ଦିନ ଦେଶରେ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ କମ୍ପି ଉଠିଥିଲା ସମଗ୍ର ଦେଶ । ମୃତଦେହକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଶତାଧିକ ଲୋକ ଏଠାକୁ ଆସୁଛନ୍ତି। ଏହି ସ୍ଥାନ ଧୀରେ ଧୀରେ ପ୍ରସିଦ୍ଧ ହେବାକୁ ଯାଉଛି ।