Advertisement
Photo Details/zeeodisha/odisha1543699
photoDetails0hindi

Photos: ଏମିତି ଥିଲା ବାପା ମିହିର ଓ ପୁଅ ଅକ୍ଳାନ୍ତଙ୍କ ଯୋଡ଼ି, ବାପାଙ୍କ ଦେହାନ୍ତକୁ ଗ୍ରହଣ କରୁନଥିଲେ ଅକ୍ଳାନ୍ତ

Mihir And Aklanta: ଅବେଳରେ ଚାଲିଗଲେ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା। ମାସେ ହେଲା ଅକ୍ଲାନ୍ତ ଦାସ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ଲିଭର ଜନିତ ସମସ୍ୟା ଯୋଗୁ ମାସେ କାଳ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ ।ଗତକାଲି କିଛି ସମୟ ଭଲ ଭାବେ କଥାବାର୍ତ୍ତା ହୋଇଥିଲେ । ଭେଣ୍ଟିଲେଟରରୁ ତାଙ୍କୁ କଢାଯାଇଥିଲା । ପରେ ରାତି ୯ଟା ବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ରାତି ୧୨ ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି କଟକ ସତୀଚଉରାରେ ଅକ୍ଲାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ବଡ଼ ଭାଇ ଅଭିନେତା ଅମ୍ଳାନ ସାନ ଭାଇର ମୁଖାଗ୍ନି ଦେଇଥିଲେ। 

1/5

ହସଖୁସିର ପରିବାର ଥିଲା ସ୍ୱର୍ଗତଃ ମିହିର ଦାସଙ୍କ ପରିବାର । ପ୍ରଥମ ଝଡ଼ ଉଠିଥିଲା ୨୦୧୦ ମସିହାରେ । ଦୁନିଆକୁ ଓ ସ୍ୱାମୀ ସହ ଦୁଇ ପୁଅଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ ପତ୍ନୀ ସଙ୍ଗୀତା ଦାସ । 

2/5

ଦୁଇ ପୁଅ ଓ ବୋହୁ ସହ ଏକ ଖୁସିର ମୂହୁର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବଡ଼ ପୁଅ ଅମ୍ଳାନ ଦାସ ବିବାହ କରିଥିବା ବେଳେ ସାନପୁଅ ଅକ୍ଳାନ୍ତ ଦାସ କିନ୍ତୁ ଅବିବାହିତ ଥିଲେ । ତାଙ୍କ ମୃତ୍ୟୁ ବେଳକୁ ମାତ୍ର ୨୬ ବର୍ଷ ହୋଇଥିଲା ।

3/5

୨୦୨୨ ଜାନୁଆରୀ ୧୧ ତାରିଖରେ ଅଭିନେତା ମିହିର ଦାସଙ୍କ ଦେହାନ୍ତ ହୋଇଥିଲା। ମିହିର ଦାସ ତାଙ୍କ ସାନ ପୁଅ ଅକ୍ଲାନ୍ତଙ୍କୁ ବହୁତ ଭଲ ପାଉଥିଲେ। ବାପାଙ୍କୁ ହରାଇବା ପରେ ଅକ୍ଲାନ୍ତ ବହୁତ ଡିପ୍ରେସନରେ ଥିଲେ ବୋଲି ଜଣାପଡ଼ିଛି।

4/5

ମିହିର ଦାସଙ୍କ ଅତି ନିକଟତର ଥିଲେ ସାନପୁଅ ଅକ୍ଳାନ୍ତ ଦାସ। ବାପାଙ୍କୁ ହରାଇ ଖୁବ ଭାଙ୍ଗିପଡ଼ିଥିଲେ ଅକ୍ଳାନ୍ତ। ପ୍ରଥମେ ମା ଚାଲିଯିବା ପରେ ବାପାଙ୍କ ଭଲପାଇବା ଓ ସ୍ନେହରେ ଦୁନିଆ ଦେଖିଥିଲେ ଅମ୍ଳାନ ଓ ଅକ୍ଳାନ୍ତ । ହେଲେ ମିହିର ଦାସଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥିଲେ ସାନପୁଅ ଅକ୍ଳାନ୍ତ। 

5/5

ବାପାଙ୍କ ମୃତ୍ୟୁ ପରେ ଭାଙ୍ଗିପଡ଼ିଥିଲେ ଅକ୍ଳାନ୍ତ ଦାସ।  ଲିଭର ଜନିତ ସମସ୍ୟା ଯୋଗୁ ମାସେ କାଳ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ । ମାସେ କାଳ ଚିକିତ୍ସା ପରେ ଗତକାଲିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଅକ୍ଳାନ୍ତ ଦାସ।